ରାଜଧାନୀରୁ ISIS ଆତଙ୍କୀ ଗିରଫ, ଦିଲ୍ଲୀରେ ବଡ଼ ଧରଣର ଆକ୍ରମଣ ଯୋଜନା ପଣ୍ଡ

Published By : Prameya-News7 Bureau | August 22, 2020 IST

ନୂଆଦିଲ୍ଲୀ ୨୨।୦୮: ରାଜଧାନୀରୁ ଆତଙ୍କୀ ଗିରଫ । ଦିଲ୍ଲୀର ଧଲାକୂଆଁ ରିଙ୍ଗ ରୋଡ ନିକଟରେ ପୋଲିସ-ଆତଙ୍କବାଦୀ ଗୁଳିବିନିମୟ ହୋଇଛି । ଗୁଳିବିନିମୟ ପରେ ସଂପୃକ୍ତ ଆତଙ୍କବାଦୀକୁ କାବୁ କରାଯାଇଥିବା ଦିଲ୍ଲୀ ସ୍ପେସାଲ ସେଲ ପକ୍ଷରୁ ସୂଚନା ଦିଆଯାଇଛି । IED ସହ ISIS ଆତଙ୍କବାଦୀକୁ ଗିରଫ ନେଇ ଦିଲ୍ଲୀ ସ୍ପେସାଲ ସେଲ ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଏହି ଅପରେସନ କାର୍ଯ୍ୟ ଆରମ୍ଭ କରିଥିଲା। ପୁରା ଅଞ୍ଚଳକୁ ସ୍ପେଶାଲ ସେଲ୍‌ ଘେରିଯାଇଥିଲା । ତେବେ ପୋଲିସ ପୁରା ଅଞ୍ଚଳକୁ ଘେରିବା ଦେଖି ଗୁଳିଚାଳନା ଆରମ୍ଭ ହୋଇଥିଲା । ଉଭୟ ଆତଙ୍କବାଦୀ-ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଶେଷରେ ଆତଙ୍କବାଦୀକୁ କାବୁ କରିନେଇଥିଲା ସ୍ପେଶାଲ ସ୍କ୍ୱାର୍ଡ । ଆତଙ୍କବାଦୀଙ୍କ ଟାର୍ଗେଟରେ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ଥିବା କୁହାଯାଉଛି। ତେବେ ଗିରଫ ହୋଇଥିବା ଆତଙ୍କବାଦୀର ନାମ ୟୁସୁଫ ବୋଲି ଜଣାପଡିଛି । ଅଞ୍ଚଳରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ମଧ୍ୟ ସନ୍ଦେହ କରାଯାଉଛି । ୟୁସୁଫ ନିକଟରୁ ଦୁଇଟି ଆଇଡି ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

wp:html /wp:html

ଦିଲ୍ଲୀ ପୋଲିସ କହିଛି ଯେ, ଆଇଏସଆଇଏସ୍ ଆତଙ୍କବାଦୀମାନେ ଦିଲ୍ଲୀରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଏକାକୀ ଉଲଫ ଆକ୍ରମଣ ଯୋଜନା କରାଯାଇଥିଲା। ଯେଉଁଥି ପାଇଁ ଅନେକ ସ୍ଥାନ ସେମାନେ ରେଡ୍ କରିଥିଲେ । ପୋଲିସର ସୂଚନାନୁସାରେ ଦିଲ୍ଲୀର କିଛି ଲୋକ ଆବୁ ୟୁସୁଫଙ୍କୁ ସହଯୋଗ ଯୋଗାଉଥିଲେ, ସେମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.