ମହାକାଶରୁ କ’ଣ ଦୃଶ୍ୟମାନ ହୋଇଥାଏ ଚୀନର ବିଶାଳ ପ୍ରାଚୀର ? ଜାଣନ୍ତୁ ଏହି ଚର୍ଚ୍ଚାରେ କେତେ ରହିଛି ସତ୍ୟତା
20/08/2023 at 10:04 AM

ନୂଆଦିଲ୍ଲୀ ୨୦।୦୮: ବିଶ୍ୱର ସବୁଠାରୁ ଲମ୍ବା କାନ୍ଥ ଚୀନ୍ରେ ରହିଛି । ଏହି ବିଶାଳ ପ୍ରାଚୀର “ଗ୍ରେଟ ୱାଲ ଅଫ ଚାଇନା” ନାମରେ ପରିଚିତ । କୁହାଯାଏ ଯେ ଏହି ପ୍ରାଚୀର ମହାକାଶରୁ ଦେଖାଯାଇଥାଏ । କଣ ଏହି ଚର୍ଚ୍ଚାରେ ସତ୍ୟତା ରହିଛି କି ? ଯଦିଓ ଚୀନ ବିଶାଳ ପ୍ରାଚୀର ବିଶ୍ୱର ସବୁଠାରୁ ଲମ୍ବା କାନ୍ଥ ଭାବରେ ଜଣାଶୁଣା । ତଥାପି ଏହାର କୌଣସି ସତ୍ୟତା ନାହିଁ ଯେ ଚୀନ ବିଶାଳ ପ୍ରାଚୀର ମହାକାଶରୁ ଦୃଶ୍ୟମାନ ହୋଇଥାଏ।

ଏବେ ପ୍ରଶ୍ନ ଉଠୁଛି ଯେ ଏପରି ଚର୍ଚ୍ଚା କାହିଁକି ଆରମ୍ଭ ହୋଇଥିଲା ? ଏ କାହାଣୀ ସେତେବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ଚୀନ୍ ମହାକାଶଚାରୀ ଦାବି କରିଥିଲେ କି ମହାକାଶରୁ ତାଙ୍କ ଦେଶରେ ଥିବା ବିଶାଳ ପ୍ରାଚୀର ଦେଖାଯାଉଛି । ଏମିତିକି ସେମାନଙ୍କ ଦାବିକୁ କିଛି ସ୍ପେସ୍ ଏଜେନ୍ସି ନିଶ୍ଚିତ ମଧ୍ୟ କରିଥିଲେ ।

କିନ୍ତୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଅନୁଯାୟୀ ଏପରି ଦାବିରେ କୌଣସି ସତ୍ୟତା ନାହିଁ । ମହାକାଶରୁ ପୃଥିବୀର କୌଣସି ସ୍ଥାନ ଦୃଶ୍ୟମାନ ହୁଏନାହିଁ । ମହାକାଶରେ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ଠାରେ ମଧ୍ୟ ଚୀନ ବିଶାଳ ପ୍ରାଚୀର ଦୃଶ୍ୟମାନ ହୁଏନାହିଁ। ଆମେରିକୀୟ ମହାକାଶଚାରୀ ନିଲ୍ ଆର୍ମଷ୍ଟ୍ରଙ୍ଗ ନିଶ୍ଚିତ କରିଛନ୍ତି ଯେ ମହାକାଶ କିମ୍ବା ଚନ୍ଦ୍ର ପୃଷ୍ଠରୁ ପୃଥିବୀରେ କୌଣସି ଜିନିଷ ଦୃଶ୍ୟମାନ ହୁଏ ନାହିଁ । ନିଲ୍ ଆର୍ମଷ୍ଟ୍ରଙ୍ଗ୍ କହିଥିଲେ ଯେ ମହାକାଶରେ ତାଙ୍କୁ କେବଳ ନୀଳ ରଙ୍ଗର ପୃଷ୍ଠଭୂମି ସହିତ ମହାଦେଶ ହ୍ରଦ ଏବଂ ଧଳା ଦାଗ ଦେଖିବାକୁ ମିଳୁଥିଲା।

You Can Read: