କେଉଁଠି ଓ କିଭଳି କଟିଥିଲା ଇରଫାନଙ୍କ ପିଲାଦିନ : ଦେଖନ୍ତୁ ତାଙ୍କ ଆଲବମରୁ ମିଳିଥିବା ଫଟୋ
29/04/2020 at 7:57 PM

ମୁମ୍ବାଇ ୨୯/୪: ବଲିଉଡରୁ ହଲିଉଡ ଯାଏଁ ଟୋଙ୍କର ନାଁ ଉଜ୍ଜ୍ବଳ କରିଥିବା ସଫଳ ଅଭିନେତା ଇରଫାନ୍ ଖାନଙ୍କର ବୁଧବାର ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ପରଲୋକ ହୋଇଯାଇଛି। ଟୋଙ୍କ ନବାବଙ୍କ ବଂଶଜ ନବାବ ଆଫତାବ ଅଲ୍ଲୀ ଖାନ୍ ଏବଂ ନବାବଜାନା ହାମିଦ୍ ଅଲ୍ଲୀ ଖାନ୍ ଶୋକ ପ୍ରକାଶ କରିଛନ୍ତି। ରାଜସ୍ଥାନର ଟୋଙ୍କ ସହରରେ ଅଭିନେତା ଇରଫାନ୍ ଖାନଙ୍କ ପୂର୍ବ ବଂଶଧର ଥିଲେ। ଯେଉଁ କୋଠା ପୂର୍ବେ ରାଜକୀୟ ଥିଲା ଏବେ ଏକ ଦୁର୍ଗ ପାଲଟିଛି। ଆଜି ସେହି ଆଖପାଖରେ ଥିବା ଲୋକଙ୍କ ଆଖିରେ ଲୁହ ଭରିଯାଇଛି।

ଇରଫାନ୍ ନିଜ ପରିଶ୍ରମ ଏବଂ ଦୃଢ଼ ନିଷ୍ଠା ବଳରେ ଯେଉଁ ସଫଳତା ହାସଲ କରିଥିଲେ ତାହା ଦ୍ବାରା କେବଳ ତାଙ୍କ ପରିବାର ନୁହେଁ ବରଂ ତାଙ୍କ ଦୁର୍ଗର ମଧ୍ୟ ମାନ ବଢ଼ିଥିଲା। ଏଠାରେ ତାଙ୍କ ପିଲାଦିନ ଅତିବାହିତ ହୋଇଥିଲା।

ସେଠାରେ ଥିବା କୋର୍ଟର ବଡ଼ ବଡ଼ ଅଫିସରମାନେ କୁହନ୍ତି ଯେ ଏଠାରେ ସେମାନେ ଇରଫାନଙ୍କୁ ପିଲାଦିନେ କ୍ରିକେଟ ଖେଳିବାର ଦେଖିଥିଲେ। ଏବେ ସେସବୁ ଇରଫାନଙ୍କ ପାଇଁ ଏକ ସ୍ମୃତି ହୋଇ ରହିଯିବ।
