ପିତା ସାହାଯ୍ୟ କରି ଦେଇଥିଲେ, ଟିମ୍ ଇଣ୍ଡିଆରେ ସଚିନଙ୍କ ସହ କ୍ରିକେଟ୍ ଖେଳୁଥାନ୍ତେ ଇରଫାନ ଖାନ !

Published By : Prameya-News7 Bureau | April 29, 2020 IST

ନୂଆଦିଲ୍ଲୀ ୨୯।୦୪: ଏମିତି ଜଣେ ଅଭିନେତା ଯିଏ ନିଜ ଆଖିରେ ସବୁ କିଛି କହି ଯାଉଥିଲେ। ଏମିତି ଜଣେ ଅଭିନେତା ଯିଏ ନିଜ ଅଭିନୟକୁ ଜୀବନ୍ତ କରି ଦେଉଥିଲେ। ଏମିତି ଏକ କଳାକାର ଯିଏ  ପୂରା ଦୁନିଆକୁ ଜଣାଇ ଦେଇଥିଲେ ଯେ, ହିନ୍ଦୁସ୍ଥାନର କଳାକାର କାହାରିଠୁ କମ୍ ନୁହନ୍ତି। ଆମେ କହୁଛୁ ପ୍ରିୟ ବଲିଉଡ ଅଭିନେତା ଇରଫାନଙ୍କ ବିଷୟରେ, ଯିଏ ବୁଧବାର ଦୁନିଆକୁ ବିଦାୟ ନେଇଗଲେ। ଇରଫାନ ଖାନଙ୍କ ମାତ୍ର ୫୩ ବର୍ଷ ବୟସରେ ପରଲୋକ ଘଟିଛି। ସେ କ୍ୟାନ୍ସରରେ ପୀଡିତ ଥିଲେ ଓ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଆଜି ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ପୂରା ଦୁନିଆରେ ଇରଫାନ ଜଣେ ଦମଦାର ଅଭିନେତା ଥିଲେ, ମାତ୍ର ବହୁତ କମ ଲୋକ ଜାଣନ୍ତି ଯେ, ଇରଫାନ ଖାନ ଜଣେ ଭଲ କ୍ରିକେଟ୍ ଖେଳାଳି ମଧ୍ୟ ଥିଲେ।

ସଚିନଙ୍କ ସହ ଖେଳି ଥାନ୍ତେ !

ରାଜସ୍ଥାନର ଟୋଙ୍କ ଜିଲ୍ଲା ଅନ୍ତର୍ଗତ ଖଜରୁଇଆ ଗାଁରେ ଜନ୍ମିତ ଇରଫାନ ଖାନଙ୍କ ପିତା  ଜମିଦାର ଥିଲେ। ତାଙ୍କ ପାଖରେ  ବହୁତ ଅର୍ଥ ଥିଲା ମାତ୍ର ଏହା ସତ୍ଵେ ବି ଇରଫାନ ଖାନ ଅର୍ଥାଭାବ କାରଣରୁ କ୍ରିକେଟ୍‌ରେ କ୍ୟାରିୟର କରି ପାରିନଥିଲେ। ଇରଫାନଙ୍କ ସ୍ଵପ୍ନ ଥିଲା ଯେ, ସେ ଦେଶ ପାଇଁ କ୍ରିକେଟ୍ ଖେଳିବେ। କିନ୍ତୁ ତାଙ୍କ ପିତା କାରଣରୁ ସ୍ଵପ୍ନ ପୂରଣ ହୋଇ ପାରିନଥିଲା।

{"id":262165,"width":581,"height":387,"sizeSlug":"large"}

ଇରଫାନ ଖାନଙ୍କ ଚୟନ ୨୩ ବର୍ଷରୁ କମ ସିକେ ନାଇଡୁ ଟ୍ରଫି ପାଇଁ ହୋଇଥିଲା ମାତ୍ର ଅର୍ଥ ଅଭାବରୁ ସେ ଏହି ଟୂର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିନଥିଲେ। ଇରଫାନଙ୍କ ପିତା ପୁଅ କ୍ରିକେଟ୍ ଖେଳାଳି ହେଉ ବୋଲି ଚାହୁଁଥିଲେ। ତେଣୁ ପରିବାର ପକ୍ଷରୁ ଇରଫାନଙ୍କ କୌଣସି ସହାୟତା ମିଳିନଥିଲା। ପିତା ଚାହୁଁଥିଲେ ଇରଫାନ ବ୍ୟବସାୟ କରୁ। କାରଣ ପିତାଙ୍କର ଟାୟର ବିଜନେସ୍‌ ଥିଲା। ଯେବେ ସିକେ ନାଇଡୁ ଟ୍ରଫିରେ ଖେଳିବାର ସୁଯୋଗ ତାଙ୍କ ହାତରୁ ଚାଲିଗଲା ଇରଫାନ କ୍ରିକେଟ୍‌ ହେବା ସ୍ଵପ୍ନ ଛାଡି ଦେଇଥିଲେ। ଯଦି ଇରଫାନଙ୍କୁ ସେହି ସମୟରେ ତାଙ୍କ ପିତା ସାହାଯ୍ୟ କରିଥାନ୍ତେ ତେବେ ୨୩ ବର୍ଷରୁ କମ ସିକେ ନାଇଡୁ ଟ୍ରଫିରେ ଖେଳିଥାନ୍ତେ, ହୋଇପାରେ ପରବର୍ତ୍ତୀ ସମୟରେ ଭାରତୀୟ ଦଳରେ ଚୟନ ହୋଇ ସଚିନଙ୍କ ସହିତ ଖେଳୁଥାନ୍ତେ।

ତାରକା ହେବା ପରେ କ୍ରିକେଟ୍ ଦେଖିବା ଛାଡି ଦେଲେ

ଉଲ୍ଲେଖଯୋଗ୍ୟ, ଯେଉଁ କ୍ରିକେଟ୍‌କୁ ଇରଫାନ ବହୁତ ଭଲ ପାଉଥିଲେ, ତାକୁ ଫିଲ୍ମ ଦେଖିବା ପରେ ଛାଡି ଦେଇଥିଲେ। ଇରଫାନ ଖାନ ଏକ ସାକ୍ଷାତକାର ବେଳେ କହିଥିଲେ ଯେ, କ୍ରିକେଟ୍ ଏବେ ତାଙ୍କୁ ଏଥିପାଇଁ ପସନ୍ଦ ନୁହେଁ କାରଣ ସେଥିରେ ବହୁତ ଲଢେଇ ହୁଏ। ଇରଫାନ ଖାନ କହିଥିଲେ ଯେ, କ୍ରିକେଟ୍‌ ପଡିଆ ଏବେ WWFର  ପଡିଆ ହୋଇ ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.