ୟୁକ୍ରେନ ପାଇଁ କାଳ ସାଜିଲା ଇରାନୀ ଡ୍ରୋନ, ରୁଷର ଜୋରଦାର ଆକ୍ରମଣରେ ୧୫ ଲକ୍ଷ ଲୋକଙ୍କ ଘରେ ବିଜୁଳି ଠପ୍

Published By : Prameya-News7 Bureau | December 11, 2022 IST

ନୂଆଦିଲ୍ଲୀ:  ୟୁକ୍ରେନ ପାଇଁ କାଳ ସାଜିଲା ଇରାନୀ ଡ୍ରୋନ। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ କାରଣରୁ ଭୟଙ୍କର ଧ୍ଵଂସର ଚିତ୍ର ଦେଖିବାକୁ ମିଳିଛି। ୟୁକ୍ରେନର ବିଭିନ୍ନ ସହରକୁ ରୁଷ ଇରାନୀ ଡ୍ରୋନ ଏବଂ ମିସାଇଲ୍ ଆକ୍ରମଣ ଜରିଆରେ ଧ୍ଵସ୍ତ ବିଧ୍ଵସ୍ତ କରି ଦେଇଛି। ପରିସ୍ଥିତି ଭୟାବହ ହୋଇ ପଡିଛି। ସଦ୍ୟତମ ଓଡେଶାରେ ରୁଷ ସେମା ଇରାନୀ ଡ୍ରୋନ ଜରିଆରେ ଆକ୍ରମଣ କରିଛି। ଫଳରେ ପାଖାପାଖି ୧୫ ଲକ୍ଷ ଲୋକଙ୍କ ଘରେ ବିଜୁଳି ସେବା ଠପ୍ ହୋଇ ଯାଇଛି। ଲୋକେ ଅନ୍ଧାରରେ ରହିବାକୁ ବାଧ୍ୟ ହୋଇଛନ୍ତି। ରୁଷ ଓଡେଶାର ଦୁଇଟି ପାଓ୍ଵର ଗ୍ରୀଡକୁ ନିଶାଣ କରି ଇରାନୀ ଡ୍ରୋନ ଦ୍ଵାରା ଆକ୍ରମଣ କରିଛି। ୟୁକ୍ରେନର ରାଷ୍ଟ୍ରପତି ଭଲୋଡିମିର  ଜେଲେନସ୍କି ରାତିରେ ଜାରି ଏକ ଭିଡିଓରେ ଓଡେଶାର ସ୍ଥିତି ବହୁତ କଠିନ ଥିବା କହିଛନ୍ତି।

ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଦୁର୍ଭାଗ୍ୟବଶତଃ ଗ୍ରୀଡ ଉପରେ ଜୋରଦାର ଡ୍ରୋନ ଆକ୍ରମଣ ହୋଇଛି। ଏହି କାରଣରୁ ବିଜୁଳି ସେବା ପୁନର୍ବାର  ବ୍ୟାହତ କରିବାକୁ ସମୟ ଲାଗୁଛି। ଏହା କିଛି ଘଣ୍ଟାରେ ଠିକ୍ ହେବ ନାହିଁ ବରଂ କିଛି ଦିନ ଲାଗିବ। ଉଲ୍ଲେଖନୀୟ ଗତ ମାସରୁ ରୁଷ ୟୁକ୍ରେନର ପାଓ୍ଵାର ଗ୍ରୀଡ ଉପରେ ଆକ୍ରମଣ କରୁଛି। ଡ୍ରୋନ ଏବଂ ମିସାଇଲ୍ ଜରିଆରେ ଅନେକ ସ୍ଥାନକୁ ଟାର୍ଗେଟ୍ କରୁଛି। ୟୁକ୍ରେନର ପାଓ୍ଵାର ଗ୍ରୀଡ ସିଷ୍ଟମକୁ କାର୍ଯ୍ୟକ୍ଷମ କରିବା ପାଇଁ ନରଓ୍ଵେ ୧୦୦ ମିଲିୟନ ଡଲାର ପଠାଉଛି।

ଓଡେଶାର ଆଞ୍ଚଳିକ ପ୍ରଶାସନର ମୁଖପାତ୍ର ସେହି ବ୍ରାଚୁକ କହିଛନ୍ତି, ଆଗାମୀ ଦିନରେ ଶୀଘ୍ର ସହରରେ ବିଜୁଳି ସେବା ପହଞ୍ଚିଯିବ। କିନ୍ତୁ ନେଟଓ୍ଵର୍କ ସେବା କାର୍ଯ୍ୟକ୍ଷମ ପାଇଁ ଦୁଇରୁ ତିନି ମାସ ସମୟ ଲାଗିଯିବ। ବ୍ରାଚୁକ କହିଛନ୍ତି, ଅଞ୍ଚଳରେ ଅଧିକାରୀଙ୍କ ଜଣେ  ହେଲେ ପ୍ରତିନିଧି ଓଡେଶା ଏବଂ ଅଞ୍ଚଳର ନିବାସୀମାନଙ୍କୁ ବାହାର କରିବାକୁ କୌଣସି ପରାମର୍ଶ ଦିଆଯାଇ ନାହିଁ। ଫେବୃଆରୀ ୨୪ରେ ଆରମ୍ଭ ହୋଇଥିବା ରୁଷ ଏବଂ ୟୁକ୍ରେନ ଯୁଦ୍ଧ ପୂର୍ବରୁ ଓଡେଶାରେ ୧୦ ଲକ୍ଷରୁ ଅଧିକ ଲୋକ ବସବାସ କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.