ପୁଣି ଥରେ ପ୍ରେମରେ ପଡ଼ିଲେ କି ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ ? ଲକଡାଉନରେ ମୋନିକା ବେଦୀଙ୍କ ସହ ବିତାଉଛନ୍ତି କ୍ବାଲିଟି ଟାଇମ୍

Published By : Prameya-News7 Bureau | May 03, 2020 IST

ନୂଆଦିଲ୍ଲୀ ୩/୫: ଫିଲ୍ମ ଅଭିନେତ୍ରୀ ମୋନିକା ବେଦୀ ଜଣେ ପୂର୍ବ ଭାରତୀୟ କ୍ରିକେଟରଙ୍କ ସହ ଭଲ ସମୟ ବିତାଉଛନ୍ତି। ବଲିଉଡ ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି ଏବଂ ଅନେକ ବିବାହ ମଧ୍ୟ କରିଛନ୍ତି।

{"id":263948,"sizeSlug":"large"}

ଏମାନଙ୍କ ମଧ୍ୟରେ ବିରାଟ କୋହଲି-ଅନୁଷ୍କା ଶର୍ମା,ଯୁବରାଜ ସିଂହ-ହାଜେଲ୍ କିଚ୍,ଜାହୀର ଖାନ୍-ସାଗରିକା ଘଟଗେ ହେଉଛନ୍ତି କିଛି ଉଦାହରଣ। ଏବେ କ୍ରିକେଟ ମହମ୍ମଦ ଆଝାରୁଦ୍ଦିନ ଏବଂ ମୋନିକା ବେଦୀଙ୍କୁ ନୂଆ ଖବର ସାମନାକୁ ଆସିଛି। ମୋନିକା ଏବଂ ଆଝାରୁଦ୍ଦିନ ଏକାଠି ବୁଲୁଛନ୍ତି।

{"id":263949,"sizeSlug":"large"}

ଉଭୟଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ସୃଷ୍ଟି ହୋଇଛି। ସେମାନେ ଏକାଠି ଅଧିକାଂଶ ସମୟ ବିତାଉଛନ୍ତି। ଏବେ ସୁଦ୍ଧା ସେମାନେ ନିଜ ନିକଟତର ବନ୍ଧୁବାନ୍ଧବଙ୍କୁ ସେମାନଙ୍କ ବନ୍ଧୁତା ବିଷୟରେ କହିଛନ୍ତି। ସେ ଆଝାରୁଦ୍ଦିନଙ୍କୁ ସଞ୍ଜୟ ନିରୁପମଙ୍କ ଜରିଆରେ ଭେଟିଥିଲେ ଏବଂ ଏବେ ୩ଜଣ ଭଲ ସାଙ୍ଗ। ମୋନିକା, ଆଝାରୁଦ୍ଦିନ ଏବଂ ନୌରିନଙ୍କ ପୁଅ ଅସଦୁଦ୍ଦିନଙ୍କ ହାଇଦ୍ରାବାଦରେ ହୋଇଥିବା ବିବାହରେ ଯୋଗ ଦେଇଥିଲେ।

{"id":263952,"sizeSlug":"large"}

ଆଝାରୁଦ୍ଦିନଙ୍କ ବିବାହ ପ୍ରଥମେ ନୌରିନଙ୍କ ସହ ହୋଇଥିଲା। ନୌରିନଙ୍କଠୁ ତାଙ୍କର ଦୁଇ ପୁଅ ଅସଦ୍ ଏବଂ ଅୟାଜ। ଏହି ବିବାହ ୯ବର୍ଷ ତିଷ୍ଠିଥିଲା। ଏହା ପରେ ନୗରିନ୍ ତାଙ୍କଠୁ ଅଲଗା ହୋଇଯାଇଥିଲେ। ଏହା ପରେ ସେ ୧୯୯୬ମସିହାରେ ସଙ୍ଗୀତା ବିଜଲାନୀଙ୍କୁ ବିବାହ କରିଥିଲେ କିନ୍ତୁ ଏହା ମଧ୍ୟ ତିଷ୍ଠିପାରିନଥିଲା। ୨୦୧୦ମସିହାରେ ସେମାନେ ଅଲଗା ହୋଇଯାଇଥିଲେ। ଏବେ ମୋନିକା ବେଦୀ ଏବଂ ଆଝାରୁଦ୍ଦିନଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଛି। ଏବେ ଦେଖିବାକୁ ବାକି ରହିଲା ଏମାନଙ୍କ ସମ୍ପର୍କ କେତେ ବାଟ ଆଗଉଛି। ମୋନିକା ବେଦୀ ବଲିଉଡ ଅଭିନେତ୍ରୀ ରହି ଆସିଛନ୍ତି ଏବଂ କେତେକ ସଫଳ ଫିଲ୍ମରେ କାମ କରି ସାରିଛନ୍ତି। ମୋନିକା ବେଦୀଙ୍କ ଏକ କଳା ଇତିହାସ ମଧ୍ୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.