ପୋର୍ଟ ଅଫ ସ୍ପେନ୍ ୨୪।୦୭ : ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଛି ୨ୟ ଟେଷ୍ଟ । ଏହି ମ୍ୟାଚ୍ରେ ଘରୋଇ ଟିମ୍ ଠାରୁ ଭ୍ରମଣକାରୀ ଦଳ ବହୁ ଆଗରେ ରହିଛି । ସିରିଜ୍ର ଶେଷ ମ୍ୟାଚ୍ର ୨ୟ ଇନିଂସରେ ଦୁଇ ଓ୍ୱିକେଟ୍ ହରାଇ ୧୮୧ ରନ୍ରେ ପାଳି ଘୋଷଣା କରିଥିଲା ଟିମ୍ ଇଣ୍ଡିଆ । ଏହି ପାରିରେ ବିସ୍ଫୋରକ ବ୍ୟାଟିଂ କରିଥିଲେ ଯୁବ ବ୍ୟାଟର ଇଷାନ୍ କିଷାନ୍ । ସେ ୩୪ ବଲ୍ରେ ୧୫୨.୯୪ର ଷ୍ଟ୍ରାଇକ୍ ରେଟ୍ ୫୨ ରନ୍ ସଂଗ୍ରହ କରିଥିଲେ । ଏଥିରେ ୪ଟି ଚୌକା ଏବଂ ୨ଟି ଛକା ସାମିଲ ରହିଛି । ବ୍ୟାଟିଂ ପରେ ରିଷଭ ପନ୍ଥଙ୍କୁ ଧନ୍ୟବାଦ ଜଣାଇଥିଲେ ଇଷାନ୍ କିଷାନ୍ । ଏପିରିକି ବ୍ୟାଟିଂ କରୁଥିବା ସମୟରେ ଇଷାନ୍ ନିଜ ବ୍ୟାଟରେ RP17 ଲେଖିଥିବା ଦେଖିବାକୁ ମିଳିଛି । (RP17ର ମାନେ ହେଉଛି RP- ରିଷଭ ପନ୍ଥ, 17-ରିଷଭ ପନ୍ଥଙ୍କ ଜର୍ସି ନମ୍ବର)
wp:html/wp:htmlHey Rishabh Pant - Ishan Kishan thanks you 😊#TeamIndia | #WIvIND | @RishabhPant17 | @ishankishan51 | @windiescricket pic.twitter.com/hH6WxxJskz
— BCCI (@BCCI) July 24, 2023
ତେବେ ମ୍ୟାଚ୍ର ୪ର୍ଥ ଦିନ ଖେଳ ଶେଷ ପରେ ଇଷାନ୍ କହିଥିଲେ କି, ମୁଁ ଓ୍ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଥିଲି । ସେଠାରେ ରିଷଭ ପନ୍ଥ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ସମୟରେ ରିଷଭ ପନ୍ଥ ମୋତେ କିଛି କଥା ଶିଖାଇଥିଲେ । ଖାସ୍ କରି ମୋ ବ୍ୟାଟ ଧରିବା ଷ୍ଟାଇଲ୍ରେ କିଛିଟା ପରିବର୍ତ୍ତନ କରିବାକୁ କହିଥିଲେ ରିଷଭ । ମୁଁ ତାଙ୍କ କଥା ମାନି ଓ୍ୱେଷ୍ଟଇଣ୍ଡିଜ୍ ଗସ୍ତରେ ସେହିପରି ବ୍ୟାଟ୍ ଧରିବା ଆରମ୍ଭ କରିଥିଲି । ଯାହା ମୋତେ ଭଲ ସଫଳତା ଦେଇଛି । ପୂର୍ବରୁ ଆମେ ଦୁଇ ଜଣ ଏକାଠି ଅଣ୍ଡର-୧୯ ପାଇଁ କ୍ରିକେଟ୍ ବି ଖେଳିଥିଲୁ ।
ସେ ଆହୁରୀ ମଧ୍ୟ କହିଥିଲେ ଯେ, ପଞ୍ଚମ ଦିନରେ ବେଶ୍ ରୋମାଞ୍ଚକର ହେବ ମୁକାବିଲା । ତେଣୁ ଆମକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ସକାଳୁ ସକାଳୁ ବିରୋଧୀ ଟିମ୍ଙ୍କ ଓ୍ୱିକେଟ୍ ନେବାକୁ ପଡିବ । ଯେତେ ଶୀଘ୍ର ଆମେ ଓ୍ୱିକେଟ୍ ନେବୁ, ସେତେ ଶୀଘ୍ର ମ୍ୟାଚ୍କୁ ଆମ ପକ୍ଷରେ କରିବାରେ ସହଜ ହେବ ।
ସୂଚନାଯୋଗ୍ୟ ଯେ, ନିର୍ଣ୍ଣାୟକ ମୋଡରେ ପୋର୍ଟ ଅଫ ସ୍ପେନ୍ ଟେଷ୍ଟ ମ୍ୟାଚ । ଚତୁର୍ଥ ଦିନରେ ବର୍ଷା ବାଧା ସତ୍ବେ ଭାରତ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ବିଜୟ ପାଇଁ ପଥ ପ୍ରସ୍ତୁତ କରିଛି । ଦଳ ବିଜୟଠାରୁ ଆଉ ୮ୱିକେଟ୍ ଦୂରରେ ରହିଥିବା ବେଳେ ଘରୋଇ ୱେଷ୍ଟଇଣ୍ଡିଜ୍ ସଂଘର୍ଷ ଜାରି ରଖିଛି । ଦ୍ବିତୀୟ ଇନିଂସରେ ଭାରତ ୧୮୧ ରନ୍ ରେ ପାଳି ଘୋଷଣା କରିବା ସହ ଘରୋଇ ଦଳ ସାମ୍ନାରେ ୩୬୫ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଇନିଂସରେ ୨ୱିକେଟ୍ ହରାଇ ୭୬ରନ୍ ସଂଗ୍ରହ କରିଛି।
wp:embed {"url":"https://www.prameyanews7.com/west-indies-need-289-runs-to-win-port-of-spain-test-match/","type":"wp-embed","providerNameSlug":"prameya-news-7"} /wp:embed