ଅଧୁରା ରହିଗଲା ମାଆଙ୍କ ଶେଷ ଇଚ୍ଛା, ପୂରଣ କରିପାରିଲେନି ଇରଫାନ
29/04/2020 at 8:14 PM

ମୁମ୍ବାଇ, ୨୯|୦୪: ଜୟପୁର ଥିଏଟରରୁ ବଲିଉଡ ଓ ହଲିଉଡରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିବା ଫିଲ୍ମ ଅଭିନେତା ଇରଫାନ୍ ଖାନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ୫୩ ବର୍ଷରେ ପ୍ରାଣ ତ୍ୟାଗ କରିଛନ୍ତି । ସ୍ୱାସ୍ଥ୍ୟ ଖରାପ ହେତୁ ତାଙ୍କୁ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଭର୍ତ୍ତି କରାୟାଇଥିଲା । ସେ ଦୀର୍ଘ ଦିନ ଧରି ବ୍ରେନ୍ କ୍ୟାନସରରେ ପୀଡିତ ଥିଲେ । ତେବେ ଲଣ୍ଡନରେ ସେ ନିଜ ଚିକିତ୍ସା କରିଥିଲେ । ମଙ୍ଗଳବାର ତାଙ୍କୁ କୋଲନ୍ ଇନଫେକ୍ସନ କାରଣରୁ ଆଇସିଯୁରେ ଭର୍ତ୍ତି କରାଯାଇଥିଲା । ତେବେ ସେ ପ୍ରାଣ ହରାଇଥିଲେ ।

ଲଣ୍ଡନରୁ ଭଲ ହୋଇ ଆସିବା ସମୟରେ ତାଙ୍କ ମାଆ ସୟିଦା ବେଗମ ଅନେକ କିଛି ଆଶା କରିଥିଲେ । ଶନିବାର ସେ ମୃତ୍ୟୁ ପୂର୍ବରୁ ନିଜ ଶେଷ ଇଛା ବିଷୟରେ ସୂଚନା ଦେଇଥିଲେ । ଲକଡାଉନ ପାଇଁ ଇରଫାନ୍ ତାଙ୍କ ମାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ମୁମ୍ବାଇରୁ ଜୟପୁର ଆସିପାରି ନଥିଲେ । କିନ୍ତୁ ତାଙ୍କ ମା ଶେଷ ସମୟରେ ମଧ୍ୟ ଇରଫାନଙ୍କ ପାଇଁ ପ୍ରାର୍ଥନା କରୁଥିଲେ । ଇରଫାନ ଭିଡିଓ କଲିଂ ଯୋଗେ ମାଆଙ୍କ ଶେଷ ଦର୍ଶନ କରିଥିଲେ । ମୃତ୍ୟୁ ପୂର୍ବରୁ ମାଆ ନିଜ ଶେଷ ଇଛା ଜାହିର କରିଥିଲେ ।ଇରଫାନଙ୍କ ଭାଇ ସଲମାନ କହିଛନ୍ତି ଯେ, ଇରଫାନ ଅତିଶୀଘ୍ର ସୁସ୍ଥ ହୋଇ ଫେରିବା ମାଆଙ୍କର ଶେଷ ଇଚ୍ଛା ଥିଲା ।
୨୦୧୮ରେ ଇରଫାନ ପ୍ରଥମ ଥର ପାଇଁ ବ୍ରେନ୍ କ୍ୟାନସର ବାବଦରେ ଜାଣିବାକୁ ପାଇଥିଲେ । ଏହାପରେ ପ୍ରାୟ ଗୋଟିଏ ବର୍ଷ ସେ ବିଦେଶରେ ରହିଥିଲେ । ତାଙ୍କୁ ନ୍ୟୁରୋ ଇଣ୍ଡୋକ୍ରାଇନ୍ ନାମକ ଏକ ରୋଗ ହୋଇଥିଲା । ତେବେ ଇଂଲିସ୍ ମିଡିୟମ ଜରିଆରେ ସେ ବଲିଉଡକୁ ଫେରିଥିଲେ ।