ଆପଣଙ୍କ ସହକର୍ମୀ ଅତ୍ୟଧିକ ମେଳାପୀ କି ? ଜାଣନ୍ତୁ ତାଙ୍କ ବିଶେଷତ୍ଵ ଓ ଦୁର୍ଗୁଣ

Published By : Prameya-News7 Bureau | July 11, 2024 IST

ନୂଆଦିଲ୍ଳୀ ୧୧।୦୭: ବେଳେ ବେଳେ ଓଭର ଫ୍ରେଣ୍ଡଲୀ ବା ଅତି ମେଳାପୀ ପ୍ରକୃତି  ଅନ୍ୟକୁ ଅସୁବିଧାଜନକ ସ୍ଥିତିରେ ପହଞ୍ଚାଇଥାଏ । କିଛି  ଲୋକଙ୍କ ସହ କଥା ହେବା ଦ୍ୱାରା ମନ ଖୁସି ହେବା ସହ ଅଲଗା  ଏକ ପ୍ରକାରର ଶାନ୍ତି ମିଳିଥାଏ । ସେହିପରି ଆଉ କିଛି ଲୋକଙ୍କ ସହ   କଥା ହେବା ଦ୍ୱାରା ମୁଣ୍ଡବିନ୍ଧା ହୋଇଥାଏ । ଅଫିସ୍‌ ଓ ଆଖପାଖରେ  ଏମିତି ଲୋକଙ୍କ ସହ ଆପଣ ଭେଟିଥିବେ ନିଶ୍ଚୟ । କିନ୍ତୁ ସେମାନଙ୍କ  ଆଗରେ ତାଙ୍କ ଅଭ୍ୟାସ ବିଷୟରେ କହିବା ସମ୍ଭବ ହୁଏନା । ତେଣୁ  ବାଧ୍ୟ ହୋଇ ମୁଣ୍ଡବିନ୍ଧା ସହ୍ୟ କରିବା ହିଁ ଏକ ମାତ୍ର ବିକଳ୍ପ ସାଜିଥାଏ ।

ଅତ୍ୟଧିକ ମେଳାପୀ ଲୋକଙ୍କ ବିଶେଷତ୍ୱ ଓ ଦୁର୍ଗୁଣ -

ମେଳାପୀ ଗୁଣ ଅନ୍ୟ ପାଇଁ ସୁବିଧାଜନକ ସ୍ଥିତି ତିଆରି କରିଥାଏ । କିନ୍ତୁ  ମାତ୍ରାଧିକ ମେଳାପୀ ପ୍ରକୃତି ଅସୁବିଧାଜନକ ସ୍ଥିତିରେ ପହଞ୍ଚାଇଥାଏ।   ଏପରି ଲୋକ ନିଜ ବିଷୟରେ ଅଧିକ ବଢେଇଚଢ଼େଇ କହିବା ସହ  ଅନ୍ୟ ବିଷୟରେ ଜାଣିବା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରିଥାନ୍ତି ।  ଫଳରେ ଏପରି ଲୋକଙ୍କ ସହ କଥାବାର୍ତ୍ତା କରିବା ଦ୍ୱାରା ଅନେକ  ସମୟରେ ସମସ୍ୟା ସୃଷ୍ଟି ହୋଇଥାଏ । ଚାଲନ୍ତୁ ଜାଣିବା ଏମାନଙ୍କ   ସହ କେମିତି ଡିଲ୍‌ କରିବା ଆବଶ୍ୟକ ।  

