ଆଇଏସ ଲିଙ୍କ୍ : ଜମ୍ମୁ-କାଶ୍ମୀରର ୧୦ ସ୍ଥାନରେ ର' ଓ ଏନଆଇଏର ଚଢଉ

Published By : Prameya-News7 Bureau | July 11, 2021 IST

ଶ୍ରୀନଗର, ୧୦/୦୭: ଆଇଏସଆଇଏସ ଲିଙ୍କ୍ ଓ ଟେରର ଫଣ୍ଡିଂ ମାମଲାରେ ର, ଏନଆଇଏ ଓ ଆଇବି ଜମ୍ମୁ-କାଶ୍ମୀରର ୧୦ଟି ସ୍ଥାନରେ ଚଢଉ କରିଛନ୍ତି । ଏହାସହ ଅନେକଙ୍କୁ ପଚରାଉଚୁରା ମଧ୍ୟ କରାଯାଉଛି । ଆଇଏସର ଟେରର୍ ମାଗାଜିନକୁ ଭିତ୍ତି କରି ଏହି ଚଢଉ କରାଯାଇଛି । ଏହି ମାଗାଜିନର ଏବେସୁଦ୍ଧା ୧୭ଟି ସଂସ୍କରଣ ଛପାଯାଇ ସାରିଛି ।

ଦୁର୍ଦ୍ଦଶ ଆତଙ୍କବାଦୀ ସଙ୍ଗଠନ ଆଇଏସର ଏହି ମାଗାଜିନରେ ଭାରତ, ବାଂଲାଦେଶ, ଶ୍ରୀଲଙ୍କା ଓ ମାଳଦ୍ୱୀପ ବାବଦରେ ଉଲ୍ଲେଖ ରହିଛି । କୁହାଯାଉଛି ଯେ, ପୂର୍ବରୁ ଏହି ମାଗାଜିନ ଆଫଗାନିସ୍ଥାନରେ ଛପା ଯାଉଥିଲା । କିନ୍ତୁ ଏବେ ଦିଲ୍ଲୀ ଓ ଜମ୍ମୁ-କାଶ୍ମୀରରେ ଏହା ଛପାଯାଉଛି ।

ସୂତ୍ରାନୁସାରେ, ଏନଆଇଏ ସକାଳେ ଦାରୁଲ ଉଲୁମ, ଦଲାଲ ମୋହଲ୍ଲା, ନବାବାଜାରରେ ପୋଲିସ ଏସଓଜି ସହ ଅନେକ ଅଧିକାରୀଙ୍କୁ ଧରି ଚଢଉ କରିଥିଲା । ତଲାସି ଅଭିଯାନରେ କିଛି ଅଫିସ ରେକର୍ଡ, ଲାପଟପକୁ ଜବତ କରାଯାଇଛି । ଏହାସହ କିଛି ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.