କ୍ୟାଟ୍ରିନାଙ୍କ ଭାଉଜ ହେବେ ଇଲିଆନା, କନଫର୍ମ କଲେ କରଣ
8/09/2022 at 10:42 AM

ମୁମ୍ଵାଇ ୦୮।୦୯: ନିକଟରେ କ୍ୟାଟ୍ରିନା କୈଫ ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ମାଳଦ୍ଵୀପ୍ ଯାଇଥିଲେ। ସେଠାରେ ଜନ୍ମ ଦିନର କିଛି ଫଟୋ ସେୟାର କରିଥିଲେ। ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ସବୁଠାରୁ ବଡ କଥା ଏହି ପାର୍ଟିରେ ଇଲିଆନା ଡି’କ୍ରୁଜ ମଧ୍ୟ ନଜର ଆସିଥିଲେ। ପ୍ରଥମେ ସମସ୍ତେ ଭାବୁଥିଲେ ଯେ କ୍ୟାଟ୍ରିନା ଏବଂ ଇଲିଆନା ଦୁଇ ବନ୍ଧୁ ହୋଇପାରନ୍ତି।କିନ୍ତୁ ତା’ପରେ ଖବର ଶୁଣିବାକୁ ମିଳିଥିଲା ଯେ ଇଲିଆନା କ୍ୟାଟ୍ରିନାଙ୍କ ଭାଇ ସେବାଷ୍ଟିଆନଙ୍କୁ ଡେଟ କରୁଛନ୍ତି। ହେଲେ ଏବିଷୟରେ କୌଣସି ପ୍ରକାରର ନିଶ୍ଚିତ ହୋଇନାହିଁ । କିନ୍ତୁ ବର୍ତ୍ତମାନ କରଣ ଜୋହର ଏହି ଖବରକୁ ନେଇ ନିଶ୍ଚିତ କରିନାହାନ୍ତି। ନିକଟରେ କରଣ ଜୋହର ତାଙ୍କ ଶୋ କଫି ୱିଥ୍ କରଣରେ କହିଥିଲେ କି କ୍ୟାଟ୍ରିନାଙ୍କ ପରିବାର ସହିତ ଇଲିଆନାଙ୍କର ଏକ ଗଭୀର ସମ୍ପର୍କ ଅଛି।
ଏହାକୁ ନେଇ କରଣ କୁହନ୍ତି, “ମାଲଦ୍ଵୀପ ଭ୍ୟାକେସନ୍ର କିଛି ଫଟୋ ଦେଖିବାକୁ ମିଳିଥିଲା। ମୁଁ ମୋ ମନରେ ଭାବୁଥିଲି କି ମୁଁ ଏହି ଦୁଇଜଣଙ୍କୁ ପ୍ରଥମ ଥର ଏକାଠି ଦେଖୁଛି। ଏବଂ ତା’ପରେ ମୁଁ ବୁଝିଗଲି କି ସବୁକିଛି ବହୁତ ଶୀଘ୍ର ହେଉଛି। କରଣଙ୍କ ଏହି କଥା ଶୁଣିବା ପରେ କ୍ୟାଟ୍ରିନା ହସିବାକୁ ଲାଗିଲେ ଏବଂ କହିଥିଲେ ଯେ କରଣ ତମେ ତମ ଚାରିପାଖରେ ଥିବା ଅନେକ ଜିନିଷ ଲକ୍ଷ୍ୟ କରନ୍ତ ଭଲ ହୁଅନ୍ତା। ଅନ୍ୟପଟେ କହିବାକୁ ଗଲେ ମାଲଦ୍ବୀପ ଭ୍ୟାକେସନ୍ ପରେ ଇଲିଆନା ସେବାଷ୍ଟିଆନଙ୍କ ସହ ଫଟୋ ସେୟାର କରିନଥିଲେ । କାହିଁକି ନା ସେବାଷ୍ଟିଆନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପ୍ରାଇଭେଟ ଅଛି ।
ଉଲ୍ଲେଖଥାଉ କି, କ୍ୟାଟ୍ରିନା ମଧ୍ୟ ତାଙ୍କ ଶୋ’ରେ ଭିକିଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ଭିକିଙ୍କୁ ଡେଟ କରିବା ପାଇଁ ତାଙ୍କର କୌଣସି ପ୍ଲାନ ନଥିଲା । ପରେ, ଭିକିଙ୍କ ବିଷୟରେ ସେ ପ୍ରଥମେ ଜୋୟା ଅଖତରଙ୍କୁ କହିଥିଲେ। ଏହି ସମୟରେ, ଜୋୟାଙ୍କ ପାର୍ଟିରେ ଭିକିଙ୍କୁ ନେଇ ଫିଲିଙ୍ଗସ୍ ଆସିଥିଲା ଏବଂ ଗତ ବର୍ଷ ରାଜସ୍ଥାନରେ କ୍ୟାଟ୍ରିନା ଏବଂ ଭିକି ବିବାହ କରିଥିଲେ।