ଯାତ୍ରୀଙ୍କ ପାଇଁ ରେଳବାଇର ସ୍ୱତନ୍ତ୍ର ବ୍ୟବସ୍ଥା: ମାତ୍ର ୨୦ ଟଙ୍କାରେ ମିଳିବ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ଖାଦ୍ୟ

Published By : Prameya-News7 Bureau | April 24, 2024 IST

internet

ନୂଆଦିଲ୍ଲୀଭାରତୀୟ ରେଳ ଯାତ୍ରୀମାନଙ୍କର ଟ୍ରେନ୍‌ରେ ଦିଆଯାଉଥିବା ଖାଇବାକୁ ନେଇ ଅନେକ ସମୟରେ ଅଭିଯୋଗ ରହିଥାଏ। ଟ୍ରେନ୍‌ରେ ଦିଆଯାଉଥିବା ଖାଦ୍ୟର ମାନ ଓ ଅଧିକ ଦାମ୍ ଯାତ୍ରୀଙ୍କ ଅସନ୍ତୋଷ ରହିଥାଏ।। ହେଲେ ଏବେ ଏହି ସମସ୍ୟାର ସମାଧାନ ପାଇଁ ସେଣ୍ଟ୍ରାଲ ଓ ୱେଷ୍ଟର୍ଣ୍ଣ ରେଳବାଇ ଏକ ନୂଆ ପଦକ୍ଷେପ ନେଇଛି। 

ଇଣ୍ଡିଆନ ରେଲ୍‌ୱେ ଆଣ୍ଡ୍ ଟୁରିଜିମ କର୍‌ପୋରେସନ୍‌ ସହ ମିଶି ଯାତ୍ରୀଙ୍କୁ ଇକୋମୋମି ମିଲ୍ସ ଦେବା କାମ ଆରମ୍ଭ କରିଦେଇଛି। ଯେଉଁଥିରେ ମାତ୍ର ୨୦ ଟଙ୍କାରେ ପରିଷ୍କାର, ସ୍ୱାଦିଷ୍ଟ ଓ ଉଚ୍ଚମାନର ସ୍ୱାସ୍ଥ୍ୟକର ଖାଇବା ଦିଆଯାଉଛି। 

ଏଥିରେ ଦୁଇ ପ୍ରକାରର ଖାଇବି ବିକ୍ରି କରାଯାଉଛି। ବିଶେଷ କରି ଯେଉଁଯାତ୍ରୀମାନେ ଜେନେରାଲ୍ କୋଚ୍‌ରେ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଇକୋନୋମି ମିଲର ମୂଲ୍ୟ ୨୦ ଟଙ୍କା ଓ ସ୍ନାକ୍‌ସ ମିଲ୍‌ର ମୂଲ୍ୟ ୪୦ ଟଙ୍କା ରଖାଯାଇଛି। ଦେଶରେ ଏବେ ଆଉ ୧୦୦ଟି ଷ୍ଟେସନ୍‌ରେ ଏହି ମିଲ୍ କାଉଣ୍ଟର ଆରମ୍ଭ ହୋଇଛି। ମୋଟ ୧୫୦ ଟି ରେଳ ଷ୍ଟେସନରେ ଇକୋନୋମି ମିଲ୍ କାଉଣ୍ଟର ଚାଲିଛି। ଯେଉଁଥିରେ ସାଉଥ୍ ସେଣ୍ଟ୍ରାଲ୍ ରେଲ୍‌ୱେର ୧୨ ଷ୍ଟେସନ୍‌ ରହିଛି। 




ପଢ଼ନ୍ତୁ- ଭାରତରେ ଅବିଶ୍ୱାସନୀୟ କାର୍ଯ୍ୟ କରିଛନ୍ତି ପିଏମ୍‌ ମୋଦୀ: ଜେପି ମୋରଗାନ ସିଇଓ ଜେମି ଡିମନ
ପ୍ରଥମେ ପ୍ରଥମେ ମାତ୍ର ୫୦ଟି ଷ୍ଟେସନ୍‌ରେ ଏହି ସୁବିଧା ଆରମ୍ଭ ହୋଇଥିଲା। ହେଲେ ଯୋଜନା ସଫଳ ହେବାରୁ ଆଉ ୧୦୦ଟି ଷ୍ଟେସନ୍‌ରେ ଏହି ସୁବିଧା ଉପଲବ୍ଧ କରାଯାଇଛି। ଏହାକୁ ନେଇ ଆଇଆର୍‌ସିଟିସି ଏକ୍ସ ହ୍ୟାଣ୍ଡେଲ୍‌ରେ ଭିଡିଓ ଶେୟାର କରି ସୂଚନା ଦେଇଛି। ଏହି ଶସ୍ତା ମିଲ୍‌ ହାଇଦ୍ରାବାଦ, ବିଜୟୱାଡା, ଗୁନ୍ତାକଲ, ତିରୁପତି, ରାଜମୁନ୍ଦ୍ରି, ବିକ୍ରାବାଦ, ପକାଲା, ନାନ୍ଦୟାଲ, ପୂର୍ଣ୍ଣା, ଔରଙ୍ଗାବାଦ ରେଳ ଷ୍ଟେସନରେ ଉପଲବ୍ଧ ରହିଛି। ଏହା ବ୍ୟତୀତ ପ୍ଲାଟଫର୍ମରେ ଜେନେରାଲ୍ ସେକେଣ୍ଡ କ୍ଲାସ୍ କୋଚ୍‌ ନିକଟରେ ଥିବା କାଉଣ୍ଟରରେ ଜଳର ବ୍ୟବସ୍ଥା ମଧ୍ୟ କରାଯାଇଛି।

ସେଣ୍ଟ୍ରାଲ ରେଲୱେର କରଜତ ଓ ଏବଂ ଇଗତପୁରୀ ଷ୍ଟେସନରେ ଏହି ସୁବିଧା ଉପଲବ୍ଧ ଥିବା ବେଳେ ୱେଷ୍ଟର୍ଣ୍ଣ ରେଲ୍‌ୱର ମୁମ୍ବାଇ ସେଣ୍ଟ୍ରାଲ ଏବଂ ବାନ୍ଦ୍ରା ଟର୍ମିନାସ ରେଳ ଷ୍ଟେସନରେ ମଧ୍ୟ ଏହି ସୁବିଧା ଉପଲବ୍ଧ ରହିଛି। ଯାତ୍ରୀମାନେ ଏହି ସୁବିଧା ସହଜରେ ପାଇପାରିବେ ବୋଲି ରେଳବାଇ ଦ୍ୱାରା ବ୍ୟବସ୍ଥା କରାଯାଉଛି। ରେଳବାଇର ଏଭଳି ବ୍ୟବସ୍ଥାକୁ ବିଭିନ୍ନ ଆଡ଼ୁ ପ୍ରଶଂସା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.