ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଭାରତରେ ବଡଧରଣର ଆତଙ୍କବାଦ ଆକ୍ରମଣ ଷଡ଼ଯନ୍ତ୍ର କରୁଛି ISI, ଜାରି ହେଲା ଗୁଇନ୍ଦା ସତର୍କତା

23/09/2021 at 8:45 PM

ନୂଆଦିଲ୍ଲୀ ୨୩।୯: କରୋନା ଲକଡାଉନରୁ ମୁକୁଳିଥିବା ଦେଶବାସୀ ଆଗାମୀ ପାର୍ବଣ ଋତୁକୁ ଧୁମଧାମରେ ପାଳନ କରିବାକୁ ଚାହୁଁଛନ୍ତି। ତେବେ ପଡୋଶୀ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇଣ୍ଟରସର୍ଭିସ ଇଣ୍ଟେଲିଜେନ୍ସ (ଆଇଏସଆଇ) ଭାରତରେ ବଡ଼ ଧରଣର ଆତଙ୍କବାଦ ଆକ୍ରମଣ ଷଡ଼ଯନ୍ତ୍ର ରଚିଥିବା ଜଣାପଡିଛି। ଏ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସାରା ଦେଶରେ ଆଲର୍ଟ ଜାରି ହୋଇଛି। ଆଇଏସଆଇ ଭାରତରେ ଆଇଇଡି ବିସ୍ଫୋରଣ ମାଧ୍ୟମରେ ଆତଙ୍କ ଖେଳାଇବାକୁ ଚାହୁଁଥିବା ଜଣାପଡିଛି।

ଏଥିରେ ଆଇଏସଆଇ ଜନଜୀବନ ହାନିର ଯୋଜନାରେଥିବା ବେଳେ ଉତ୍ସବ ବେଳେ ଭିଡଭାଡ ଅଞ୍ଚଳରେ ଟିଫିନ ବୋମା ଅଥବା ଆଇଇଡି ମାଧ୍ୟମରେ ବିସ୍ଫୋରଣ ଯୋଜନା ରଖିଛି। ଏଥିଲାଗି ଆଇଏସଆଇ ଆଫଗାନିସ୍ତାନ ଆତଙ୍କବାଦୀଙ୍କ ସହାୟତା ନେଇଛି। ସେମାନଙ୍କୁ ଦେଶଭିତରକୁ ପଶାଇ ପାର୍ବଣ ଋତୁରେ ଧମକା କରିବାକୁ ଯୋଜନା କରିଛି। ଏଣୁ ଆତଙ୍କବାଦୀ ଅନୁପ୍ରବେଶ ନେଇ ମଧ୍ୟ ସତର୍କତା ଜାରି ହୋଇଛି।

ଭାରତରେ ଏଭଳି କିଛି କରିବା ଯୋଜନା ନେଇ ଗୁଇନ୍ଦା ଏଜେନ୍ସୀକୁ ସେପ୍ଟେମ୍ବର ୧୮ ତାରିଖରୁ ସୂଚନା ମିଳିସାରିଲାଣି। ଏଥିରେ ଆଇଏସଆଇ ଉରୀ ସେକ୍ଟରରେ ତାରବାଡ କାଟି କିଛି ଆତଙ୍କବାଦୀଙ୍କୁ ଅନୁପ୍ରବେଶ ମଧ୍ୟ କରାଇଥିବାର ଜଣାପଡିଥିଲା। ତେବେ ସେନା ସତର୍କ ଥିବାରୁ ତାରବାଡ ଡେଇଁ ଆସିଥିବା ଆତଙ୍କବାଦୀ ପୁଣି ପାକିସ୍ତାନ ସୀମାକୁ ଫେରିଯାଇଛନ୍ତି।

   Related Posts