ହିଜାବ ପିନ୍ଧିବାକୁ ନିର୍ଦ୍ଦେଶ ଦେଉଥିବା ମୌଲବୀଙ୍କୁ ଇରାନୀ ମହିଳାଙ୍କ ଜବାବ, ବେଗ୍‌ ବସ୍ତାନୀ ବାନ୍ଧି ଦେଶରୁ ପଳାଅ

Published By : Prameya-News7 Bureau | November 10, 2022 IST

ତେହରାନ: ଇରାନରେ ଥମିବାର ନାଁ ନେଉନି ହିଜାବ ବିରୋଧୀ ଆନ୍ଦୋଳନ। ମାଶା ଅମିନୀଙ୍କ ମୃତ୍ୟୁ ଇରାନୀ ମହିଳାଙ୍କ ମନରେ ହିଜାବ ମୁକ୍ତି ଆନ୍ଦୋଳନର ନିଆଁ ଲଗାଇଛି। ମାଶା ଅମିନୀ ଭଲଭାବରେ ହିଜାବ ପିନ୍ଧିନଥିବାରୁ ପୁଲିସ ହେପାଜତରେ ତାଙ୍କର ମୃତ୍ୟୁ ହୋଇଥିଲା। ଯାହାକୁ ବିରୋଧ କରି ମାସାଧିକ କାଳ ଇରାନୀ ମହିଳାମାନେ ଦେଶକୁ ହିଜାବ ମୁକ୍ତ କରିବା ପାଇଁ ଆନ୍ଦୋଳନ ଚଳାଇଛନ୍ତି।

ଏଥିପାଇଁ ଆନ୍ଦୋଳନ ବିକ୍ଷୋଭ ସହିତ ଏବେ ହିଜାବ ପିନ୍ଧିବାକୁ ଉପଦେଶ ଦେଉଥିବା ମୌଲବୀଙ୍କୁ ମଧ୍ୟ ରୋକ୍‌ଠୋକ୍ କହିଲେଣି ଇରାନୀ ମହିଳା। ଯେଉଁ ମୌଲବୀ ହିଜାବ ପିନ୍ଧିବାକୁ ଇପଦେଶ ଦେଉଛନ୍ତି ତାଙ୍କୁ ହିଁ ଦେଶ ଛାଡ଼ି ଚାଲିଯିବାକୁ କହୁଛନ୍ତି ଇରାନୀ ମହିଳା। ଏନେଇ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଠି କିଛି ମହିଳା ହିଜାବ ପିନ୍ଧିବାକୁ ଧମକାଉଥିବା ମୌଲବୀମାନଙ୍କୁ ଉଚିତ ଜବାବ ଦେଉଛନ୍ତି ଏବଂ ଦେଶ ଛାଡ଼ି ଚାଲିଯିବାକୁ କହୁଛନ୍ତି।  

ଭାଇରାଲ୍ ହେଉଥିବା ଭିଡିଓରେ ମୌଲବୀ ମହିଳାଙ୍କୁ ହିଜାବ ପିନ୍ଧିବାକୁ ବାଧ୍ୟ କରୁଥିବାରୁ ମହିଳା ଜଣଙ୍କ କହୁଛନ୍ତି “ତୁମେ ନିଜ କଥା ବୁଝ।” ସେହିପରି ଆଉ ଏକ ଜାଗାରେ ଜଣେ ମୌଲବୀ ମହିଳାଙ୍କୁ ହିଜାବ ପିନ୍ଧିବାକୁ କହୁଛନ୍ତି। ଏଥିରେ ରାଗିଯାଇ ମହିଳା ଜଣଙ୍କ କହୁଛନ୍ତି “ମୁଁ ପିନ୍ଧିବି ନାହିଁ ବୋକା କଉଠିକାର।” ଏପରି କହି ମହିଳା ଜଣଙ୍କ ସେଠାରୁ ଚାଲିଯାଉଛନ୍ତି।

