ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଆଇରନ କ୍ରସରକୁ ବିରୋଧ, ବନ୍ଦ ଦାବିରେ ଧାରଣାରେ ଗ୍ରାମବାସୀ

18/12/2021 at 1:41 PM

ଆନନ୍ଦପୁର, ୧୮/୧୨:   ଆଇରନ୍‌ କ୍ରସରକୁ ବନ୍ଦ କରିବା ଦାବିରେ ରାତି ଦିନ ଧାରଣାରେ ବସିଛନ୍ତି ଗ୍ରାମବାସୀ । ସ୍ଥାନୀୟ ପୋଲିସ୍ ଆଇନ୍ ଶୃଙ୍ଖଳା ଦୃଷ୍ଟିରୁ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ବେଳେ ୨୪ ଘଂଟା ପରେବି ବିଭାଗୀୟ ଅଧିକାରୀଙ୍କ ଦେଖାନାହିଁ ।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ଅର୍ଗତ ବେଢାପାଳ ଗାଁ ଜଙ୍ଗଲରେ ନୁଆକରି ହେବାକୁ ଯାଉଛି ଆଇରନ୍‌ କ୍ରସର । ଏଠାରେ ପୂର୍ବରୁ ଏକ ଷ୍ଟୋନ୍‌ କ୍ରସର୍‌ ରହିଥିଲା । ବର୍ତ୍ତମାନ ଏହାକୁ ବଡ କରାଯାଇ ଆଇରନ୍‌ କ୍ରସର କରାଯାଉଛି । ଆଇରନ୍‌ ଟ୍ରକ୍‌ ଯିବା ଆସିବା ପାଇଁ ଆବଶ୍ୟକୀୟ ଓସାରିଆ ରାସ୍ତା ଓ ଆଇରନ୍‌ ଡମ୍ପ୍ ପାଇଁ ଆବଶ୍ୟକ ସ୍ଥାନ ହାତେଇ ନେଇଛି କମ୍ପାନୀ । ରାସ୍ତା ଓସାର ପାଇଁ କ୍ରସର୍‌ ମାଲିକ ମନମୁଖୀ ଭାବେ ଅନେକ ଗଛ କଟାଯାଇଛି । ଏପରିକି  ହଜାର ହଜାର ଗଛକୁ ପାଚେରୀ ବୁଲାଇଦେଇ ରଖିଛନ୍ତି । ଆରରନ୍‌ ଡମ୍ପ୍ ପାଇଁ ସମତଳ କରାଯାଇଥିବା ସ୍ଥାନରୁ ଗଛ ସବୁ ସଫା କରି ଦିଆଯାଇଛି । ସବୁ ଠାରୁ ବଡ କଥା କ୍ରସର ନିର୍ମାଣ ପାଇଁ ଗାଁରେ ଏକ ପଲ୍ଲୀସଭା ହୋଇ ଗ୍ରାମବାସୀ ମତ ବୁଝିବା କଥା । ତେବେ ତାହା ମଧ୍ୟ କାରାଯାଇ ନାହିଁ । ଯାହାଫଳରେ ଆଇରନ୍‌ କ୍ରସରକୁ ସମ୍ପୁର୍ଣ୍ଣ ଭାବେ ଏଠାରୁ ଉଠାଯାଉ ବୋଲି ଦାବି କରିବା ସହିତ ଧାରଣାରେ ବସିଛନ୍ତି ଗ୍ରାମବାସୀ ।

ଶୁକ୍ରବାର ଠାରୁ ଧାରଣା ଆରମ୍ଭ ହୋଇଥିବା ବେଳେ ଗ୍ରାମବାସୀ ରାତିରେ ଶୀତ କାକରରେ ମଧ୍ୟ ଆନ୍ଦୋଳନରୁ ହଟିନାହାଁନ୍ତି । ଦୁଃଖର ବିଷୟ ଧାରଣା ଦେବାର ୨୪ ଘଣ୍ଟା ବିତିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦେଖା ଦର୍ଶନ ନାହିଁ । ତେବେ ଏ ସମ୍ପର୍କରେ କ୍ରସର ପରିଚାଳକଙ୍କୁ ପଚାରିବାରୁ ସମସ୍ତ ଅନୁମତି ଥିବା କହିଛନ୍ତି ।

   Related Posts