ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଦିଲ୍ଲୀରେ ପ୍ରାଣଘାତୀ ପ୍ରଦୂଷଣ : ଧୂଆଁର ଚାଦରରେ ଢାଙ୍କି ହୋଇଛି ରାଜଧାନୀ

3/11/2019 at 9:40 AM

ନୂଆଦିଲ୍ଲୀ ୩/୧୧: ଦିଲ୍ଲୀରେ ହେଲ୍ଥ ଇମରଜେନ୍ସି । ଅଣନିଶ୍ବାସୀ ହୋଇପଡ଼ିଛି ଦେଶର ରାଜଧାନୀ । ପ୍ରଦୂଷଣ ସାଂଘାତିକସ୍ତରରେ ପହଞ୍ଚିସାରିଥିବା ବେଳେ, ଧୂଆଁର ଚାଦର ଢାଙ୍କି ଦେଇଛି ଦିଲ୍ଲୀ ଆକାଶକୁ । ଆନନ୍ଦ ବିହାର, ଆଇ.ଟି.ଓ, ଜାହାଙ୍ଗିରପୁରୀ, ଦ୍ବାରିକା, ଲୋଧି ରୋଡ୍ ରେ ସ୍ଥିତି ଘରବୁଡ଼ି ପାଣି ଆଣ୍ଠୁଏ |

ଗତକାଲିଠାରୁ ଆଜି ସ୍ଥିତି ଆହୁରି ବିଗିଡ଼ିଯାଇଛି । ସେଣ୍ଟ୍ରାଲ୍ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ରିପୋର୍ଟ ଅନୁଯାୟୀ  ଦିଲ୍ଲୀର ହାରାହାରି ଏୟାର କ୍ବାଲିଟି ଇଣ୍ଡେକ୍ସ ଥିଲା ୪୮୦ ।  ଗାଜିୟାବାଦରେ ୪୬୮ ଏବଂ ନୋଏଡାରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୫୭୮ ଛୁଇଁଛି । ସେହିପରି ଗୁରଗ୍ରାମରେ ୫୮୫ ଓ ହିସାରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୮୦୨ ରହିଛି । ଏୟାର କ୍ୱାଲିଟି ଇଣ୍ଡେକ୍ସ ୫୦ ଭିତରେ ରହିଲେ ଏହାକୁ ଅତ୍ୟନ୍ତ ଭଲ ବୋଲି ବିଚାର କରାଯାଏ ।  ଲୋକେ ଘରୁ ବାହାରିବା ମୁସ୍କିଲ ହୋଇଯାଇଛି।

ଏସବୁ ଭିତରେ ଲୋକଙ୍କୁ ମାଗଣାରେ ମାସ୍କ ବାଣ୍ଟୁଛନ୍ତି ଦିଲ୍ଲୀ ସରକାର । ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲରେ ଛୁଟି ଘୋଷଣା କରାଯାଇଛି । ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପ୍ରାଧୀକରଣ ନଭେମ୍ବର ୫ ଯାଏଁ ଦିଲ୍ଲୀ ଏନ୍.ସି.ଆର୍.ରେ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି । ପ୍ରଭାବିତ ଇଲାକାରେ ପାଣି ଛିଞ୍ଚିବା ପାଇଁ ବ୍ୟବସ୍ଥା କରାଯାଉଛି । ଶନିବାର  ପବନର ଗତିରେ ସାମାନ୍ୟ  ବୃଦ୍ଧି ହୋଇଥିବାରୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଦୁଷଣ ମାତ୍ରା ସାମାନ୍ୟ  କମିଥିଲା  ।

ଏଥିସହିତ ମହାବାତ୍ୟା ପ୍ରଭାବ ଏବଂ ୱେଷ୍ଟର୍ଣ୍ଣ  ଡିଷ୍ଟରବାନ୍ସ ଯୋଗୁ ପଞ୍ଜାବ,ହରିୟାଣା,ରାଜସ୍ଥାନ ଓ ଦିଲ୍ଲୀରେ ନଭେମ୍ବର ୭ ଏବଂ ୮ ବେଳକୁ କାଁ ଭାଁ ବର୍ଷା ସମ୍ଭାବନା ଥିବାରୁ ପ୍ରଦୁଷଣ ମାତ୍ରା କମିବାର ସମ୍ଭାବନା ରହିଛି । ପଞ୍ଜାବ ଓ ହରିୟାଣାରେ ଚାଷୀ ଫସଲ ଖୁଣ୍ଟା ଜାଳିବାରୁ ଦିଲ୍ଲୀରେ  ପ୍ରଦୁଷଣ ମାତ୍ରା  ଉଦବେଗଜନକ ରହିଛି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ।

   Related Posts