ଶିଶୁଙ୍କ ପାଇଁ ଘାତକ କରୋନାର ତୃତୀୟ ଲହର ? ସରକାର ଦେଲେ ଏମିତି ଜବାବ

Published By : Prameya-News7 Bureau | June 30, 2021 IST

ନୂଆଦିଲ୍ଲୀ ୩୦/୬: କରୋନାର ତୃତୀୟ ଲହର ପିଲାମାନଙ୍କ ପାଇଁ କେତେ ଘାତକ ହେବ ?  ପିଲାମାନଙ୍କ ପ୍ରତି ତୃତୀୟ ଲହରର ପ୍ରଭାବ କେମିତି ହେବ ଏନେଇ ଏବେ ଚିନ୍ତା ବଢ଼ିଛି। କିନ୍ତୁ ଏହାରି ଭିତରେ ବୁଧବାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଭଲ ଖବର ମିଳିଛି। ମନ୍ତ୍ରାଳୟ ଅନୁସାରେ ଅଧିକାଂଶ ପିଲା ଲକ୍ଷଣବିହୀନ ହୋଇଥିବା ବେଳେ କେତେବେଳେ କେମିତି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡ଼େ।

କରୋନାର ଦ୍ବିତୀୟ ଲହର ପ୍ରଥମ ଅପେକ୍ଷା ଅଧିକ ଘାତକ ହୋଇଛି। ଏହି ସମୟରେ କରୋନା ସଂକ୍ରମିତ ଶିଶୁଙ୍କ ସଂଖ୍ୟା ମଧ୍ୟ ଅଧିକ ଦେଖିବାକୁ ମିଳିଛି। ତେବେ​‌ ଭୂତାଣୁର ପିଲାମାନଙ୍କ ଉପରେ ପ୍ରତିକୂଳ ପ୍ରଭାବକୁ ନେଇ ମିଡିଆରେ ବିଭିନ୍ନ ପ୍ରସଙ୍ଗ ଉଠୁଛି। ଏହାକୁ ନେଇ କରୋନା ଲହର ଶିଶୁମାନଙ୍କ ଉପରେ ବିଶେଷ ପ୍ରଭାବ ପକାଉନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।  ଯଦି ଛୋଟ ପିଲାମାନେ ସଂକ୍ରମିତ ହେଉଛନ୍ତି ତେବେ ସେମାନଙ୍କ ଠାରେ ଲକ୍ଷଣ ଦେଖାଯାଉନାହିଁ। ବେଳେ ବେଳେ ଖୁବ କମ ଲକ୍ଷଣ ଦେଖାଯାଉଛି। ଏହା ସହ ଅଧିକାଂଶ ପିଲାଙ୍କୁ ପ୍ରାୟତଃ ହସ୍ପିଟାଲ ଯିବାକୁ ପଡ଼ୁନାହିଁ।

ଯଦି ସୁସ୍ଥ ଶିଶୁ କରୋନା ସଂକ୍ରମିତ ହୁଏ ତେବେ ତାର ହାଲକା ଦେହ ଖରାପ ହୋଇଥାଏ। ତେଣୁ ହସ୍ପିଟାଲ ଆସିବା ବିନା ସୁସ୍ଥ ହୋଇପାରେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ଯେଉଁ ପିଲାମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିଲା।

ଶିଶୁମାନଙ୍କ ଠାରେ କରୋନା ଭୂତାଣୁ ଘାତକ ହେଉଛି ବୋଲି ସେମିତି କୌଣସି ଡାଟା ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ତଥାପି ଚାଇଲ୍ଡ କେୟାରକୁ ନଜରରେ ରଖି ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ଉପରେ ସରକାର ଜୋର ଦେଉଛନ୍ତି। ଏହା ସହ ୨-୧୮ ବର୍ଷର ପିଲାମାନଙ୍କ ପାଇଁ କୋଭାକ୍ସିନ୍‌ ଟ୍ରାଏଲ୍‌ ଆରମ୍ଭ ହୋଇଥିବା ନେଇ ମଧ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.