ମୀରପୁର ୧୦।୧୨ : ଚମକିଲେ ଯୁବ ବ୍ୟାଟସମ୍ୟାନ୍ । ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ୩ୟ ଦିନିକିଆରେ ଦମ୍ଦାର ବ୍ୟାଟିଂ କଲେ ଇଷାନ କିଷାନ୍ । ୧୨୬ ବଲ୍ରେ ଦ୍ରୁତତମ ଦ୍ୱିଶତକ ହାସଲ କରିଛନ୍ତି ଇଷାନ୍ କିଷାନ । ରୋହିତ ଶର୍ମା, ସଚ୍ଚିନ ତେନ୍ଦୁଳକର, ବିରେନ୍ଦ୍ର ସେହଓ୍ୱାଗଙ୍କ ପରେ ଇଷାନ୍ କିଷାନ୍ ଏହି ରେକର୍ଡ କରିଛନ୍ତି ।
ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ବାଂଲାଦେଶ ଟିମ୍ । ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଶିଖର ଧାଓ୍ୱାନ ଓ ଇଷାନ୍ କିଷାନ ପାରିର ଆରମ୍ଭ କରିବାକୁ ପଡିଆକୁ ଓହ୍ଲାଇଥିଲେ । ହେଲେ ମ୍ୟାଚ୍ ଆରମ୍ଭର କିଛି ସମୟ ପରେ ଆଉଟ ହୋଇଥିଲେ ଶିଖର । ପଡିଆକୁ ଆସିଥିଲେ ବିରାଟ କୋହଲି । ଯୁବ ବ୍ୟାଟସମ୍ୟାନ୍ ଇଷାନ୍ କିଷାନଙ୍କ ସହ ମିଶି ଭଲ ଆରମ୍ଭ କରିଥିଲେ ବିରାଟ । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପାର୍ଟନସିପ୍ ବଢିଚାଲିଥିଲେ ।
ସିରିଜର ଅନ୍ତିମ ଦିନିକିଆରେ ୮୫ ବଲ୍ରେ ଦ୍ରୁତତମ ଶତକ ହାସଲ କରିଥିଲେ ଇଷାନ କିଷାନ । ଏହାପରେ ବି ଥମିନଥିଲା ଇଷାନ୍ଙ୍କ ବ୍ୟାଟ୍ । ଲଗାତର ଭାବେ ବାଂଲାଦେଶ ବୋଲରଙ୍କୁ ଆଟାକ କରିଥିଲେ କିଷାନ୍ । ଶେଷରେ ୧୨୬ ବଲ୍ରେ ହାସଲ କଲେ ଦ୍ୱିଶତକ । ଇଷାନ୍ଙ୍କ ଏହି ଦ୍ୱିଶତକ ପାରିରେ ୯ଟି ଛକ୍କା ସହ ୨୩ ଚୌକା ସାମିଲ ରହିଛି । କିନ୍ତୁ ଦ୍ୱିଶତକ ପରେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲେ ଇଷାନ୍ । ମୋଟ ୧୩୧ ବଲ୍ରେ ୨୧୦ ରନ୍ କରି ପାଭିଲିୟନ୍ ଫେରିଛନ୍ତି ।
ତେବେ ଇଷାନ୍ଙ୍କ ପୂର୍ବରୁ ରୋହିତ ଶର୍ମା (୩ଟି ଦ୍ୱିଶତକ), ମାର୍ଟିନ ଗପ୍ଟିଲ୍, ବିରେନ୍ଦ୍ର ସେହଓ୍ୱାଗ୍, କ୍ରିସ୍ ଗେଲ୍, ଫକର ଜମାନ୍, ଇଷାନ୍ କିଷନ ରହିଛନ୍ତି । ରୋହିତ ଶର୍ମାଙ୍କ ନାଁରେ ସର୍ବାଧିକ ଦ୍ୱିଶତକ ରହିଛି । ରୋହିତ ଶର୍ମା ୩ଟି ଦ୍ୱିଶତକ ହାସଲ କରିଛନ୍ତି । ଭାରତୀୟ ବ୍ୟାଟସମ୍ୟାନ୍ ସଚିନ ରମେଶ ତେନ୍ଦୁଲକର ବିଶ୍ୱ କ୍ରିକେଟ୍ରେ ପ୍ରଥମ ଦ୍ୱିଶତକ ହାସଲ କରିଥିଲେ ।