ମୁମ୍ୱାଇ ୧୩/୦୪: ଫଟାଫଟ୍ କ୍ରିକେଟ ଆଇପିଏଲ୍ । କାହାର ଫର୍ମ ଡାଉନ୍ ତ ଆଉ କାହାର ହାଇ । ନିଉ କମର ବି ଦେଖାଉଛନ୍ତି ଦମ୍ । କ୍ରିଚ୍ରେ ଚକ୍କା ଚଉକା ବର୍ଷା । ଫେଲ୍ ମାରୁଛନ୍ତି ବରିଷ୍ଠ, ହିଟ୍ କନିଷ୍ଠ । ଆଉ ଏହି ରେସ୍ରେ ସାମିଲ ଷ୍ଟାର କ୍ରିକେଟର ଇଶାନ କିସନ । ଆଇପିଏଲ୍ରେ ଖେଳି ପ୍ରମାଣ କରିବାକୁ ଚାହୁଁଛନ୍ତି ଅନେକ କିଛି । କୌଣସି ଖେଳାଳି ନୁହେଁ ବରଂ ଟିମ୍ ମ୍ୟାନେଜ୍ମେଣ୍ଟଙ୍କୁ । ତାଙ୍କ ମତରେ ମୋ ଖେଳ ମୋତେ ପୁଣିଥରେ ଟିମ୍କୁ ଫେରିବାକୁ ବାଧ୍ୟ କରିବ ।
ମାନିଲେନି ମ୍ୟାନେଜମେଣ୍ଟ କଥା । ବାରମ୍ବାର ତାଗିଦ୍ ସତ୍ତ୍ୱେ ଖେଳିଲେନି ରଣଜୀ ମ୍ୟାଚ୍ । ଫଳରେ ସବୁ ଦିଗରୁ କରାଗଲା ସମାଲୋଚନା । ତାଙ୍କର ଆଟିଚ୍ୟୁଡ୍ ନେଇ ଉଠିଥିଲା ପ୍ରଶ୍ନ । ସେତେବେଳେ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ବି ନଥିଲେ ଇଶାନ । କାରଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ବରୋଦାରେ ନେଉଥିଲେ ଟ୍ରେନିଂ । ତେବେ ଏସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ଖୋଦ୍ ଇଶାନ । କହିଛନ୍ତି ଯେ ବିରତି ସମୟରେ ସୋସିଆଲ ମିଡିଆରେ ବୁଲିଥିଲା ଅନେକ ଗୁଜବ । ଆଉ ସବୁ ଗୁଜବ ସତ ନଥାଏ । ଯାହା ଶୁଣାଯାଏ ସେମିତି ହୋଇନଥାଏ । କାରଣ ଖେଳାଳିଙ୍କ ହାତରେ ନଥାଏ ସବୁକିଛି ।
ପୂର୍ବବର୍ଷ ଭଳି ଏଥର ବି ମୁମ୍ୱାଇରେ ଖେଳୁଛନ୍ତି ଇଶାନ କିଶନ । ମୁମ୍ୱାଇର ଇଣ୍ଡିଆନ୍ସର ଫର୍ମ ସେତଟା ଭଲ ନଥିଲେ ବି ଟିମ୍ରେ କିଛି ଖେଳାଳି ଖେଳୁଛନ୍ତି କମାଲ୍ । ଖାସ୍ କରି ରୋହିତ୍ ଓ ଇଶାନ କିଶନ ଜବରଦସ୍ତ ଫର୍ମରେ । ଗତ ମ୍ୟାଚରେ ବିଜୟର ହିରୋ ସାଜିଥିଲେ ଇଶାନ୍ କିଶନ୍ । ବାମହାତୀ ବ୍ୟାଟ୍ସମ୍ୟାନ୍ ଉଭୟ ମ୍ୟାଚ୍ରେ କରିଛନ୍ତି ବିସ୍ଫୋରକ ବ୍ୟାଟିଂ । ତେବେ ତାଙ୍କ ଖେଳ ଦେଖି ଫ୍ୟାନ୍ସଙ୍କ ମନରେ ବଢିଛି ଉତ୍କଣ୍ଠା । ଟିମ୍କୁ ଫେରିବେ ବୋଲି ଫ୍ୟାନ୍ସ କହୁଥିବାବେଳେ ଇଶାନ କିନ୍ତୁ ଏ ପ୍ରସଙ୍ଗରେ ଧ୍ୟାନ ଦେଉନାହାଁନ୍ତି । କହୁଛନ୍ତି ଏସବୁ ତାଙ୍କ ହାତରେ ନାହିଁ । କିନ୍ତୁ ଜାରି ରଖିବେ ତାଙ୍କ ଖେଳ ।
ଗତ ବର୍ଷ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ହଠାତ୍ ବିରତି ନେଇଥିଲେ ଇଶାନ୍ କିଶାନ । ଏମିତିକି ରଣଜୀ ଖିଳିବାକୁ ଥିଲା ବିସିସିଆଇର କଡ୍ଡା ନିର୍ଦ୍ଦେଶ । ତେବେ ଏହାର ଖୋଲାଖୋଲି ଉଲ୍ଲହ୍ଘନ କରିଥିଲେ ଷ୍ଟାର କ୍ରିକେଟର । ଫଳରେ କଣ୍ଚ୍ରାକ୍ଟରୁ ବାଦ୍ ପକାଇଥିଲା ବିସିସିଆଇ । ସେବେଠାରୁ ଟିମ୍ ଇଣ୍ଡିଆକୁ ଫେରିବା କଷ୍ଟକର ହୋଇପଡିଥିଲା । କିନ୍ତୁ ଆଇପିଏଲରେ ଦମ୍ଦାର ପ୍ରଦର୍ଶନ ପରେ ଇଶାନ ନିଜର ପ୍ରତ୍ୟାବର୍ତ୍ତନ ନେଇ କରିଛନ୍ତି ଦାବି ।