ସାମ୍ନାକୁ ଆସିଲା ଧର୍ମାନ୍ତରୀକରଣ ରାକେଟ ସତ : ରହିଛି ପାକ୍ କନେକସନ, ଫଣ୍ଡିଂ ଯୋଗାଉଥିଲା ISI ସଂଗଠନ

Published By : Prameya-News7 Bureau | June 22, 2021 IST

ଲକ୍ଷ୍ନୌ ୨୨/୬ : ସାମ୍ନାକୁ ଆସିଲା ଧର୍ମାନ୍ତରୀକରଣ ରାକେଟର ସତ । ଏହି ରାକେଟରେ ପାକିସ୍ତାନର ହାତ ଥିବା ସନ୍ଦେହ କରାଯାଉଛି । ତେବେ ଏଥିପାଇଁ ISI ଫଣ୍ଡି କରୁଥିବା ବି ଜଣାପଡିଛି । ଏଥିପାଇଁ ପାକିସ୍ତାନର ଗୁପ୍ତଚର ଏଜେନ୍ସି ISI ଠାରୁ ଏହି ଅର୍ଥ ଆଣୁଥିଲା । ଏନେଇ ଖୁଲ୍ଲାସା କରିଛନ୍ତି ନିକଟରେ ଧର୍ମ ପରିବର୍ତ୍ତନ କରିଥିବା ଗୁରୁଗାଓଁର ବାସିନ୍ଦା ମୁକ ବଧିର, ମନୁ ଯାଦବଙ୍କ ପରିବାର ଲୋକେ ।

ମନୁଙ୍କ ପିତା ମାତା କହିଛନ୍ତି ମନୁଙ୍କୁ ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଇଥିଲା । ଆମେ ଏ ବିଷୟରେ ଜାଣିନଥିଲୁ । ଯେତେବେଳେ କିଛିଦିନ ପରେ ମନୁର ସ୍ୱଭାବରେ ପରିବର୍ତ୍ତନ ଆସିଥିଲା, ସେତେବେଳେ ଆମର ସନ୍ଦେହ ହୋଇଥଲା । ମନୁଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ସେ ପୂର୍ବରୁ କାଉଡି ଭାର ନେଇ ଯାଉଥିଲା । ଏହାସହ ସେ ହନୁମାନ ଜୀଙ୍କୁ ମଧ୍ୟ ବହୁତ ବିଶ୍ୱାସ କରୁଥିଲା । କିନ୍ତୁ ବର୍ତ୍ତମାନ ସେ ଆଲ୍ଲାହାଙ୍କୁ ବିଶ୍ୱାସ କରୁଛି ।

ମନୁଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ନୋଏଡାର ମୂକ ବଧିର ସୋସାଇଟିରେ ତାଙ୍କ ସହ ପାଠ ପଢୁଥିବା ଅନେକ ସହଯୋଗୀଙ୍କୁ ବି ବାଧ୍ୟ କରି ଧର୍ମପରିବର୍ତ୍ତନ କରାଯାଇଛି । ସୂଚନା ଥାଉକି, ଗତକାଲି ୟୁପି ନୋଏଡାରେ ହୋଇଥିବା ଧର୍ମାନ୍ତରୀକରଣ ରାକେରଟ ପର୍ଦ୍ଦାଫାଶ ହୋଇଥିଲା । ଏଥିରେ ଦିଲ୍ଲୀର ଜାମିଆ ଅଞ୍ଚଳରୁ ଦୁଇଜଣ ମୌଲାନାଙ୍କୁ ମଧ୍ୟ ଗିରଫ କରାଯଇଥିଲା ।

ଦୀର୍ଘ ଦିନ ଧରି ଚାଲୁଥିବା ଏହି ରାକେଟରେ ଏପର୍ଯ୍ୟନ୍ତ ୧ ହଜାରରୁ ଅଧିକ ଲୋକ ଧର୍ମ ପରିବର୍ତ୍ତନ କରିଛନ୍ତି । ଅଭିଯୁକ୍ତ ମହମ୍ମଦ ଉମର ଗୌତମ ଏବଂ ମୁଫତି କାଜୀ ଜାହାଙ୍ଗୀର କାସମି ଜାମିଆ ନାଗର ଅଞ୍ଚଳର ବାସିନ୍ଦା । ଅନୁସନ୍ଧାନରୁ ଏହା ଜଣାପଡିଛି ଯେ ଗରିବ ମୂକ, ବଧିର, ପିଲା ଏବଂ ମହିଳାମାନଙ୍କୁ ସେମାନଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ପ୍ରଲୋଭିତ କରୁଥିଲେ । ଲକ୍ଷ୍ନୌର ଏଟିଏସ୍ ପୋଲିସ୍ ଷ୍ଟେସନରେ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.