IRCTCର ସ୍ବତନ୍ତ୍ର ଟୁର ପ୍ୟାକେଜ୍, ମିଳିବ ୩ ରାଜ୍ୟର ଦର୍ଶନୀୟ ସ୍ଥାନ ବୁଲିବାର ମଜା

Published By : Prameya-News7 Bureau | December 09, 2022 IST

ନୂଆଦିଲ୍ଲୀ, ୯/୧୨: ଡିସେମ୍ବରରେ ଛୁଟି ମନାଇବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଖୁସିଖବର। କାରଣ ଆଇଆରସିଟିସି ପୁରୀ ଗଙ୍ଗାସାଗର ଯାତ୍ରା ସହ ବାରଣାସୀ ପାଇଁ ଏକ ଟ୍ରେନ୍ ଟୁର ପ୍ୟାକେଜ୍ ଆଣିଛି। ଏହି ପ୍ୟାକେଜ୍‌ରେ ପୁରୀ ମନ୍ଦିର, ଗଙ୍ଗାସାଗର, କାଶୀ ବିଶ୍ବନାଥ ମନ୍ଦିର ଏବଂ ବାରଣାସୀରେ ଗଙ୍ଗା ଘାଟ ଭଳି ଦର୍ଶନୀୟ ସ୍ଥାନ ରହିଛି। ଏହି ଟୁର ପ୍ୟାକେଜ୍ ୨୧ ଡିସେମ୍ବର ୨୦୨୨ ରୁ ୩୦ ଡିସେମ୍ବର ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଚାଲିବ।

ଏହି ଟୂର ପ୍ୟାକେଜ୍ ଶ୍ରଦ୍ଧାଳୁଙ୍କୁ ନନ-ଏସି ବଜେଟ୍ ହୋଟେଲରେ ରହିବାକୁ ପଡ଼ିବ। ଏହି ଟୂର ପ୍ୟାକେଜରେ ଏସି ବସ୍ ଦ୍ବାରା ଯାତ୍ରୀଙ୍କ ପାଇଁ ରୋଡ୍ ଟ୍ରାନ୍ସପୋର୍ଟ ସୁବିଧା ମଧ୍ୟ ରହିବ। ବାରଣାସୀ-ପୁରୀ ଗଙ୍ଗାସାଗର ଟୁର ପ୍ୟାକେଜ୍ ୯ ଦିନ ଏବଂ ୧୦ ରାତିର ହେବ। ଏହି ଟୂର ପ୍ୟାକଜେରେ ଯାତ୍ରୀ ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବେ। ସେହିଭଳି କୋଲକାତାରେ କାଳି ମନ୍ଦିର ଏବଂ ଗଙ୍ଗା ସାଗରର ଦର୍ଶନ କରିବେ। ଗୟା ଅର୍ଥାତ୍ ବିହାରରେ ଏହି ଟୂର ପ୍ୟାକେଜ୍‌ରେ ଯାତ୍ରୀ ବିଷ୍ଣୁ ମନ୍ଦିର ଏବଂ ବୌଦ୍ଦ ଗୟା ଦର୍ଶନ କରିବେ।

ଏହି ଟୂର ପ୍ୟାକେଜ୍‌ରେ ଯାତ୍ରୀ ଟ୍ରେନ୍ ଦ୍ବାରା ଯାତ୍ରା କରିବେ। ସ୍ବଦେଶ ଦର୍ଶନ ଟୁରିଷ୍ଟ ଟ୍ରେନ୍‌ରେ ଯାତ୍ରୀ ସ୍ଲିପର/୩ ଏ କ୍ଲାସ୍‌ରେ ଯାତ୍ରା କରିବେ। ଆଇଆରସିଟିସିର ଅନ୍ୟ ଟୁର ପ୍ୟାକେଜ୍ ଭଳି ଏଥିରେ ମଧ୍ୟ ରହିବା ଏବଂ ଖାଇବା ଭଳି ସୁବିଧା ରହିଛି। ଆପଣ ଆଇଆରସିଟିସିର ଅଫିସିଆଲ ଓ୍ବେବସାଇଟରେ ଟିକେଟ ବୁକ୍ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.