ଏସିଆ କପ୍ ୨୦୨୩: ଇଶାନ କିଶନଙ୍କ ଜବରଦସ୍ତ ବ୍ୟାଟିଂ, ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଏହି ଯୁବ ୱିକେଟ୍ କିପର
2/09/2023 at 9:33 PM

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଇଶାନ କିଶନ। ପ୍ରଥମ ଭାରତୀୟ ୱିକେଟ୍ କିପର ବ୍ୟାଟର ଭାବେ ଇଶାନ ଏସିଆ କପ୍ରେ ପାକିସ୍ତାନ ବିପକ୍ଷରେ ସର୍ବାଧିକ ରନ୍ କରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ପୂର୍ବତନ କ୍ୟାପ୍ଟେନ୍ ମହେନ୍ଦ୍ର ସିଂହ ଧ୍ୱନୀଙ୍କ ନାଁରେ ଥିଲା।
ଆଜି ଏସିଆ କପ୍ ୨୦୨୩ର ତୃତୀୟ ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଶ୍ରୀଲଙ୍କା କ୍ୟାଣ୍ଡିଂର ପାଲ୍ଲେକେଲେରେ ଖେଳାଯାଉଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ୨୬୬ ରନ୍ କରିଛି। ଟିମ୍ ଇଣ୍ଡିଆର ଓପନିଂ ଯୋଡ଼ି ସମ୍ପୂର୍ଣ୍ଣ ଫେଲ୍ ମାରିବା ପରେ ଇଶାନ ଓ ହାର୍ଦିକ ପାଣ୍ଡ୍ୟା ଦଳକୁ ସମ୍ଭାଳିଥିଲେ। ଆଜିର ମ୍ୟାଚ୍ରେ ଇଶାନ କିଶନ ଜବରଦସ୍ତ ବ୍ୟାଟିଂ କରି ୮୧ ବଲ୍ରେ ୮୨ ରନ୍ କରିଛନ୍ତି।
ପଢ଼ନ୍ତୁ-Asia Cup: ଇଶାନ ଓ ହାର୍ଦ୍ଦିକଙ୍କ ଅର୍ଦ୍ଧଶତକ ଦମରେ ସମ୍ମାନ ରଖିଲା ଭାରତ, ପାକିସ୍ତାନକୁ ୨୬୭ ରନ ଟାର୍ଗେଟ୍
କେବଳ ଆଜିର ମ୍ୟାଚ ନୁହେଁ, ଇଶାନ ୱିକେଟ କିପର ବ୍ୟାଟର ଭାବେ ଲଗାତର ୪ ଟି ଦିନିକିଆରେ ୫୦ରୁ ଅଧିକ ରନ୍ କରିଥିବା ବେଳେ ଅନ୍ତର୍ଜାତୀୟ କ୍ରିକେଟ୍ରେ ଲଗାତର ୫ଥର ୫୦ରୁ ଅଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟର ହୋଇଛନ୍ତି।
ଆଜିର ମ୍ୟାଚ୍ରେ ଭାରତ ଯେତେବେଳେ ୧୦ ଓଭର ଖେଳି ମାତ୍ର ୪୮ ରନ୍ କରି ୩ ୱିକେଟ୍(ବିରାଟ, ରୋହିତ, ଗିଲ୍) ହରାଇ ସାରିଥିଲା ସେତେବେଳେ ବ୍ୟାଟିଂ ଆସିଥିଲେ ଇଶାନ କିଶନ।
ପାକିସ୍ତାନର ଘାତକ ବୋଲର ଶାହିନ ଶାହ ଆଫ୍ରିଦି ରୋହିତ, ବିରାଟଙ୍କ ୱିକେଟ୍ ନେଇସାରିଥିଲେ। ସେହିପରି ହରିଷ ରାଉଫ୍ ଶ୍ରେୟସ ଆୟରଙ୍କୁ ଆଉଟ୍ କରି ଦେଇଥିଲେ। ଏହାପରେ ଭାରତ ଉପରେ ଚାପ ପଡ଼ିଯାଇଥିଲା। ଶୁଭମନ ଗିଲ୍ ମଧ୍ୟ ୫ ଓଭରରୁ ଅଧିକ ବଲ୍ ଖେଳି ମାତ୍ର ୧୦ ରନ୍ କରି ଆଉଟ୍ ହୋଇଥିଲେ।
