Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

NPCL ବିଦ୍ୟୁତ ସବ୍‌ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ

19/08/2020 at 10:59 AM

ନୂଆଦିଲ୍ଲୀ ୧୯।୦୮: ବିଦ୍ୟୁତ ସବ୍‌ଷ୍ଟେସନ୍‌ରେ ଭୟାବହ ଅଗ୍ନିକାଣ୍ଡ । ଗ୍ରେଟର ନୋଏଡ଼ାର ବିଜୁଳି ଉତ୍ପାଦନ ସଂସ୍ଥା NPCLର ସବ୍‌ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିଥିବାର ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାର ଉଦ୍ୟମ ଜାରି ରଖିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

ଗ୍ରେଟର ନୋଏଡ଼ା ସେକ୍ଟର-୧୪୮ର NPCLର ଏହି ସବ୍‌ଷ୍ଟେସନରେ ହଠାତ୍‌ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିବାରେ ଲାଗିଥିଲା । ଯାହାଫଳରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖବର ପାଇଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ସେହିପରି ଅଗ୍ନିକାଣ୍ଡରେ କୌଣସି ମୃତାହତ ନେଇ କିଛି ସୂଚନା ମିଳିନାହିଁ ।  

   Related Posts