କ’ଣ ଆଦିଲଙ୍କ ପିଲାର ମାଆ ହେବାକୁ ଯାଉଛନ୍ତି ରାକ୍ଷୀ ? କହିଲେ-ନୋ କମେଣ୍ଟସ୍
15/01/2023 at 8:01 AM

ମୁମ୍ଵାଇ ୧୫।୦୧: ବଲିଉଡ୍ର ଡ୍ରାମା କୁଇନ୍ ରାକ୍ଷୀ ସାଓ୍ଵନ୍ତ । ଏମିତି କିଛି କରନ୍ତି ଯାହା ପାଇଁ ସେ ଲାଇମ୍ଲାଇଟ୍କୁ ଆସିନ୍ତି। ରାକ୍ଷୀଙ୍କ ବିବାହ ଏବେ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପଟେ ରାକ୍ଷୀ କହୁଛନ୍ତି, ତାଙ୍କର ବିବାହ ଆଦିଲ ଖାନଙ୍କ ସହିତ ହୋଇଛି। ଆଉ ଅନ୍ୟପଟେ ଆଦିଲ କହୁଛନ୍ତି ତାଙ୍କର ରାକ୍ଷୀ ସହ ନିକା ହୋଇନାହିଁ। ଏବେ ରାକ୍ଷୀଙ୍କ ବିବାହକୁ ନେଇ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି।
ଶୁଣିବାକୁ ମିଳୁଛି ଯେ ରାକ୍ଷୀ ଗର୍ଭବତୀ ଅଛନ୍ତି। ଆଦିଲ ଖାନଙ୍କ ସହ ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ରାକ୍ଷୀଙ୍କ ସହ ଜଡ଼ିତ ଏହି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଏହା ପୂର୍ବରୁ ଅଭିନେତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏକ ଗଣମାଧ୍ୟମ ସହ କଥାବାର୍ତ୍ତାରେ ରାକ୍ଷୀ ନିଜ ପ୍ରେଗ୍ନାନ୍ସି ଉପରେ କିଛି ବି କହିବାକୁ ମନା କରି ଦେଇଛନ୍ତି।
ଯେତେବେଳେ ତାଙ୍କୁ ପଚରାଯାଇଥିଲା କି, ସେ କ’ଣ ଆଦିଲଙ୍କ ପିଲାର ମା’ ହେବାକୁ ଯାଉଛନ୍ତି କି? ଏହାର ଉତ୍ତରରେ ରାକ୍ଷୀ କହିଥିଲେ, ନୋ କମେଣ୍ଟସ୍। ଏବେ ରାକ୍ଷୀ ନିଜ ପ୍ରେଗ୍ନାନ୍ସିକୁ ନେଇ ଫ୍ୟାନ୍ମାନଙ୍କୁ କିଛି ନ କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯଦି ଏମିତି କିଛି କଥା ନାହିଁ, ତା’ ହେଲେ ରାକ୍ଷୀ କାହିଁକି ସ୍ପଷ୍ଟ ଭାବେ ମନା କରିଲେ ନାହିଁ । ଏହି ସବୁ ନେଇ ଫ୍ୟାନ୍ସଙ୍କ ମନରେ ନା ନା ପ୍ରଶ୍ମ ଉଠିଛି।