ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ମୋ ପରି ଛକ୍କା କେହି ମାରିପାରିବେନି.. ରାଞ୍ଚିରେ ମ୍ୟାଚ୍‌ ଓ୍ୱିନିଙ୍ଗ ପାଳି ପରେ ଏମିତି କହିଲେ ଇଷାନ୍‌ କିଷାନ୍‌

10/10/2022 at 11:35 AM

ରାଞ୍ଚି ୧୦।୧୦ : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍‌ ଚାଲିଛି । ରାଞ୍ଚିରେ ଖେଳାଯାଇଥିବା ୨ୟ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି । ସିରିଜ୍‌ରେ ପ୍ରଥମ ମ୍ୟାଚ୍‌ ହାରି ୧-୦ରେ ଥିବା ଭାରତୀୟ ଟିମ୍‌ ଏବେ ୨ୟ ମ୍ୟାଚ୍‌ ଜିତି ୧-୧କୁ ଆସିଛି ।  ୨ୟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଭ୍ରମଣକାରୀ ଦଳକୁ ୭ ଓ୍ୱିକେଟ୍‌ରେ ପରାସ୍ତ କରିଛି । ଏହି ମ୍ୟାଚ୍‌ରେ ଶ୍ରେୟସ୍ ଆୟର ଓ ଇଷାନ୍‌ କିଷାନ୍‌ଙ୍କ ଦମ୍‌ଦାର ଇନିଂସ ବଦଳରେ ଭାରତୀୟ ଟିମ୍‌କୁ ଏହି ସହଜ ବିଜୟ ମିଳିଛି ।

ତେବେ ମ୍ୟାଚ୍‌ ବିଜୟ ପରେ ଇଷାନ୍‌ କିଷାନ କହିଛନ୍ତି ଯେ, କିଛି ଖେଳାଳି ଏପରି ଅଛନ୍ତି । ସେ ନିଜ ଷ୍ଟ୍ରାଇକ୍‌କୁ ରୋଟେଟ୍‌ କରି ଚାଲିଥାନ୍ତି । ଏହା ସେମାନଙ୍କ ଶକ୍ତି ଅଟେ । କିନ୍ତୁ କୌଣସି ବି ଖେଳାଳି ମୋ ପରି ଛକ୍କା ମାରିପାରିବନାହିଁ । ମୋତେ ଛକ୍କା ମାରିବାକୁ ଭଲ ଲାଗେ ଏବଂ ମୁଁ ଅତି ସହଜରେ ମଧ୍ୟ ସଟ୍‌ ଖେଳିଦିଏ । ଏହା ହିଁ ମୋ ଶକ୍ତି । ଯଦି ମୁଁ ଛକ୍କା ମାରି ରନ୍‌ ରେଟ୍‌କୁ ମେକଅପ୍‌ କରିଦେଉଛି , ତେବେ ମୁଁ  ସିଙ୍ଗିଲ୍‌ ସିଙ୍ଗିଲ୍‌ ରନ୍‌ ନେଇ ଷ୍ଟ୍ରାଇକ୍‌ ରୋଟେଟ କରିବା କଥା ଚିନ୍ତା କରେନାହିଁ ।

ସୂଚନାଯୋଗ୍ୟ ଯେ, ରାଞ୍ଚିରେ ଖେଳାଯାଇଥିବା ୨ୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୭୮ରନ୍‌ର ଟାର୍ଗେଟ୍‌ ଦେଇଥିଲେ । ଯାହାକୁ ଭାରତ ୩ ଓ୍ୱିକେଟ୍‌ ହରାଇ ୪୫.୫ ଓଭରରେ ହାସଲ କରିଦେଇଥିଲା । ଏଥିରେ ଇଷାନ୍‌ କିଷାନ୍‌ ଓ ଶ୍ରେୟସ ଆୟର ହିରୋ ସାଜିଥିଲେ। ଶ୍ରେୟସ ଆୟର ୧୧୧ ବଲ୍‌ରେ ୧୧୩ ରନ୍‌ ହାସଲ କରିଥିବା ବେଳେ ଇଷାନ୍‌ କିଷାନ୍‌ ୮୪ଟି ବଲ୍‌ ଖେଳି ୯୩ ରନ୍‌ କରିଥିଲେ ।  ନିଜ ହୋମ୍‌ ଗ୍ରାଉଣ୍ଡରେ ମାତ୍ର ୭ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି ଇଷାନ୍‌ କିଷାନ୍‌ ।

   Related Posts