IRCTCର ‘ରାମାୟଣ ଯାତ୍ରା ପ୍ୟାକେଜ’, ମାତ୍ର ଏତିକି ଟଙ୍କାରେ ଭ୍ରମଣ କରିପାରିବେ ୧୨ଟି ଧାର୍ମିକ ସ୍ଥାନ

Published By : Prameya-News7 Bureau | December 14, 2019 IST

ନୂଆଦିଲ୍ଲୀ୧୪/୧୨: ଧାର୍ମିକ ସ୍ଥାନ ପରିଦର୍ଶନ କଲେ ମନକୁ ଶାନ୍ତି ମିଳିଥାଏ। ତୀର୍ଥଯାତ୍ରୀଙ୍କ ପାଇଁ ଆଇଆରସିଟିସି ଏକ ସୁବର୍ଣ୍ଣ ସୁଯୋଗ ଆଣିଛି।  ଭାରତରେ ଧାର୍ମିକ ସ୍ଥାନ ଭ୍ରମଣ କରିବା  ନିମନ୍ତେ ଆଇଆରସିଟିସି ପୁଣି ଥରେ ନେଇ ଆସିଛି- ରାମାୟଣ ଯାତ୍ରା ପ୍ୟାକେଜ । ସବୁଠୁ ଶସ୍ତା ଓ ଲାଭଦାୟକ ରହିଛି ଏହି ପ୍ୟାକେଜ।

{"id":197470,"sizeSlug":"large"}

ଆଇଆରସିଟିସି ଆଣିଥିବା ଏହି ରାମାୟଣ ଯାତ୍ରା ପ୍ୟାକେଜରେ ଆପଣଙ୍କୁ ୧୪ ଦିନ, ୧୩ ରାତି ଯାତ୍ରା କରିବାକୁ ହେବ। ଏହି ଯାତ୍ରା ପ୍ୟାକେଜରେ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ ୧୫ ହଜାର ୯୯୦ ଟଙ୍କା ଦେବାକୁ ହେବ। ଏହି ଯାତ୍ରାରେ ରାମ ଭଗବାନଙ୍କ ଜନ୍ମସ୍ଥାନ ଅଯୋଧ୍ୟାଠାରୁ ଦେବୀ ସୀତାଙ୍କ ଜନ୍ମସ୍ଥାନ ଜନକପୁର(ନେପାଳ) ପର୍ଯ୍ୟନ୍ତ ଯାତ୍ରା କରି ପାରିବେ। ଏଥିସହ ଭାରତର ପ୍ରସିଦ୍ଧ ୧୨ଟି ଧାର୍ମିକ ସ୍ଥାନ ପରିଦର୍ଶନ କରି ପାରିବେ। ଏହି ସ୍ଥାନଗୁଡିକ ହେଉଛି ହାମ୍ପୀ, ନାସିକ୍‌, ଚିତ୍ରକୁଟ ଧାମ, ବାରାଣାସୀ, ବକ୍ସର, ରଘୁନାଥପୁର, ସାତାମହୀ, ଜନକପୁରୀଳ, ଅଯୋଧ୍ୟା, ନନ୍ଦିଗ୍ରାମ, ଆଲ୍ଲାହାବାଦ ଓ ଶ୍ରୀଙ୍ଗବେରପୁର।

{"id":197471,"sizeSlug":"large"}

ଚେନ୍ନାଇ, ମଦୁରାଇ ବ୍ୟତୀତ ଦୀନ୍ଦିଗୁଲ, କରୁର,ଇରୋଡ଼, ସଲେମ, ଜୋଲାରପେଟାଇ, କାଟପାଡୀ, ନେଲୋର, ବିଜୟଓ୍ବାଡା ଆଦି ଷ୍ଟେନସରୁ ଯାତ୍ରା କରି ପାରିବେ। ଆସନ୍ତା ବର୍ଷ ମାର୍ଚ୍ଚ ୫ରୁ ୧୮ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା କରି ପାରିବେ।

{"id":197472,"sizeSlug":"large"}

ଏହି ଯାତ୍ରା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧୫ ହଜାର ୯୯୦ ଟଙ୍କା ଦେବାକୁ ହେବ। ସ୍ଲିପର୍ କ୍ଲାସରେ ଯାତ୍ରା, ହୋଟେଲରେ ରହିବ ଓ ତିନି ଟାଇମ ଖାଇବା ଆଦି ସାମିଲ ରହିଛି। ଆଇଆରସିଟିସିର ଟ୍ୟୁରିଜିମ ଓ୍ବେବସାଇଟ୍‌ରେ ଏ ସଂପର୍କରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି। ଏହା ବ୍ୟତୀତ ଆପଣ ଅନଲାଇନରେ ଟ୍ରେନ ଟିକେଟ ବୁକିଂ ମଧ୍ୟ କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.