ପୁଅ ପରେ ଏବେ ଝିଅ : ଇଶା ଅମ୍ବାନୀଙ୍କୁ ମିଳିପାରେ ବଡ଼ ଦାୟିତ୍ୱ, ସମ୍ଭାଳିପାରନ୍ତି ରିଲାଏନ୍ସ ରିଟେଲ୍‌ର ନୂଆ ଚେୟାରମ୍ୟାନ୍‌

Published By : Prameya-News7 Bureau | June 30, 2022 IST

ନୂଆଦିଲ୍ଲୀ ୩୦।୦୬ : ଆକାଶ ଅମ୍ବାନୀ ହୋଇଛନ୍ତି ରିଲାଏନ୍ସ ଜିଓର ନୂଆ ଚେୟାରମ୍ୟାନ୍‌ ।  ମୁକେଶ ଅମ୍ବାନୀଙ୍କ ଇସ୍ତଫା ପରେ ତାଙ୍କ ବଡ଼ପୁଅକୁ ଏହି ଦାୟିତ୍ୱ ଦିଆଯାଇଛି । ତେବେ ଏହାରି ଭିତରେ ଆଉ ଏକ ଖବର ସାମ୍ନାକୁ ଆସୁଛି । ରିଲାଏନ୍ସ ରିଟେଲ୍‌କୁ ମିଳିପାରେ ନୂଆ ଅଧ୍ୟକ୍ଷ । ଏଥିନେଇ ଚାଲିଛି ପ୍ରସ୍ତୁତି ।

ମିଳିଥିବା ଖବର ଅନୁଯାୟୀ, ରିଲାଏନ୍ସ ରେଟ୍‌ଲ ନୂଆ ଚେୟାରମ୍ୟାନ୍‌ ଭାବେ ଆଉ କିଏ ନୁହେଁ ବରଂ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ହିଁ ହୋଇପାରନ୍ତି । ଏଥିନେଇ ମୁକେଶ ଅମ୍ବାନୀ ଓ କମ୍ପାମୀ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । କୌଣସି ସମୟରେ ଏପରି ବଡ଼ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ବର୍ତ୍ତମାନ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡରେ ଜଣେ ନିର୍ଦ୍ଦେଶକ ଏବଂ ରେଟଲ ବ୍ୟବସାୟକୁ ବିସ୍ତାର କରିବାର ପୁରା ଦାୟିତ୍ ଏବେ ଇଶା ଅମ୍ବାନୀଙ୍କ ଉପରେ ରହିଛି। ଏବେ ଇଶା ଅମ୍ବାନୀଙ୍କୁ ୩୦ ବର୍ଷ ବୟସ ଏବଂ ସେ ୟେଲ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଶେଷ କରିଛନ୍ତି | ଇଶା ଅମ୍ବାନୀ ଏବଂ ଆକାଶ ଅମ୍ବାନୀ ଉଭୟ ଯାଆଁଳା ଭାଇ-ଭଉଣୀ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଇନମ୍ଫୋଟେକ୍ ଲିମିଟେଡର ମ୍ୟାନେଜମେଣ୍ଟରେ ବଡ ଧରଣର ପରିବର୍ତ୍ତନ ହୋଇଛି। ପୁଅ ଆକାଶ ଅମ୍ବାନୀଙ୍କୁ ରିଲାଏନ୍ସ ଜିଓର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି। ରିଲାଏନ୍ସ ଜିଓ ବୋର୍ଡ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଚେୟାରମ୍ୟାନ ଭାବେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି। ଏହି ଗୁରୁତ୍ଵପୂର୍ଣ୍ଣ ବୈଠକ ଜୁନ ୨୭ରେ ବସିଥିଲା। ଆଉ ଏହି ଦିନ ମୁକେଶ ଅମ୍ବାନୀ ଜିଓ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.