ଟି-୨୦ ବିଶ୍ୱକପ: ଭାରତକୁ ବ୍ୟଙ୍ଗ କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଦୃଢ଼ ଜବାବ ଦେଲେ ଇର୍‌ଫାନ ପଠାନ

Published By : Prameya-News7 Bureau | November 12, 2022 IST

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରୁ ବାଦ ପଡ଼ିଛି ଭାରତ। ସେମିଫାଇନାଲ୍‌ରେ ଇଂଲଣ୍ଡ ଠାରୁ ପରାଜିତ ହେବା ପରେ ଭାରତୀୟ ଟିମ୍‌କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ ମଧ୍ୟ ଭାରତକୁ ବ୍ୟଙ୍ଗ କରିଛନ୍ତି। ୨୦୨୧ ବିଶ୍ୱକପରେ ପାକିସ୍ତାନ ଠାରୁ ପରାଜୟ ଓ ଚଳିତ ବିଶ୍ୱକପ୍‌ରେ ଇଲଂଣ୍ଡ ଠାରୁ ପରାଜୟକୁ ଉଦାହରଣ ଦେଇ ଟ୍ୱିଟ୍ କରିଛନ୍ତି ଶେହେବାଜ ସରିଫ। ସେ ଟ୍ୱିଟ୍‌ରେ ଲେଖିଛନ୍ତି "ଏହି ରବିବାର ୧୫୨/୦ ବନାମ ୧୭୦/୦#T20WorldCup"

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କର ଏଭଳି ପିଲାଳିଆମିକୁ ନେଇ କଡ଼ା ଜବାବ ଦେଇଛନ୍ତି ଭାରତୀୟ କ୍ରିକେଟର ଇର୍‌ଫାନ ପଠାନ। ସେ ଟ୍ୱିଟ୍ କରି ପାକିସ୍ତାନ ପ୍ରକୃତିକୁ ସମାଲୋଚନା କରିଛନ୍ତି। ଶେହେବାଜଙ୍କୁ ଟ୍ୟାଗ୍ କରି ଇର୍‌ଫାନ ଲେଖିଛନ୍ତି " ଆପଣ ଓ ଆମ ମଧ୍ୟରେ ଏହା ହିଁ ଫରକ। ଆମେ ଆମ ଖୁସୀରେ ଖୁସୀ, ହେଲେ ଆପଣ ଅନ୍ୟର ଦୁଃଖରେ। ଏଥିପାଇଁ ନିଜର ଦେଶକୁ ସୁନ୍ଦର କରି ଗଢ଼ି ତୋଳିବାରେ ଆପଣଙ୍କର ଧ୍ୟାନ ରହୁନାହିଁ।" 

ତେବେ ଶେହେବାଜ ସରିଫଙ୍କ ଟ୍ୱିଟ୍‌କୁ ନେଇ ଯେତେବେଳେ ବାବର ଆଜମଙ୍କୁ ପ୍ରଶ୍ନ କରାଯାଇଥିଲା। ସେ ଏହାର ଉତ୍ତର ଦେଇ କହିଛନ୍ତି " ଆମ ଉପରେ ସେମିତି କିଛି ଚାପ ନାହିଁ। କିନ୍ତୁ ମୁଁ ଦୁଃଖିତ ଯେ ସେଭଳି କିଛି ଟ୍ୱିଟ୍ ଦେଖି ନାହିଁ। ତେଣୁ ଏ ବିଷୟରେ ମୁଁ କିଛି କହିପାରିବି ନାହିଁ। ବର୍ତ୍ତମାନ ଆମେ କେବଳ ଆମ ବିପକ୍ଷ ବିରୋଧରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛୁ।"

ସୂଚନା ଥାଉକି, ରବିବାର ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଉଭୟ ଟିମ୍‌ ପ୍ରସ୍ତୁତି ଜାରି ରଖିଛନ୍ତି। ଏଥର ବିଶ୍ୱକପ୍ ନିଏ ନେବ ତାକୁ ଅପେକ୍ଷା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.