Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଆଫଗାନିସ୍ତାନରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ନିଜକୁ ଦାୟି କଲା ଆଇଏସ୍ ଆତଙ୍କୀ ସଂଗଠନ

13/03/2023 at 9:51 PM

ନୂଆଦିଲ୍ଲୀ: ଆଫଗାନିସ୍ତାନର ମଜାର-ଏ-ଶରିଫ୍ ସହରରେ ହୋଇଥିବା ବିସ୍ଫୋରଣକୁ  ନେଇ ନିଜକୁ ଦାୟି କରିଛି ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ସମୂହ । ଆଇଏସ ଦ୍ବାରା ବମ୍ ବ୍ଲାଷ୍ଟ ହୋଇଥିବା ସଂଗଠନ ପକ୍ଷରୁ ଏକ ସମ୍ବାଦିକ ସମ୍ମିଳନୀରେ ବୟାନ ଜାରି କରାଯାଇଛି । ଏହି ବିସ୍ଫୋରଣରେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ସାମ୍ବାଦିକ ଓ ଛୋଟ ପିଲାଙ୍କ ଏକ ଗ୍ରୁପ ଆହତ ହୋଇଛନ୍ତି ।

ଶନିବାର ଏହି ଉତ୍ତର ଆଫଗାନିସ୍ତାନର ମଜାର-ଏ-ଶରିଫ୍ ସହରରେ ହୋଇଛି । ଏକ କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଉଥିବା ବେଳେ ଆତଙ୍କବାଦୀ ବିସ୍ଫୋରଣ କରିଥିଲେ । ସହରର ସାଂସ୍କୃତିକ କେନ୍ଦ୍ର ସାମ୍ବାଦିକଙ୍କ ସମ୍ମାନିତ କରାଯାଉଥିବା ସମୟରେ ପାର୍ସଲ ବମ୍ ସେଟ୍ କରି ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏଥିପାଇଁ ଡିଟୋନେଟର ବ୍ୟବହାର କରାଯାଇଥିଲା ।

ଆତଙ୍କବାଦୀ ସଂଗଠନ ପକ୍ଷରୁ କୁହାଯାଇଛି, ଯେଉଁ ମିଡିଆ କମ୍ପାନୀ ଆଇଏସ ବିରୋଧରେ ଖବର ପ୍ରସାରଣ କରିଥିଲେ ଏବଂ ଖବର ଛାପୁଥିଲେ, ସେହି ଏଜେନ୍ସିରେ କାମ କରୁଥିବା ସାମ୍ବାଦିକଙ୍କୁ ଟାର୍ଗେଟ୍ କରାଯାଇଥିଲା । ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଆତଙ୍କାବାଦୀ ହମଲାରେ ଜଣେ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ବେଳେ ୨ଜଣ ସାମ୍ବାଦିକ ଓ କିଛି ଛୋଟ ପିଲାଙ୍କ ଗ୍ରୁଫ ଆହତ ହୋଇଛନ୍ତି ।

ଅନ୍ୟପଟେ ୨ଦିନ ତଳେ ବର୍ଲଫ ପ୍ରାନ୍ତ ଗଭର୍ଣ୍ଣରଙ୍କ ହତ୍ୟା ମଧ୍ୟ ଆଇଏସ ସଂଗଠନ ନିଜକୁ ଦାୟି କରିଛି । ଗୁରୁବାର ଗଭର୍ଣ୍ଣର ମହମ୍ମଦ ଦାଉଦ ମୁଜମ୍ମିଲଙ୍କୁ ଏକ କର୍ଯ୍ୟାକ୍ରମରେ ଆତଙ୍କବାଦୀ ହତ୍ୟା କରିଥିଲେ । ଜିହାଦୀ ବିରୋଧରେ ଲଢ଼େଇ ଜାରି ରଖିବା ମହମ୍ମଦ ମୁଜମ୍ମିଲଙ୍କୁ ହତ୍ୟା କରିଛନ୍ତି ।  ୨୦୨୧ ପରେ ତାଲିବାନ ସଂଗଠନ ଶାସନ ଭାର ସମ୍ଭାଳିବା ପରେ ବଡ଼ ବଡ଼ ନେତା ଓ ପ୍ରଶାସକଙ୍କୁ ଆତଙ୍କବାଦୀ ଟାର୍ଗେଟ୍ କରାଯାଉଛି ।

   Related Posts