scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୟାଗଡ ଜିଲ୍ଲା ଭାପୁର ବ୍ଲକରେ ବିଜୁ ପକ୍କା ଘର ବଣ୍ଟନରେ ବ୍ୟାପକ ଅନିୟମିତତା

24/08/2018 at 3:31 AM

ନୟାଗଡ ୨୪/୮: ନୟାଗଡ ଜିଲ୍ଲା ଭାପୁର ବ୍ଲକରେ ବିଜୁ ପକ୍କା ଘର ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବିଧାୟକ ଏବଂ ବ୍ଲକ୍ ଅଧ୍ୟକ୍ଷଙ୍କ ମଧ୍ୟରେ ବିବାଦ ହେବା ପରେ ଏହି ଜାଲିଆତି ପଦାକୁ ଆସିଛି । ବିଧାୟକ ସୁପାରିଶ୍ କରିଥିବା ଅଧିକଂ।ଶ ହିତାଧିକାରୀ ଅଯୋଗ୍ୟ ବୋଲି ଅଭିଯୋଗ ହେବା ପରେ ନିଜ ମୁଣ୍ଡରୁ ଦୋଷ କାଟିବାପାଇଁ ଏହାର ତଦାରଖ କରିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ବିଧାୟକ । ସେପଟେ ଜାଲିଆତିକୁ ସ୍ବୀକାର କରିଛନ୍ତି ଜିଲ୍ଲାପାଳ ।
ଭଙ୍ଗା କୁଡିଆ ଘରେ ରହୁଥିବା ଲୋକଙ୍କୁ ମିଳୁନି ଅଥଚ ଛାତ ଘରେ ରହୁଥିବା ଲୋକଙ୍କୁ ମିଳୁଛି ବିଜୁ ପକ୍କାଘର । ହିତାଧିକାରୀ ଚୟନରେ ରାଜନୈତିକ ନେତାଙ୍କ ପଛରେ ଦୈ।ଡୁଥିବା ଲୋକଙ୍କୁ ଅଗ୍ରାଧିକାର ଦିଆଯାଉଥିବା ଅଭିଯୋଗ ହୋଇଛି । ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ବ୍ଲକରେ ବିଜୁ ପକ୍କାଘର ବଣ୍ଟନ ପାଇଁ ୩୭ଜଣ ହିତାଧିକାରୀଙ୍କୁ ଚୟନ କରାଯାଇଥିଲା । ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ ୩୧ଜଣ ହିତାଧିକାରୀଙ୍କ ନାମ ସୁପାରିଶ୍ କରିଥିବାବଳେ ଅନ୍ୟ ୬ଜଣଙ୍କୁ ପ୍ରଶାସନ ଚୟନ କରିଥିଲା । ଏହି ହିତାଧିକାରୀମାନଙ୍କୁ ଘର ତିଆରି ପାଇଁ ଅର୍ଥ ମଧ୍ୟ ପ୍ରଦାନ କରାଯାଇଥିଲା । ପରବର୍ତ୍ତି ସମୟରେ ଚୟନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ବିଧାୟକ ଏବଂ ବ୍ଲକ୍ ଅଧ୍ୟକ୍ଷ ଗୋଡିଏ ଦଳର ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ରାଜନୈତିକ ବିବାଦ ବଢିବା ପରେ ଦୁର୍ନୀତି ପଦାକୁ ଆସିଥିଲା । ଘରଟିଏ ପାଇଁ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ କରି ସୁଫଳ ମିଳୁନଥିବା ଗରିବ ଲୋକମାନେ ଅଭିଯୋଗ କରୁଥିବାବଳେ ନେତାଙ୍କ ଚାମଚାଙ୍କୁ ସବୁ ମିଳୁଥିବା କହିଛନ୍ତି । ସେପଟେ ଦୁର୍ନୀତି ପଦାକୁ ଆସିବା ପରେ ଘଟଣାର ତଦାରଖ କରିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ବିଧାୟକ । ନିଜେ ହିତାଧିକାରୀଙ୍କ ନଁ। ସୁପାରିଶ୍ କରିଥିଲେ ମଧ୍ୟ ଏହାର ସତ୍ୟତା ଅନୁଧ୍ୟାନ କରିବା ପ୍ରଶାସନର ଦାୟୀତ୍ବ ବୋଲି ସେ କହିଛନ୍ତି।
ନିଜ ମୁଣ୍ଡରୁ ଦୋଷ ତୁଟାଇବାକୁ ଯାଇ ତଳତଳିଆ ପ୍ରଶାସନିକ କର୍ମଚାରୀଙ୍କୁ ବିଧାୟକ ଦୋଷ ଦେଉଥିବା କହିଛନ୍ତି ଅନ୍ୟଦଳର ନେତା । ଏହି ଦୁର୍ନୀତିରେ ବିଧାୟକଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ସମସ୍ତେ ସମ୍ପୃକ୍ତ ଥିବା ଅଭିଯୋଗ କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ସେ କହିଛନ୍ତି । ସେପଟେ ୩୭ଜଣ ହିତାଧିକାରୀଙ୍କ ମଧ୍ୟରୁ ୨୨ଜଣ ଅଯୋଗ୍ୟ ବୋଲି ତଦାରଖରୁ ଜଣାପଡିଥିବା ଜିଲ୍ଲାପାଳ କହିଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ଅଣାଯିବା ସହ ଦାୟୀତ୍ବରେ ଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ଗରିବ ଲୋକଙ୍କ ପାଇଁ ସରକାର ଯୋଜନା କରୁଛନ୍ତି ହେଲେ ସ୍ଥାନୀୟ ରାଜନୈତିକ ନେତାଙ୍କ ଚାପରେ ଏହାର ସୁଫଳ ସଠିକ୍ ଲୋକଙ୍କ ପାଖରେ ପହଞ୍ଚୁନଥିବା ଅଭିଯୋଗ ହୋଇଛି ।

   Related Posts