ପିଲାଦିନୁ କ୍ରିକେଟ୍ ଖେଳାଳି ହେବାକୁ ସ୍ବପ୍ନ ଦେଖିଥିବା ଇରଫାନ କିଭଳି ହେଲେ ଜଣେ ଦକ୍ଷ କଳାକାର : ଏକ ଛୋଟ ମିଛ ଆଉ ତାପରେ...

Published By : Prameya-News7 Bureau | April 29, 2020 IST

ମୁମ୍ବାଇ ୨୯/୦୪ : ବଲିଉଡର ଦକ୍ଷ ଅଭିନେତା ଇରଫାନ ଖାନଙ୍କ ମୁମ୍ବାଇ ସ୍ଥିତ କୋକିଲାବେନ ହସ୍ପିଟାଲରେ ନିଧନ ହୋଇଛି | ଗତ ୨୫ ତାରିଖରେ ଜୟପୁରରେ ତାଙ୍କ ମା'ଙ୍କ ମୃତ୍ୟୁ ହୋଇଥିଲା | ଲକଡାଉନ ଯୋଗୁଁ ସେ ନିଜ ମା'ଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିନଥିଲେ | ଭିଡିଓ କନ୍ଫରେନସିଂ ଜରିଆରେ ସେ ମା'ଙ୍କୁ ଶେଷ ଦର୍ଶନ କରିଥିଲେ |

ନିଜର କୌଶଳ ଅଭିନେତା ବଳରେ ଲୋକପ୍ରିୟତା ହାସଲ କରିଥିବା ଇରଫାନ ବଲିଉଡ ସହ ହଲିଉଡ଼ରେ ମଧ୍ୟ ନାଁ କରିଥିଲେ | ସେ ଅଭିନେତା ହେବା ସ୍ବପ୍ନ କେବେ ଦେଖିନଥିଲେ | ପିଲାଦିନୁ ସେ କ୍ରିକେଟ ଖେଳିବାକୁ ବହୁତ ପସନ୍ଦ କରୁଥିଲେ | ସେଥିପାଇଁ ବଡ ହୋଇ କ୍ରିକେଟ ଖେଳାଳି ହେବାର ଲକ୍ଷ୍ୟ ରଖିଥିଲେ ଇରଫାନ | ସେ ବହୁତ ଭଲ କ୍ରିକେଟ ମଧ୍ୟ ଖେଳୁଥିଲେ | ସୂତ୍ର ଅନୁଯାୟୀ, ତାଙ୍କର ଚୟନ ନାଇଡୁ ଟ୍ରଫି ପାଇଁ ହେବାକୁ ଥିଲା | କିନ୍ତୁ ଆର୍ଥିକ ସମସ୍ୟା ଏବଂ ପରିବାରର ବାରଣ ଯୋଗୁଁ ତାଙ୍କର ସ୍ବପ୍ନ ଅଧୁରା ରହିଯାଇଥିଲା |

{"id":261941,"sizeSlug":"large"}

ସ୍ନାତକ ପରେ ସେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଆବେଦନ କରିଥିଲେ | ଏନଏସଡିରେ ପ୍ରଥମ ଆବେଦନରେ ଆଡ଼ମିସନ ପାଇବା ବହୁତ କଷ୍ଟକର କିନ୍ତୁ ଇରଫାନ ପ୍ରଥମଥରରେ ହିଁ ଆଡ଼ମିସନ ପାଇଯାଇଥିଲେ | ଏନଏସଡିରେ ଦାଖଲ ହେବା ପାଇଁ ତାଙ୍କୁ କିଛି ମିଛ ମଧ୍ୟ କହିବାକୁ ପଡିଥିଲା | ଏନଏସଡିରେ ଦାଖଲ ହେବା ପାଇଁ ଅତିକମରେ ୧୦ ଟି ଡ୍ରାମାର ଅନୁଭବ ଥିବା ଦରକାର | ଇରଫାନଙ୍କର ୧୦ଟି ଡ୍ରାମାରେ ଅଭିନୟ କରିଥିବାର ଅନୁଭବ ନଥିଲା | କିନ୍ତୁ ସେ ମିଛରେ ୧୦ଟି ଡ୍ରାମାର ନାଁ କହିଦେଇଥିଲେ | ତାଙ୍କର ଅଭିନୟ ଚାହାଣିରେ ସେ ଶିକ୍ଷକଙ୍କୁ ରାଜି କରିବାରେ ସଫଳ ହୋଇଥିଲେ | ଏହି ସମୟରେ ହିଁ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା | ତାଙ୍କୁ ଘରୁ ଆଉ ଟଙ୍କା ମିଳିଲାନାହିଁ | ଫଳରେ ଏନଏସଡିରୁ ମିଳୁଥିବା ଫେଲୋସିପ ଜରିଆରେ ସେ ନିଜର ଅଭିନୟ ପାଠ୍ୟକ୍ରମ ପୁରା କରିଥିଲେ |

ଇରଫାନ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ଛୋଟ ପରଦାରେ କାମ କରିଥିଲେ | ସେ ଅନେକ ଧାରାବାହିକରେ ମଧ୍ୟ କାମ କରିଛନ୍ତି | ବନେଗୀ ଅପନୀ ବାତ, ଶ୍ରୀକାନ୍ତ, ଚନ୍ଦ୍ରକାନ୍ତା, ଚାଣକ୍ୟ, ଜୟ ହନୁମାନ ଭଳି ଧାରାବାହିକରେ ସେ ଅଭିନୟ କରିଥିଲେ | ଚନ୍ଦ୍ରକାନ୍ତା ପରେ ଇରଫାନଙ୍କ ଜୀବନରେ ଏକ ଟର୍ଣ୍ଣିଙ୍ଗ ପଏଣ୍ଟ ଆସିଥିଲା | ଏହି ଧାରାବାହିକ ପରେ ବଲିଉଡରେ ପାଦ ରଖିବାକୁ ତାଙ୍କୁ ମଉକା ମିଳିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.