ବ୍ୟାଙ୍କିଂ ପରୀକ୍ଷାରେ ଅବ୍ୟବସ୍ଥା, ପରୀକ୍ଷା କେନ୍ଦ୍ର ବିରୋଧରେ ଲିଖିତ ଅଭିଯୋଗ ଦେଲେ ଶତାଧିକ ପରୀକ୍ଷାର୍ଥୀ

Published By : Prameya-News7 Bureau | November 05, 2023 IST

ଭୁବନୋଶ୍ବର: ହଟହଟା ହେଲେ ବ୍ୟାଙ୍କ୍ ପିଓ ପରୀକ୍ଷା ଦେବାକୁ ଆସିଥିବା ଶତାଧିକ ପରୀକ୍ଷାର୍ଥୀ। ପରୀକ୍ଷା ଦେବାବେଳେ କାମ ଦେଲାନି କିବୋର୍ଡ। ପୁଣି ଦୁଇ ଦୁଇଥର ପରୀକ୍ଷାର୍ଥୀଙ୍କୁ ଉଠାଇଲେ ସେଣ୍ଟର୍ ନିରୀକ୍ଷକ। ଫଳରେ ଆଇବିପିଏସ୍ ପରୀକ୍ଷା ଦେଇପାରିଲେନି ଅନେକ ପରୀକ୍ଷାର୍ଥୀ । ଅବ୍ୟବସ୍ଥା ପାଇଁ ପରୀକ୍ଷା ସେଣ୍ଟର୍ ବନ୍ଦ କରିବା ସହ ପୁନର୍ବାର ପରୀକ୍ଷା ପାଇଁ ଦାବି କରିବା ସହ ସେଣ୍ଟର୍ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ।

ଏଭଳି ଘଟଣା ଘଟିଛି ସ୍ଥାନୀୟ ଇନ୍ଫୋସିଟି ଥାନା ଅଞ୍ଚଳରେ। ରବିବାର, ବ୍ୟାଙ୍କ୍ ପିଓ ପରୀକ୍ଷା ଦେବା ପାଇଁ ଆନ୍‌ଥେମ୍ ଗ୍ଲୋବାଲ ପରୀକ୍ଷା ସେଣ୍ଟର୍‌କୁ ଆସିଥିବା ଶତାଧିକ ପରୀକ୍ଷାର୍ଥୀ ହନ୍ତସନ୍ତ ହୋଇଛନ୍ତି । ଦିନ ସାଢେ଼ ୧ଟାରୁ ଏଣ୍ଟ୍ରି ଆରମ୍ଭ ହୋଇଥିବାବେଳେ କିନ୍ତୁ କମ୍ପ୍ୟୁଟରରେ ତ୍ରୁଟି ଦେଖାଦେଇଥିଲା। ଫଳରେ ଦୁଇ ଘଣ୍ଟା ପରେ ପରୀକ୍ଷା ଆରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ: ସରିଲା ଭିଜିଲାନ୍ସ ସଚେତନତା ସପ୍ତାହ, ଚଳିତବର୍ଷ ବାଲେଶ୍ୱର ଡିଭିଜନ୍‌ରେ ୩୦ଟି ଭିଜିଲାନ୍ସ କେସ୍

ଖାଲି ସେତିକି ନୁହେଁ ପରୀକ୍ଷା ଅଧାରୁ ବହୁ ପରୀକ୍ଷାର୍ଥୀଙ୍କୁ ଆଉଥରେ ଅନ୍ୟ କମ୍ପ୍ୟୁଟରରେ ମୂଳରୁ ପରୀକ୍ଷା ଦେବାକୁ ବାଧ୍ୟ କରାଯାଇଥିଲା। ପୁଣି କିବୋର୍ଡ କାମ କରୁନଥିବାର ସମସ୍ୟା ମଧ୍ୟ ଭୋଗିଥିଲେ ପରୀକ୍ଷାର୍ଥୀ। ଶେଷରେ ଏଭଳି ଅବ୍ୟବସ୍ଥାକୁ ନେଇ ସେଣ୍ଟର୍ ଭିତରେ ଉତ୍ତେଜନା ଦେଖାଦେଇଥିଲା।

ପରୀକ୍ଷା କେନ୍ଦ୍ର ବାହାରେ ପାଟିତୁଣ୍ଡ କରିଥିଲେ ପରୀକ୍ଷାର୍ଥୀ। ଖବର ପାଇ ସ୍ଥାନୀୟ ଇନ୍ଫୋସିଟି ଥାନା ପୁଲିସ୍ କର୍ମଚାରୀ ସମେତ ଓ ପିସିଆର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ କୌଣସି ସମାଧାନ ନ ହେବାରୁ ପରୀକ୍ଷାର୍ଥୀମାନେ ଆଇବିପିଏସ୍ ସେଣ୍ଟର ବିପକ୍ଷରେ ଇନ୍ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଉ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ରବିବାରଠୁ ଝାରସୁଗୁଡାରୁ କୋଲକାତା ଉଡିବ ଇଣ୍ଡିଗୋ, ଆସନ୍ତା ୧୫ରେ ବେଙ୍ଗାଲୁରୁକୁ ବିମାନ ସେବା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.