ସୀମା ନିର୍ଦ୍ଧାରଣ କରନ୍ତୁ-

ମେଳାପୀ ଲୋକମାନଙ୍କ ପ୍ରକୃତିକୁ କେହି ବଦଳାଇପାରିବେନି । ତେଣୁ  ଯଥାସମ୍ଭବ ନିଜର ସୀମା ନିର୍ଦ୍ଧାରଣ କରିନେବା ଉଚିତ୍‌ ହେବ । ଯଦି  ଏଭଳି ଲୋକ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଅଧିକ ଆଗ୍ରହ   ଦେଖାନ୍ତିତେବେ ତାଙ୍କୁ ଏଭଳି ମୈତ୍ରୀପୂର୍ଣ୍ଣ ବା ମେଳାପୀ ହେବ ଭଲ । ଅନେକ ସମୟରେ ଏଭଳି ଲୋକଙ୍କ ଯୋଗୁ ଯେକୌଣସି  ବାତାବରଣରେ ମଧ୍ୟ ଏକଲାପଣ ଅନୁଭବ ହୋଇ ନଥାଏ । କିନ୍ତୁ କିଛି ସମୟ ପରେ ସେମାନଙ୍କର ଏହି  ଅତ୍ୟଧିକ ମେଳାପୀ ବ୍ୟବହାର କ୍ରମଶଃ ମୁଣ୍ଡବିନ୍ଧାର କାରଣ ସାଜିଥାଏ । ଯଦି ଆପଣଙ୍କ ଆଖପାଖ ବା  ଅଫିସ୍‌ରେ କେହି ଏପରି ଆବଶ୍ୟକଠାରୁ ଅଧିକ ମୈତ୍ରୀପୂର୍ଣ୍ଣ ବ୍ୟବହାର କରୁଥିବା ଲୋକ ରହିଥାନ୍ତି । ଆଉ  ଆପଣ ସେମାନଙ୍କଠାରୁ ରକ୍ଷା ପାଇବାର ବାଟ ପାଉ ନଥାନ୍ତିତେବେ ଏ ଟିପ୍ସ ଆପଣମାନଙ୍କ ପାଇଁ... । ହସ୍ତକ୍ଷେପ ପସନ୍ଦ ନୁହେଁ ବୋଲି ଜଣାଇ ଦିଅନ୍ତୁ । ମନା କରିବା ଦ୍ୱାରା ସେ ଭୁଲ୍‌ ଭାବିବେ ବୋଲି  ଆଦୌ ଚିନ୍ତା କରନ୍ତୁନାହିଁ ।  

ବ୍ୟସ୍ତ ରହୁଥିବା ଦେଖାନ୍ତୁ- ଯଦି ଏପରି ଲୋକଙ୍କୁ ସିଧାସଳଖ ଜବାବ୍‌ ଦେଇପାରୁ ନାହାନ୍ତି,  ତେବେ ସେମାନଙ୍କଠାରୁ ଦୂରେଇବାର ଏକମାତ୍ର ବାଟ ହେଉଛି ନିଜେ  ବ୍ୟସ୍ତ ରହୁଥିବା ଅନୁଭବ କରାନ୍ତୁ । ସେମାନେ ସାମ୍‌ନାକୁ  ଆସିବା ମାତ୍ରେ କିଛି ବାହାନା କରି ସେଠାରୁ ଚାଲିଯାଆନ୍ତୁ ।  ଆପଣଙ୍କର ବାରମ୍ବାର ଏପରି ବ୍ୟବହାର ଦେଖିବା ଦ୍ୱାରା  ସେ ବୁଝିଯିବେ ଯେ ଆପଣ ତାଙ୍କ ସହ କଥା ହେବାକୁ  ଆଗ୍ରହୀ ନୁହଁନ୍ତି ।  

ସବୁ କଥାର ଉତ୍ତର ଦିଅନ୍ତୁନିଯଦି ସାମ୍‌ନାରେ ଥିବା ବ୍ୟକ୍ତି ପ୍ରତିକ୍ରିୟା ଦିଅନ୍ତି,  ତେବେ ଅନ୍ୟ ଜଣେ କଥାକୁ ଆଗେଇ  ନେଇପାରିବେ । ସେଥିପାଇଁ ଅତ୍ୟଧିକ ମେଳାପୀ  ଲୋକଙ୍କ ସହ କଥା ହେବା ବେଳେ ପ୍ରତି କଥାର  ଉତ୍ତର ଦିଅନ୍ତୁନାହିଁ । ବିଶେଷକରି ଯଦି ସେ  ଆପଣଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରୁଥାନ୍ତି। ଏପରି ସମୟରେ ସାମ୍‌ନା ବ୍ୟକ୍ତି ସହ ଭଦ୍ର ବା ନରମ ବ୍ୟବହାର  କରିବା ଆବଶ୍ୟକ ନୁହେଁ । 

କମ୍‌ କଥା ହୁଅନ୍ତୁ-ଅତ୍ୟଧିକ ମେଳାପୀ  ଲୋକମାନେ କଥାରେ ସମସ୍ତଙ୍କୁ  ଫସାଇ ସାମ୍‌ନା ଲୋକ  ବିଷୟରେ ଅଧିକରୁ ଅଧିକ  କଥା ଜାଣିବାକୁ ପ୍ରୟାସ  କରିଥାନ୍ତି । ତେଣୁ ଯେତେଦୂର ଏପରି   ଲୋକଙ୍କ ସହ  କମ୍‌ କଥା ହେବା  ଉଚିତ୍‌ ।


 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.