ଏହାପରେ ଇଶାନ କିଶନ ରକ୍ଷଣଶୀଳ ଭାବେ ବ୍ୟାଟିଂ କରି ୫୪ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତୀୟ ପୁରୁଷ ୱିକେଟ୍ କିପର ବ୍ୟାଟର ଭାବେ ଏସିଆ କପ୍ରେ ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକରୁ ଅଧିକ ରନ୍ କରିଥିବା ଚତୁର୍ଥ ବ୍ୟାଟର ହୋଇଥିଲେ ଇଶାନ କିଶନ।
ଶୁଭମନ ଗିଲ୍ ଆଉଟ୍ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ଇଶାନ କିଶନ ବ୍ୟାଟିଂ ଜାରି ରଖିଥିଲେ। ପଞ୍ଚମ ୱିକେଟ୍ ପାଇଁ ଦୁଇ ବ୍ୟାଟରଙ୍କ ମଧ୍ୟରେ ୧୩୦ ରନ୍ର ପାର୍ଟର୍ସିପ୍ ହୋଇଥିଲା। ଇଶାନ ମୋଟ ୯ଟି ବାଉଣ୍ଡ୍ରୀ ମାରିଥିା ବେଳେ ଦୁଇଟି ୬ ପିଟିଥିଲେ।
ପଢ଼ନ୍ତୁ-ସୁପର ଓଭର୍ରେ ରିଙ୍କୁ ସିଂଙ୍କ ଜଲଓ୍ୱା, ୩ଟି ବଲ୍ରେ ୩ଟି ଛକା ମାରି ଜିତାଇଲେ ମ୍ୟାଚ୍
ଫଳରେ ଭାରତ ଏକ ସମ୍ମାନଜନକ ସ୍କୋର ମୁହାଁ ହୋଇଥିଲା। ଗୋଟେ ସମୟରେ ଏମିତି ଲାଗୁଥିଲା ଭାରତ ୩୦୦ରୁ ଅଧିକ ରନ୍ କରିବ। ହେଲେ ୩୮ ଓଭରରେ ଇଶାନଙ୍କ ୱିକେଟ ପଡ଼ିଥିଲା। ହରିଶ ରାଉଫ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଏହାପରେ ଅଳ୍ପ କିଛି ସମୟ ପରେ ପାଣ୍ଡ୍ୟାଙ୍କ ୱିକେଟ୍ ବି ଯାଇଥିଲା। ଏହିପରି ଭାବେ ଭାରତ ୪୮.୫ ବଲ୍ରେ ଭାରତ ଅଲ୍ଆଉଟ୍ ହୋଇଯିବା ସହିତ ୨୬୬ ରନ୍ କରିଥିଲା। ୨୬୭ ରନ୍ର ଟାର୍ଗେଟ୍ ନେଇ ପାକିସ୍ତାନ ପଡ଼ିଆକୁ ଓହ୍ଲାଇଥିବା ବେଳେ ବର୍ଷା ବାଧକ ସାଜିଥିଲା। ଫଳରେ ଡିଏଲ୍ଏସ୍ ପ୍ରକ୍ରିୟାରେ ରନ ସଂଖ୍ୟା ହ୍ରାସ କରିବାକୁ ବିଚାର କରାଯାଉଥିଲା। ହେଲେ ବାରମ୍ବାର ବର୍ଷା କାରଣରୁ ଶେଷରେ ମ୍ୟାଚ୍ ବାତିଲ କରିବାକୁ ପଡ଼ିଛି।
ମ୍ୟାଚ୍ ବାତିଲ ପରେ ଦୁଇ ଟିମ୍ ମଧ୍ୟରେ ପଏଣ୍ଟ ଶେୟା ହେବ। ପୂର୍ବରୁ ପାକିସ୍ତାନ ନେପାଳକୁ ହରାଇଥିବା ଆଗରେ ରହିଥିବା ବେଳେ ଏହି ମ୍ୟାଚ୍ରେ ୧ ପଏଣ୍ଟ ପାଇ ସୁପର ୪କୁ ପ୍ରବେଶ କରିବ। ଅନ୍ୟପଟେ ଭାରତ ଯଦି ବାଂଲାଦେଶ ଠାରୁ ମ୍ୟାଚ୍ ହାରିଲା ତେବେ ଏସିଆ କପ୍ରୁ ବିଦା ହେବ।
ଏସିଆ କପ୍ରେ ପାକିସ୍ତାନ ବିପକ୍ଷରେ ଭାରତୀୟ ୱିକେଟ୍ କିପରଙ୍କ ପ୍ରଦର୍ଶନ
ଇଶାନ କିଶନ -୮୨ (୨୦୨୩ )
ମହେନ୍ଦ୍ର ସିଂହ ଧୋନୀ- ୭୬ ( ୨୦୦୮)
ଏସ୍ସି ଖାନ୍ନା- ୫୬ (୧୯୮୪)
ମହେନ୍ଦ୍ର ସିଂହ ଧୋନୀ- ୫୬ (୨୦୧୦)