ଧରା ପଡ଼ିଲେ ଆତଙ୍କବାଦୀ... ଟ୍ରକରେ ଲଦା ହୋଇ ଗଲେ ଜେଲ୍‌

Published By : Prameya-News7 Bureau | January 19, 2020 IST

ଇରାକ୧୯/୧: ପୋଲିସ୍‌ ଦେଖି ଦୌଡ଼ି ପାରିଲେ ନାହିଁ ଆତଙ୍କବାଦୀ ସଂଗଠନର ନେତା ଶେଷରେ ପୋଲିସ୍‌ ହାତରେ ଧରାପଡ଼ିଲା । ଇରାକର ସ୍ବାଟ୍ ଟିମ୍‌କୁ ବଡ଼ ସଫଳତା ମିଳିଛି।  ଆଇଏସ୍‌ଆଇଏସ୍‌ର ଜେବା ଜିହାଦିକୁ ମୋସୁଲ୍‌ ସହରରୁ ଗିରଫ କରାଯାଇଛି। ଯାହାକୁ ସୋସିଆଲ ମିଡିଆରେ ଜେବା ଦ ଜିହାଦି ନାମରେ ବେଶ ଚର୍ଚ୍ଚିତ ଥିଲା। ଏଥସହ ତାଙ୍କ ଶରୀର ପାଇଁ ମଧ୍ୟ  ସେ ବେଶ୍ ଚର୍ଚ୍ଚାରେ ରହିଥାଆନ୍ତି। ଇରାକର swat ବା ସ୍ବାଟ୍ ଟିମ୍‌ (special weapons and tactics) ତାକୁ ଗିରଫ କରିଛି। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ୨୫୦ କେଜି ଓଜର କଟୁରପନ୍ଥୀ ନେତାକୁ ପିକ୍‌ଅପ୍‌ ଟ୍ରକରେ ଭର୍ତ୍ତି କରି ନିଆଯାଇଥିଲା।। କାହିଁକି ନା କାରରେ ଜେବା ବସିବା ପାଇଁ ଜାଗା ହୋଇ ନଥିଲା।

ଇରାକ ସେନା ଅଧିକାରୀଙ୍କ କହିବା ଅନୁସାରେ ଆତଙ୍କବାଦୀ ସଂଗଠନର ଏହି ଚରମପନ୍ଥୀର ପ୍ରକୃତ ନାଁ ମୁଫ୍‌ତି ଅବୁ ଅବ୍ଦୁଲ୍ ବାରି। ଏହି ବ୍ୟକ୍ତି ଆଇଏସଆଇଏସ୍‌ର ଜଣେ ସକ୍ରିୟ ନେତା ଭାବେ ପରିଚିତ। ଆତଙ୍କବାଦୀ  ସଂଗଠନର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଅବ୍ଦୁଲ ବାରି ନେଇଥିଲେ।

wp:preformatted
/wp:preformatted

ଇରାକ ଅଧିକାରୀଙ୍କ ସୂଚନା ଅନୁସାରେ ଅବୁ ଅବ୍ଦୁଲ ସୁରକ୍ଷାକର୍ମୀଙ୍କ ବିରୋଧରେ ବିଭ୍ରନ୍ତକାର କଥା କହି ଦଙ୍ଗା ସୃଷ୍ଟି କରିଥାଏ। ଆଇଏସ୍‌ଆଇଏସ୍‌ର ସଂଗଠନର ଜଣେ ସକ୍ରିୟ ନେତା ଭାବେ ପୁରା ଦୁନିଆ ଅବୁ ଅବ୍ଦୁଲକୁ ଜାଣିଛନ୍ତି। ବ୍ରିଟିଶ୍ କାର୍ଯ୍ୟକର୍ତ୍ତା ମାଜିଦ୍ ନଓ୍ବାଜଙ୍କ କହିବା ଅନୁସାରେ ଶିକା ଅଲ ନିମା ନାମକ ଆତଙ୍କୀ ସଂଗଠନକୁ ଅବ୍ଦୁଲ୍ ହୁସ୍‌କାଇଥାଏ। ଅବ ଅବ୍ଦୁଲ ଲୋକଙ୍କ ମନରେ ବିଷ ଭରି ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥାଏ।। ସେ ଆହୁରି ମଧ୍ୟ କହିଛନ୍ତି ଏଭଳି କୁଖ୍ୟାତ ଅପରାଧୀକୁ ଗିରଫ କରିବା ଇରାକ ସେନାର ବଡ଼ ସଫଳତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.