ଇରଫାନ ପଠାନଙ୍କ ଭବିଷ୍ୟତବାଣୀ, ବିଶ୍ଵକପ୍ ୨୦୨୩ରେ ଭାରତ ଓ ଏହି ଦଳ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍

Published By : Prameya-News7 Bureau | November 13, 2023 IST

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଆଇସିସି ବିଶ୍ଵକପ୍ ୨୦୨୩ରେ ଚମତ୍କାର ପ୍ରଦର୍ଶନ କରିଛି।  ଭାରତ ଲିଗ୍ ପର୍ଯ୍ୟାୟରେ ନିଜର ସମସ୍ତ ୯ଟି ମ୍ୟାଚ୍ ଜିତି ଅପରାଜେୟ ରହିବା ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଏବେ ନଭେମ୍ବର ୧୫ ତାରିଖରେ ପ୍ରଥମ ସେମି ଫାଇନାଲ୍‌ରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ। ଏହି ମୁକାବିଲା ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯିବ। ଭାରତକୁ ବିଶ୍ଵକପ୍ ଟାଇଟଲ୍‌ର ପ୍ରବଳ ଦାବିଦାର କୁହାଯାଉଛି। ଏହି କ୍ରମରେ ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ଫାଇନାଲିଷ୍ଟକୁ ନେଇ ଚକିତ କର ଭବିଷ୍ୟତବାଣୀ କରିଛନ୍ତି।

wp:heading {"level":4}

Also read- ରୋହିତଙ୍କ ଦିଓ୍ଵାନା ହେଲେ ଓ୍ଵାସିମ ଆକ୍ରମ, କହିଲେ ଜୋ ରୁଟ୍, ବିରାଟ ଓ ଓ୍ଵିଲିୟମସନଙ୍କଠୁ କାହିଁକି ବେଷ୍ଟ ହିଟ୍‌ମ୍ୟାନ

/wp:heading

ପଠାନଙ୍କ କହିବା କଥା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ୍‌ ମ୍ୟାଚ୍ ଖେଳାଯିବ। ସେ ଷ୍ଟାର ସ୍ପୋର୍ଟ୍ସରେ ସେମି ଫାଇନାଲିଷ୍ଟ ଦଳଗୁଡ଼ିକର ପ୍ରଦର୍ଶନ ଓ ରଣନୀତି ଉପରେ ଆଲୋଚନା ସମୟରେ ଇରଫାନ ଏହି ଦୁଇ ଦଳର ନାଁ ନେଇଛନ୍ତି, ଯାହାଙ୍କ ମଧ୍ୟରେ ଫାଇନାଲ୍ ମୁକାବିଲା ଖେଳାଯିବ। ପଠାନ ଫାଇନାଲ୍ ପାଇଁ ରୋହିତ ବାହିନୀଙ୍କ ଉପରେ ଭରସା ପ୍ରକଟ୍ କରିବା ଦଳର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଦଳ ବେଶ ସନ୍ତୁଳିତ ଏବଂ ଉତ୍ତମ ସମନ୍ବୟ ଥିବା ପଠାନ କହିଛନ୍ତି।

ପଠାନ ଦ୍ଵିତୀୟ ଫାଇନାଲିଷ୍ଟ ହିସାବରେ ଦକ୍ଷିଣ ଆଫ୍ରିକାର ନାଁ ନେଇଛନ୍ତି। ଏହି ଦଳ ଲିଗ୍ ପର୍ଯ୍ୟାୟରେ ୯ଟିରୁ ୭ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନରେ ରହିଛି। ବାଭୁମାଙ୍କ ନେତୃତ୍ଵାଧୀନ ଦଳ ନଭେମ୍ବର ୧୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେମି ଫାଇନାଲ୍ ମ୍ୟାଚ୍ ଖେଳିବ। ଏହି ମୁକାବିଲା କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯିବ। ପଠାନ ଦକ୍ଷିଣ ଆଫ୍ରିକାର ନିରନ୍ତର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ତାଙ୍କ ମତରେ ଏହି ଦଳର  ବ୍ୟାଟିଂ କ୍ରମ ବେଶ ମଜବୁତ ରହିବା ସହ ଫିଲ୍ଡିଂ ଜବରଦସ୍ତ ରହିଛି। ପଠାନଙ୍କ ଅନୁସାରେ ଦକ୍ଷିଣ ଆଫ୍ରିକା ଦଳର ରଣନୀତି ବେଶ ଦମଦାର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.