ନଡିଆ ତେଲ କରୋନାକୁ ପ୍ରତିରୋଧ କରିପାରିବ ? ଗବେଷକ ରଖିଲେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

Published By : Prameya-News7 Bureau | July 06, 2020 IST

ନୂଆଦିଲ୍ଲୀ, ୦୬।୭: ନଡିଆ ତେଲର ଅନେକ ଉପକାରିତା ରହିଛି । ତେବେ କରୋନା ମୁକାବିଲାରେ ନଡିଆ ତେଲ କେତେ ସଫଳ ତାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ଭାରତର ପ୍ରସିଦ୍ଧ ମେଡିକାଲ ଜର୍ଣ୍ଣାଲ ଜେଏପିଆଇରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏହା କେତେ ଉପଯୋଗୀ ସେନେଇ ଏଥିରେ ଉଲ୍ଲେଖ ରହିଛି ।

ଏହି ଜର୍ଣ୍ଣାଲର ମୁଖ୍ୟ ଲେଖକ ଡାକ୍ତର ଶଶାଙ୍କ ଯୋଶୀ କହିଛନ୍ତି ଯେ, ନଡିଆ ତେଲରେ ଲରିକ୍ ଏସିଡ୍ ରହିଛି । ଏହା ଶରୀରରେ ସହଜରେ ଖେଳାଇଯାଏ । ଭାରତୀୟମାନେ ଏହି ଫ୍ୟାଟି ଏସିଡକୁ ଅଧିକ ମାତ୍ରାରେ ଗ୍ରହଣ କରନ୍ତି । ଘିଅରେ ମଧ୍ୟ ଏହା ରହିଛି । ଏହ ଶରୀରକୁ ସୁସ୍ଥ ରଖିବାରେ ନିତ୍ୟାନ୍ତ ଜରୁରୀ । ନଡିଆ ତେଲ ଆଜିଠୁ ୪ହଜାର ବର୍ଷ ହେଲା ଆୟୁର୍ବେଦିକ୍ ମେଡିସିନ ଭାବେ ବ୍ୟବହାର କରାଯାଉଛି । ଏହା ଶରୀରରେ ବିଭିନ୍ନ ଜୀବାଣୁ, ଭୂତାଣୁକୁ ନିପାତ କରିବାରେ ସକ୍ଷମ ହୋଇଥାଏ ।

ସେ ଆହୁରି କହିଛନ୍ତି ଯେ. କେବଳ କରୋନା ପାଇଁ ନଡିଆ ତେଲକୁ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇ ନାହିଁ । କେରଳବାସୀ ଅଧିକ ନଡିଆ ତେଲକୁ ଖାଦ୍ୟ ଭାବେ ଗ୍ରହଣ କରନ୍ତି । ତେଣୁ ଏଠାରେ ଲୋକମାନେ କରୋନାକୁ ପ୍ରତିହତ କରିବାରେ ସକ୍ଷମ ହେଉଛନ୍ତି । କିନ୍ତୁ ଆଉ କିଛି ଡାକ୍ତର ଏହି ରିପୋର୍ଟକୁ ମାନିବାକୁ ନାରାଜ । ନଡିଆ ତେଲ କରୋନା ବିରୋଧରେ ଉପଯୋଗୀ ବୋଲି ସେମାନେ ଗ୍ରହଣ କରୁନାହାଁନ୍ତି । ଏଥିରେ ଜିଙ୍କ୍ ରହିଛି ଯାହା କରୋନା ଆକ୍ରାନ୍ତଙ୍କୁ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଦିଆଯାଏ ।

ଦିଲ୍ଲୀର ଜଣେ ଡାକ୍ତର ଅନୁପ ମିଶ୍ର କହିଛନ୍ତି ଯେ, ନଡିଆ ତେଲ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସକ୍ଷମ । ଏହା ପ୍ରମାଣ ମଧ୍ୟ ହୋଇସାରିଛି । କିନ୍ତୁ କରୋନାକୁ ସେପରି କିଛି ପ୍ରମାଣ ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.