ଜ୍ୟୋତିରାଦିତ୍ୟଙ୍କୁ ପୁଣି ମିଳିବ କି ତାଙ୍କ ବାପାଙ୍କ ବଙ୍ଗଳା ? ସଫଦରଜଙ୍ଗର ଏହି ବଙ୍ଗଳା ସହ ରହିଛି ସିନ୍ଧିଆ ସମ୍ପର୍କ

Published By : Prameya-News7 Bureau | March 16, 2020 IST

ଭୋପାଲ ୧୬/୦୩ : ପୂର୍ବତନ କଂଗ୍ରେସ ସାଂସଦ ତଥା ଏବେର ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ। ସେ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପରେ ବର୍ତ୍ତମାନ ତାଙ୍କୁ ପୁଣି ଥରେ ତାଙ୍କ ପସନ୍ଦର ବଙ୍ଗଳା ମିଳିବ ନା ନାହିଁ ତାହାକୁ ନେଇ ଏବେ ପାଓ୍ୱାର କରିଡରରେ ବେଶ ଚର୍ଚ୍ଚା। କାରଣ ସଫଦରଜଙ୍ଗ ରୋଡ଼ ସ୍ଥିତ ଏହି ବଙ୍ଗଳା ସହ ରହିଛି ସିନ୍ଧିଆ ପରିବାରର ନିବିଡ ସମ୍ପର୍କ। ଏହି ବଙ୍ଗଳା ୧୯୮୦ ମସିହାରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପିତା ମାଧଵରାଓ ସିନ୍ଧିଆଙ୍କୁ ମିଳିଥିଲା | ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରୀମଣ୍ଡଳରେ ମାଧଵରାଓ ସିନ୍ଧିଆ କଂଗ୍ରେସ ମନ୍ତ୍ରୀ ହେବା ପରେ ତାଙ୍କୁ ଏହି ବଙ୍ଗଳା ମିଳିଥିଲା | ଜ୍ୟୋତିରାଦିତ୍ୟଙ୍କ ପାଇଁ ଏହି ବଙ୍ଗଳା ବହୁତ ମହତ୍ଵପୂର୍ଣ୍ଣ | ମାଧଵରାଓଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ପରିବାର ଏହି ବଙ୍ଗଳାରେ ରହୁଥିଲେ | ଏହାପରେ ଜ୍ୟୋତିରାଦିତ୍ୟ ମନମୋହନ ସିଂହଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ |

{"id":239409,"width":748,"height":484,"sizeSlug":"large"}

ଜ୍ୟୋତିରାଦିତ୍ୟ ୨୦୦୨ ରୁ ୨୦୧୯ ମସିହା ପର୍ଯ୍ୟନ୍ତ  ଗୁନାର ଲୋକସଭା ସଦସ୍ୟ ଥିଲେ | ମାଧଵରାଓ ସିନ୍ଧିଆଙ୍କ ମୃତ୍ୟୁ ପରେ ତାଙ୍କୁ ଏହି ବଙ୍ଗଳା ଆଲର୍ଟ ହୋଇଥିଲା | ତେବେ ଜୁନ ୨୧ ତାରିଖରେ ସେ ଏହି ବଙ୍ଗଳା ଛାଡି ଦେଇଥିଲେ ବୋଲି ଏକ ନ୍ୟୁଜ ଏଜେନ୍ସିକୁ କହିଛନ୍ତି | ବଙ୍ଗଳା ଖାଲି କରିବା ପରେ ତାଙ୍କୁ ସରକାରଙ୍କ ତରଫରୁ ଏକ ନୋ ଡ୍ୟୁଜ ସାର୍ଟିଫିକେଟ ମଧ୍ୟ ମିଳିଥିଲା |ଲୋକସଭା ନିର୍ବାଚନରେ ହାରିଯିବା ପରେ ସିନ୍ଧିଆଙ୍କୁ ଏହି ବଙ୍ଗଳା ଛାଡିବାକୁ ପଡିଥିଲା | ସେ ସମସ୍ତ ନିୟମାବଳୀ ସହ ଡେଡ଼ଲାଇନ ପୂର୍ବରୁ ବଙ୍ଗଳା ଖାଲି କରିଦେଇଥିଲେ ବୋଲି କହିଛନ୍ତି |

{"id":239410,"width":759,"height":427,"sizeSlug":"large"}

ତେବେ ବିଜେପି ସିନ୍ଧିଆଙ୍କୁ ଏହି ବଙ୍ଗଳା ଆଲର୍ଟ କରିବା ନାହିଁ ବୋଲି ସନ୍ଦେହ କରାଯାଉଛି | ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫାଇନାଲ ମିଟିଙ୍ଗ ପରେ ଏନେଇ କ୍ୟାବିନେଟ କମିଟି ନିଷ୍ପତ୍ତି ନେବ |    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.