କ’ଣ ସତରେ ‘KGF 2’ର ରେକର୍ଡ ଭାଙ୍ଗିଛି ‘ପଠାନ’ ? ନା ଏହା ଏକ ଗୁଜବ
9/02/2023 at 9:57 PM

ନୂଆଦିଲ୍ଲୀ: ଶାହରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଧମାଲ କରିବାରେ ଲାଗିଛି। ଫିଲ୍ମ ମାତ୍ର ଦୁଇ ସପ୍ତାହରେ ଭାରତୀୟ ବକ୍ସ ଅଫିସରେ ୪୫୦ କୋଟି ଟଙ୍କାର ବ୍ୟବସାୟ କରି ସାରିଲାଣି। ଓ୍ଵାର୍ଲ୍ଡଓ୍ଵାଇଡ୍ କଲେକ୍ସନ ଉପରେ ନଜର ପକାଇଲେ ଫିଲ୍ମ ପଠାନ ୮୫୦ କୋଟି କ୍ଲବରେ ଏଣ୍ଟ୍ରି ମାରି ସାରିଛି। ନିକଟରେ ‘ପଠାନ’ ସଂପର୍କିତ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା, ଯେଉଁଥିରେ ଦାବି କରାଯାଇଥିଲା ଯେ, ଶାହରୁଖ ଖାନଙ୍କ ଫିଲ୍ମ ୟଶଙ୍କ ଅଭିନୀତ କେଜିଏଫ-୨ର ରେକର୍ଡ ଭାଙ୍ଗି ଦେଇଛି। କଣ ‘ପଠାନ’ ବକ୍ସଅଫିସରେ ଏହି କମାଲ୍ କରି ପାରିଛି ? ଆସନ୍ତୁ ଜାଣିବା ବକ୍ସ ଅଫିସର ପୂରା ଗଣିତ…
୧୬ ଦିନରେ ଏତିକି କୋଟି ଆୟ
ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ପଠାନ’ ଗୁରୁବାର ପ୍ରାୟ ୬ କୋଟି ଟଙ୍କାର ଆୟ କରିଛି। Sacnilkର ରିପୋର୍ଟ ମୁତାବକ ୧୬ ଦିନରେ ଶାହରୁଖ ଖାନଙ୍କ ଫିଲ୍ମ ମୋଟ୍ ୪୫୮.୯୫ କୋଟି ଟଙ୍କାର କାରବାର କରିଛି। ଓ୍ଵାର୍ଲ୍ଡଓ୍ଵାଇଡ୍ ବକ୍ସଅଫିସରେ ଫିଲ୍ମଟି ୮୭୮.୫୪ କୋଟି ଟଙ୍କାର ବ୍ୟବସାୟ କରି ସାରିଲାଣି। ଅର୍ଥାତ ୨୫୦ କୋଟି ଟଙ୍କାର ବଜେଟ୍ରେ ନିର୍ମିତ ଫିଲ୍ମ ୬୨୮.୫୪ କୋଟି ଟଙ୍କାର ଲାଭ କରି ସାରିଲାଣି।
କଣ ଭାଙ୍ଗି ପାରିଛି KGF ୨ର ରେକର୍ଡ
ୟଶଙ୍କ ଫିଲ୍ମ ଭାରତୀୟ ବକ୍ସ ଅଫିସରେ ୮୫୯.୭ କୋଟି ଟଙ୍କାର କାରବାର କରିଥିଲା। ୟଶଙ୍କ ପ୍ରଶଂସକ ଏବଂ କେଜିଏଫ କାହାଣୀ ଯୋଗୁଁ ଫିଲ୍ମଟି ଓ୍ଵାଲ୍ଡଓ୍ଵାଇଡ୍ ବକ୍ସ ଅଫିସରେ ୧୨୦୮ କୋଟି ଟଙ୍କାର କାରବାର କରିଥିଲା। Sacnilk ଅନୁଯାୟୀ ନିର୍ମାତା ମାତ୍ର ୧୦୦ କୋଟିରେ କେଜିଏଫ ୨ ନିର୍ମାଣ କରାଯାଇଥିଲା। ଅର୍ଥାତ ଫିଲ୍ମ ୧୧୦୮ କୋଟି ଟଙ୍କାର ଲାଭ କରିଥିଲା। ଏହି ତଥ୍ୟ ଅନୁଯାୟୀ, ବଲିଉଡ ଫିଲ୍ମ ପଠାନ ନା ଭାରତୀୟ ବକ୍ସ ଅଫିସରେ ନା ଓ୍ଵାର୍ଲ୍ଡଓ୍ଵାଇଡ୍ ବକ୍ସ ଅଫିସରେ ଏବଂ ନା ଲାଭ ମାମଲାରେ କେଜିଏଫ ୨ଠୁ ଆଗରେ ଅଛି।
ଏ ଖବର ପଢନ୍ତୁ- ବିଗ ବି ଅନୁରାଗ କଶ୍ୟପଙ୍କ କଥାରେ ରାଗିଲେ କି ? ପ୍ରଯୋଜକ କାହିଁକି ହେଲେ ଛାନିଆ ? ହେଲା କଣ…
ଏବେ ଏହି ଫିଲ୍ମଠୁ ପଛରେ ରହିଛି ପଠାନ
ପଠାନ ହିନ୍ଦୀ ଭାଷାରେ ୪୩୬ କୋଟି ଟଙ୍କାର ଆୟ କରିଛି। ଏହି ହିସାବରେ କେଜିଏଫ ୨ର ହିନ୍ଦୀ ସଂସ୍କରଣ ଆୟ ୪୩୫.୩୩ କୋଟିକୁ ପଠାନ ଅତିକ୍ରମ କରିଛି। ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ପଠାନ(୮୭୮.୫୪ କୋଟି ଟଙ୍କା) ଏବେ ମଧ୍ୟ ଦଙ୍ଗଲ(୨ ହଜାର କୋଟି), ଆରଆରଆର(୧୮୧୦ କୋଟି), ବଜରଙ୍ଗୀ ଭାଇଜାନ(୯୬୯ କୋଟି ଟଙ୍କା) ଏବଂ ସିକ୍ରେଟ୍ ସୁପରଷ୍ଟାର(୯୬୬ କୋଟି ଟଙ୍କା)ର ଓ୍ଵାର୍ଲ୍ଡଓ୍ଵାଇଡ୍ କାରବାର କରିଛି।