ଲମତାପୁଟ ବ୍ଲକରେ ଶିକ୍ଷାକ୍ଷେତ୍ରରେ ଅବ୍ୟବସ୍ଥା ଅଭିଯୋଗ- ଶହ ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରରେ

Published By : Prameya-News7 Bureau | January 13, 2020 IST

ଲମତାପୁଟ ୧୩।୦୧ - ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ବହୁ ଯୋଜନା କରିଛନ୍ତି । ଏମିତିକି ଉପାନ୍ତ ଅଞ୍ଚଳରେ  ଶିକ୍ଷାଦାନ ପାଇଁ ଅତ୍ୟାଧୁନିକ ଶୈଳୀରେ ନାଚ ଗୀତ ଏବଂ ଖେଳ କୁଦ ମାଧ୍ୟମରେ ଶିକ୍ଷା ଦାନ ଦେବାପାଇଁ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।  କିନ୍ତୁ ଲମତାପୁଟରେ ଶିକ୍ଷା ଭୁଶୁଡି ପଡିଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି ।

{"id":210775,"sizeSlug":"large"}

ସବୁଠି ବହି ବଣ୍ଟନ ରେ ଅନିୟମିୟତାକୁ ନେଇ ଶିକ୍ଷକ ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ମାଟାମପୁଟ ଉଚ୍ଚ ବିଦ୍ୟାଳୟରେ ୭୦ ଭାଗ ପିଲା ଙ୍କୁ ବହି ମିଳିନାହିଁ । ସମସ୍ୟା ନେଇ ଅତିରିକ୍ତ ଶିକ୍ଷା ଅଧିକାରୀ ଏବଂ ସିଆରସିସି ଙ୍କୁ ବାରମ୍ବାର ଜଣାଇ ଛନ୍ତି ଶିକ୍ଷକ କିନ୍ତୁ ଫଳ ଘର ଶୂନ ।

ଏ ନେଇ ବହିଯୋଗାଇବା ଦାୟିତ୍ଵରେ ଥିବା ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ଉତ୍ତର ମଧ୍ୟ ବିଚିତ୍ର । ସେ କହିଛନ୍ତି ଯେ ସି ଆରସି ସି  ମାନେ ମୋତେ ସୋହଯଗ କରୁ ନାହନ୍ତି ଏବଂ ଉଜ୍ବଳ ଓ ଉତ୍ଥାନ କାର୍ଯ୍ୟକ୍ରମର ବ୍ୟସ୍ତତା କାରଣରୁ  ବହି ଯୋଗାଇ ଦିଆଯାଇପାରିନାହିଁ । ଦୁଇ ତିନି ଦିନ ମଧ୍ୟରେ ଯୋଗାଇ ଦିଆଯିବ ।

- ମଟାମପୁଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି ଏସବୁ ଅସୁବିଧା ପାଇଁ ପିଲାଙ୍କ ଶିକ୍ଷାଦାନ ଉପରେ ପ୍ରଭାବ ପଡୁଛି । ଉଚ୍ଚ ବିଦ୍ୟାଳୟକୁ ଆସି ଶିକ୍ଷାଦାନ  କରିବା କଷ୍ଟକର  ହେଉଛି । ସେପଟେ ପ୍ରାଥମିକ ବିଦ୍ୟ।ଳୟର ଶିକ୍ଷାଦାନ ଅବ୍ୟବସ୍ଥା ଯୋଗୁଁ ବହୁ ପରିମାଣରେ  ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ଫେଲ ହେଉଛନ୍ତି । ତେବେ ବୋରିଗୁମ୍ମା ଏବଂ ଲମତାପୁଟ ବ୍ଲକ ଶିକ୍ଷାଅଧିକାରୀ ଏହାକୁ ନିନ୍ଦନୀୟ ଘଟଣା କହିଛନ୍ତି ।  ...

- ତେଣେ ଗୋଦାମରେ ହଜାର ହଜାର ସଂଖ୍ୟା ରେ ବହି  ଓ ଅନ୍ୟ ଅବଶ୍ୟକୀୟ ସାମଗ୍ରୀ ଖତ ଖାଉଛି । ଏଭଳି ଅବ୍ୟବସ୍ଥା ମଧ୍ୟରେ ଲମତାପୁଟ ବ୍ଲକରେ ଶହ ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲିହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.