ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ଚମକିଲେ ଇଶାନ କିଶନ, ହାର୍ଦ୍ଦିକ ଏବଂ ହୁଡ୍ଡା ବି ତାଲିକାରେ ଉପରକୁ ଉଠିଲେ

Published By : Prameya-News7 Bureau | January 05, 2023 IST

ନୂଆଦିଲ୍ଲୀ: ଆଇସିସି ଟି-୨୦ ବ୍ୟାଟର ରାଙ୍କିରେ ଇଶାନ କିଶନଙ୍କୁ ଜବରଦସ୍ତ ସଫଳତା। ତାଲିକାରେ ଏକାଥରକେ ୧୦ଟି ସ୍ଥାନ ଉପରକୁ ଉଠି ୨୩ରେ ପହଞ୍ଚିଲେ ଏହି ବ୍ୟାଟର। ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ୍‌ରେ ଇଶାନ କିଶନ ଦ୍ୱିଶତକ ହାସଲ କରିବା ପରେ ତାଙ୍କ ରାଙ୍କିରେ ଏହି ସୁଧାର ଆସିଛି। ସେହିପରି ଅଲ୍‌ରାଉଣ୍ଡର ଦୀପକ ହୁଡ୍ଡା ମଧ୍ୟ ତାଲିକାରେ ଉପରକୁ ଉଠି ଟପ୍ ୧୦୦ ଭିତରେ ସ୍ଥାନ ପାଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ରେ ଉଭୟ ବ୍ୟାଟର ଭଲ ପ୍ରଦର୍ଶନ କରିଥିବା ଯୋଗୁ ହୁଡ୍ଡାଙ୍କର ରାଙ୍କରେ ସୁଧାର ଆସିଛି।

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ରେ ହୁଡ୍ଡା ୨୩ ବଲ୍‌ରେ ୪୧ ରନ୍ କରିଥିଲେ। ଫଳରେ ଆଇସିସି ରାଙ୍କିଂରେ ସେ ୪୦ ଅଙ୍କ ଉପରକୁ ଉଠି ୯୭ରେ ପହଞ୍ଚିଛନ୍ତି। ସେହିପରି କିଶନ ୩୭ ରନ୍‌ କରିଥିଲେ। ମଙ୍ଗଳବାର ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚ୍ ଭାରତ ଜିତିଥିଲା। ଏହି ତାଲିକାରେ ସୂର୍ଯ୍ୟ କୁମାର ଯାଦବ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ପାଣ୍ଡ୍ୟା ୯ ସ୍ଥାନ ଉପରକୁ ଉଠି ୭୬ ତମ ସ୍ଥାନରେ ପହଞ୍ଚିଛନ୍ତି।

ସେହିପରି ବୋଲିଂ ରାଙ୍କିଙ୍ଗରେ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏକ ନମ୍ବର ସ୍ଥାନରେ ଥିବା ବେଳେ ଅଲ୍‌ରାଉଣ୍ଡରେ ତାଲିକାରେ ବି ତାଙ୍କର ଉନ୍ନତି ହୋଇଛି। ଭାରତ ବିପକ୍ଷରେ ଦ୍ରୁତ ୨୧ ରନ୍ କରିଥିବା ଯୋଗୁ ଏହି ତାଲିକାରେ ୨ ନମ୍ବର ସ୍ଥାନ ଉପରକୁ ଉଠି ୫ମ ସ୍ଥାନରେ ରହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.