ବହୁତ ଦିନ ପରେ ଗୁପ୍ଚୁପର ମଜା ନେଇଥିଲେ ଇରଫାନ : ଭିଡିଓ ସେୟାର କରି ଭାବବିହ୍ୱଳ ହେଲେ ପୁଅ ବାବିଲ

Published By : Prameya-News7 Bureau | May 02, 2020 IST

ମୁମ୍ବାଇ ୦୨/୦୫ : ଫିଲ୍ମ ଜଗତର ପ୍ରତିଭାବାନ ଅଭିନେତା ଇରଫାନ ଖାନ ଆମମାନଙ୍କ ମଧ୍ୟରେ ଆଉ ନାହାନ୍ତି | ଏପ୍ରିଲ ୨୯ ତାରିଖରେ ସେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି | ତାଙ୍କ ବିୟୋଗରେ ସାରା ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି | ଇରଫାନଙ୍କୁ ତାଙ୍କ ପ୍ରଶଂସକ ବହୁତ ମନେପକାଉଛନ୍ତି | ସୋସିଆଲ ମିଡିଆରେ ଇରଫାନଙ୍କ ପ୍ରଶଂସକ ତାଙ୍କର ଅନେକ ଭିଡିଓ, ତାଙ୍କ ଅଭିନୀତ ଫିଲ୍ମର ଡାଏଲଗ ସେୟାର କରୁଛନ୍ତି | ଇରଫାନଙ୍କ ଏକ ନୂଆ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଏହା ଏକ ଥ୍ରୋବ୍ୟାଙ୍କ ଭିଡିଓ ଯାହା ଇରଫାନଙ୍କ ପୁଅ ବାବିଲ ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି | ଭିଡିଓରେ ଇରଫାନ ଗୁପ୍ଚୁପ ଖାଉଥିବା ଦେଖିବାକୁ ମିଳିଛି | ଇରଫାନ ଏକ ରେସ୍ତୋରାଁରେ ବସି ଖୁବ ଆନନ୍ଦରେ ଗୁପ୍ଚୁପ ଖାଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି | ବାବୀଲ ଭିଡିଓ ସେୟାର କରି ଲେଖିଛନ୍ତି, ଯଦି ଆପଣ ବହୁତ ସମୟ ଥରି ଡାଏଟରେ ଥିବେ ଏବଂ ଆପଣଙ୍କ ସୁଟିଙ୍ଗ ଶେଷ ହୋଇଯିବ ତାହେଲେ ଶାନ୍ତି ବସି ଗୁପ୍ଚୁପ ଖାଇପାରିବେ | ଇରଫାନଙ୍କ ଏହି ଗୁପ୍ଚୁପ ଖାଉଥିବା ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି |

ଭିଡିଓ ସେୟାର କରିବା ପୂର୍ବରୁ ବାବିଲ ଇନ୍ସଟା ଷ୍ଟୋରିରେ ଏକ ନୋଟ ସେୟାର କରିଥିଲେ | ସେ ଲେଖିଥିଲେ, 'ଆପଣଙ୍କମାନଙ୍କ ତରଫରୁ ଯେଉଁ ଆଶ୍ୱାସନା ମିଳୁଛି ମୁଁ ତା ପାଇଁ ବହୁତ କୃତଜ୍ଞ | ବର୍ତ୍ତମାନ ମୋ ପରିସ୍ଥିତି ଆପଣମନେ ନିଶ୍ଚୟ ବୁଝି ପାରୁଥିବେ | ମୁଁ ବର୍ତ୍ତମାନ ଜବାବ ଦେଇ ପାରୁନାହିଁ | ମୁଁ ଆପଣମାନଙ୍କୁ ଜବାବ ଦେବୀ, ଆପଣମାନଙ୍କ ସାନ୍ତ୍ୱନା ପାଇଁ ବହୁତ ବହୁତ ଧନ୍ୟବାଦ, ଏଇ ଲଭ ୟୁ |'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.