ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାୱଡ଼ା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ: କୋଲକାତା ଫେରୁଥିବା ବେଳେ ଏସି କୋଚ୍‌ରେ ଲାଗିଲା ନିଆଁ
  • ||
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ରଖାଯାଇଥିବା ଭାତକୁ ଗରମ କରି ଖାଇବା ସୁରକ୍ଷିତ କି? ହେବ ନାହିଁ ତ ଖାଦ୍ୟ ବିଷକ୍ରିୟା ଜାଣନ୍ତୁ

16/11/2019 at 5:49 PM

ଅନେକ ସମୟରେ କେତକ ଖାଦ୍ୟ ଖାଇଲେ ଏହା ଫୁଡ୍‌ ପଏଜନିଂ ବା ବିଷକ୍ରିୟା ହୋଇଥାଏ । ମାତ୍ର ସଠିକ୍‌ ରୂପେ ରାନ୍ଧି କରି କିମ୍ବା ଏହାକୁ ଫ୍ରିଜ୍‌ରେ ସୁରକ୍ଷିତ ଭାବେ ରଖିଲେ ଅନେକ ପେଟ ରୋଗରୁ ରକ୍ଷା ମିଳିଥାଏ । ଭାରତରେ ଅଧିକାଂଶ ସ୍ଥାନରେ ଭାତ ମୁଖ୍ୟ ଖାଦ୍ୟ । ଓଡିଶାରେ ରେ ଏହା ମୁଖ୍ୟ ଖାଦ୍ୟ । ମାତ୍ର ଚାଉଳକୁ କଞ୍ଚା ଖାଇବା କଥା ନୁହେଁ । ଏଥିରେ ବାସିଲସ୍‌ ସିରସ୍‌ ନାମକ ବ୍ୟାକ୍ଟେରିଆ ଥାଏ । ଏହା ବେଳେ ବେଳେ ଫୁଡ୍‌ ପଏଜନିଂ କରିଥାଏ ।

ମାତ୍ର ଚାଉଳକୁ ରାନ୍ଧି ଭାତ କରି ଖାଇବାରେ କୌଣସି ଅସୁବିଧା ନାହିଁ । କାରଣ ଏହା ଫୁଟିବା ପରେ ସମସ୍ତ ବ୍ୟାକ୍ଟେରିଆ ମରିଯାଇ ଥାଆନ୍ତି । ମାତ୍ର ବେଳେ ବେଳେ ଭାତକୁ ବାହାରେ ବହୁତ ସମୟ ରଖି ଖାଇବା କଥା ନୁହେଁ । କାରଣ ଏଥିରେ ଅନେକ ପ୍ରକାରର ବ୍ୟାକ୍ଟେରିଆ ହୋଇ ପାରନ୍ତି । ବାହାରେ ଭାତକୁ ରାନ୍ଧି ବହୁତ ସମୟ ରଖିଲେ ଏଥିରେ ବହୁତ ପରିମାଣରେ ବାସିଲସ୍‌ ବ୍ୟାକ୍ଟେରିଆ ହୋଇଥାଆନ୍ତି । ଏହାକୁ ଖାଇଲେ ପେଟ ମୋଡି ହେବା ସହ ବାନ୍ତି ପରି ସମସ୍ୟା ହୋଇପାରେ । ଫୁଡ୍‌ ପଏଜନିଂ ମଧ୍ୟ ହୋଇପାରେ ।

ଏଥିପାଇଁ ଅଧିକ ସମୟ ବାହାରେ ଭାତ ରହିଥିଲେ ଏହାକୁ ୬୦ ଡିଗ୍ରୀ ସେଲସିୟସରେ ପ୍ରାୟ ୧୦ ମିନିଟ୍‌ ଗରମ୍‌ରେ ଅଧିକାଂଶ ଜୀବାଣୁ ମରିଯାଇ ଥାଆନ୍ତି ।

କିପରି ଭାତକୁ ଠିକ୍‌ ଭାବେ କରିବେ ଆଉଥରେ ଗରମ

ଭାରତକୁ ଅଳ୍ପ ଗରମ କରିବେ ନାହିଁ । କାରଣ ଉଷୁମ୍‌ ପାଇଲେ ବ୍ୟାକ୍ଟେରିଆଙ୍କ ସଂଖ୍ୟା ବୃଦ୍ଧି ପାଇ ପାରେ । ଏହାକୁ ଭଲ ଭାବରେ ଗରମ କରିବେ ।

ଯଦି ଫ୍ରିଜ୍‌ରେ ଭାତ ରଖୁଛନ୍ତି ଏହାକୁ ୩ ଚାରି ଦିନରୁ ଅଧିକ ସମୟ ପାଇଁ ରଖନ୍ତୁ ନାହିଁ । ଏହାକୁ ଭଲ ଭାବେ ଗରମ କରି ଖାଆନ୍ତୁ ।

   Related Posts