AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବୋମାମାଡ ଘଟଣା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ଆନନ୍ଦପୁର: ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜାବନ ବଞ୍ଚାଇବାକୁ ଦୌଡିଲେ ଲୋକେ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ଭୁବନେଶ୍ୱର: କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
  • ||

ଆତଙ୍କବାଦ ବିରୋଧରେ ବଡ଼ ସଫଳତା, ISIS ମୁଖ୍ୟ ଅଲ୍‌ କୁରୈସୀ ମୃତ; ନୂଆ ଆତଙ୍କୀ ସର୍ଦ୍ଦାର ଘୋଷିତ

30/11/2022 at 10:50 PM

ନୂଆଦିଲ୍ଲୀ ୩୦/୧୧: ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସର ମୁଖ୍ୟ ଅବୁ ହସନ ହସିମି ଅଲ୍‌ କୁରୈସୀର ମୃ୍ତ୍ୟୁ ହୋଇଛି। ଇସଲାମିକ ଷ୍ଟେଟ୍‌ର ଜିହାଦି ଗୃପ୍‌ ବୁଧବାର କହିଛି ଯେ, ଅବୁ ହସନ ଅଲ୍‌ ହାସିମୀ ଅଲ୍‌ କୁରୈସୀ ଯୁଦ୍ଧରେ ପ୍ରାଣ ହରାଇଛନ୍ତି। କିନ୍ତୁ କୁରୈସିର ମୃତ୍ୟୁକୁ ନେଇ ଦିନ କିମ୍ୱା ତାରିଖ ସ୍ପଷ୍ଟ ଭାବରେ ସଙ୍ଗଠନ ପକ୍ଷରୁ କୁହାଯାଇନାହିଁ। କିନ୍ତୁ ଇସ୍ଲାମିକ୍‌ ଷ୍ଟେଟ୍‌ର ପ୍ରବକ୍ତା ଏକ ଅଡ଼ିଓ ମେସେଜରେ ସଙ୍ଗଠନର ନୂଆ ମୁଖ୍ୟ ଭାବେ ଅବୁ ଅଲ୍‌ ହୁସେନ୍‌ ହୁସୈନି ଅଲ୍‌ କୁରୈସିକୁ ନିଯୁକ୍ତ କରାଯାଇଛି ବୋଲି ଘୋଷଣା କରିଛନ୍ତି।

ଏହି ଆତଙ୍କବାଦୀ ସଙ୍ଗଠନକୁ ୨୦୧୪ରେ ଇରାକ୍‌ ଏବଂ ଦୁଇବର୍ଷ ପରେ ସିରିଆରୁ ପଛକୁ ହଟିବାକୁ ପଡ଼ିଥିଲା। ସୁନ୍ନି ମୁସଲିମ୍‌ର ଚରମପନ୍ଥି ଦଳର ସ୍ଲିପର୍‌ ସେଲ୍‌ ଏବେ ବି ୨ଟି ଦେଶରେ ଆକ୍ରମଣ କରିବା ସହିତ ଦୁନିଆର ବିଭିନ୍ନ ସ୍ଥାନରେ ଆକ୍ରମଣ କରୁଥିବା ଦାବି କରୁଛି।ଆଇଏସ୍‌ଆଇଏସର ପୂର୍ବ ନେତା ଅବୁ ଇବ୍ରାହିମ୍‌ ଅଲ୍‌ କୁରୈସି ଚଳିତ ବର୍ଷ ଆରମ୍ଭରେ ଉତ୍ତର ସିରିଆର ଇଦାଲିବ୍‌ରେ ଆମେରିକ ସେନା ଅପରେସେନରେ ପ୍ରାଣ ହରାଇଥିଲା।

ସୂଚନାଥାଉକି, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଗଣମାଧ୍ୟମକୁ କହିଥିଲେ ଯେ, ଆମେରିକା ସେନାର ଏକ ସ୍ୱତନ୍ତ୍ର ଅଭିଯାନରେ ଆଇଏସଆଇଏସର ସରଦାର ଅଲ୍‌ କୁରୈସୀକୁ ମାରିଦେଇଛନ୍ତି। କିନ୍ତୁ ଇସଲାମିକ୍‌ ଷ୍ଟେଟ୍ ଏହାର କୌଣସି ସ୍ପଷ୍ଟୋକ୍ତି ଦେଇନଥିଲା। ଅବୁ ଇବ୍ରାହିମ୍‌ ଆଇଏସର ପୂର୍ବ ମୁଖ୍ୟ ବାଗଦାଦୀର ମୃତ୍ୟୁ ପରେ ୨୦୧୯ ଅକ୍ଟୋବରରେ ଦାୟିତ୍ୱ ଗ୍ରହଣ କରିଥିଲା।     

   Related Posts