ମହାନଦୀରେ ମଧ୍ୟମ ଧରଣରୁ ସାମାନ୍ୟ ଵଡ ଵନ୍ୟା ଆଶଙ୍କା, କଟକ ଜିଲ୍ଲାର ୭ଟି ବ୍ଲକ୍‌ ବିଶେଷ ପ୍ରଭାବିତ ହେବ

Published By : Prameya-News7 Bureau | August 16, 2022 IST

କଟକ,  ୧୬/୦୮: ମହାନଦୀରେ ମଧ୍ୟମ ଧରଣରୁ ସାମାନ୍ୟ ଵଡ ଵନ୍ୟା ଆଶଙ୍କା ରହିଛି । ଫଳରେ କଟକ ଜିଲ୍ଲାର ୭ଟି ଵ୍ଲକ୍ ଵ୍ୟାପକ ଭାଵେ ପ୍ରଭାବିତ ହେବା ନେଇ ଅନୁମାନ କରାଯାଉଛି । ନରସିଂହପୁର, ଆଠଗଡ, ତିଗିରିଆ, ଵାଙ୍କୀ, ଡମପଡା ଵ୍ଲକ ଵିଶେଷ ଭାବେ ପ୍ରଭାବିତ ହେବ । ଅନ୍ୟପଟେ ନିଶ୍ଚିନ୍ତକୋଇଲି ଓ କଟକ ସଦର ଵ୍ଲକ ଆଂଶିକ ପ୍ରଭାବିତ ହେବ ।

ଜିଲ୍ଲାରେ ମୋଟ ୭୦ଟି ପଞ୍ଚାୟତ ଵନ୍ୟା ପ୍ରଭାବିତ ହେବାର ଆଶଙ୍କା ରହିଛି । ୭୦ପଞ୍ଚାୟତର ୧ଲକ୍ଷ ୧୩ ହଜାର ୭୫୨ ଲୋକ ପ୍ରଭାବିତ ହୋଇଥିବା ବେଳେ ୯୫ଟି ଗାଁର ୮୫ହଜାର ୫ଶହ ୯୮ଲୋକ ପାଣି ଘେରରେ ରହିଛନ୍ତି । ଵନ୍ୟା ଯୋଗୁଁ ୨୬୦ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ହୋଇଛି । ୬ହଜାର ୬ଶହ ୭୧ ହେକ୍ଟର ଚାଷଜମି ଜଳପ୍ଳାଵିତ ହୋଇଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.