wp:html /wp:html

ସେହିପରି ଆଉ ଏକ ସ୍ଥାନରେ ମୌଲବୀ ଜଣେ ମହିଳାଙ୍କୁ ହିଜାବ ପିନ୍ଧିବାକୁ ବାଧ୍ୟ କରିବାରୁ ସେ ଉତ୍ତର ଦେଇ କହୁଛନ୍ତି “ଏଇଟା ମୋ ଦେଶ। ମୁଁ କଉଠି ହିଜାବ ପିନ୍ଧିବି ଓ ନ ପିନ୍ଧିବି ସେଇଟା ତୁମେ କ ହିପାରିବ ନାହିଁ।” ଏକଥା ଶୁଣିବା ପରେ ମୌଲୀବ କହୁଛନ୍ତି “ଯଦି ତୁମେ ବାଧ୍ୟତାମୂଳକ ହିଜାବକୁ ପସନ୍ଦ କରୁନ ତେବେ ଯାଅ ମସିହ ଅଲିନେଜାଦଙ୍କ ସହ ଇଂଲଣ୍ଡରେ ରହିବ।”

ମୌଲବୀଙ୍କ ଏପରି କଥାରେ ଉତ୍ତର ଦେଇ ସେ ମହିଳା ଜଣଙ୍କ କହୁଛନ୍ତି ମସିହ ଅଲିନେଜାଦ(ଇରାନ ଆମେରିକୀୟ ସାମ୍ବାଦିକା) ଇଂଲଣ୍ଡରେ ନୁହେଁ ବରଂ ଆମେରିକାରେ ରହୁଛନ୍ତି। ମହିଳା ଆହୁରି କହିଛନ୍ତି “ ମୁଁ ଦେଶ ବାହାରେ ରହିବାକୁ ଚାହୁଁନି। ମୁଁ ମୋ ଦେଶରେ ଏଭଳି ପରିବର୍ତ୍ତନ ଚାହୁଁଛି। ମୁଁ ମୋ ଜନ୍ମସ୍ଥାନରେ ମୁକ୍ତ ଭାବେ ବଞ୍ଚିବାକୁ ଚାହୁଁଛି। ”

ସେହିପରି ଏକ ଟ୍ରେନ୍‌ରେ ଯିବ ବେଳେ ଜଣେ ମୌଲବୀ ମହିଳାଙ୍କୁ ହିଜାବ ପିନ୍ଧିବାକୁ ବାଧ୍ୟ କରୁଛନ୍ତି। ଉତ୍ତରରେ ମହିଳା ଜଣଙ୍କ କହୁଛନ୍ତି “ବହୁତ ହେଇଗଲା ମୌଲବୀ। ବେଗ୍‌ବସ୍ତାନୀ ବାନ୍ଧ ଆଉ ଯାଅ। ମୁଁ କଣ ପିନ୍ଧିବି ନ ପିନ୍ଧିବି ସେଇଟ କାହାର କହିବାର ଅଧିକାର ନାହିଁ। ତୁମେମାନେ ଏହି ଦେଶକୁ ନଷ୍ଟ କରିଦେଲଣି।”

ସେହିପରି ଅନ୍ୟ ଜଣେ ମହିଳା ରାଗରେ ତମ ତମ ହେଇ କହୁଛନ୍ତି ଯେ “ଯଦି ଆପଣ ମହିଳାଙ୍କ କେଶ ଦେଖି ଉତ୍ତେଜିତ ହେଉଛନ୍ତି ତେବେ ଏହା ଆପଣଙ୍କର ସମସ୍ୟା। ଗତ ୪୦ ବର୍ଷ ହେଲା ଆପଣମାନେ ଦେଶକୁ ବର୍ବାଦ କରିଦେଇଛନ୍ତି। ଏବେ ନିଜ ବେଗ୍ ବସ୍ତାନୀ ବାନ୍ଧ ଆଉ ଯାଅ।”,ସୂଚନା ଥାଉକି ହିଜାବ ବିରୋଧୀ ଆନ୍ଦୋଳନରେ ବିକ୍ଷୋଭକାରୀଙ୍କ ବିରୋଧରେ ଇରାନ ସରକାର ଜବରଦସ୍ତି କରୁଛନ୍ତି। କେତେବେଳେ ବିକ୍ଷୋଭକାରୀଙ୍କ ଉପରେ ଗୁଳି ମାଡ଼ ହେଉଛି ତ ଆଉ କେତେବେଳେ ଇରାନୀ ସେନା ପିଟିପିଟ ଲୋକଙ୍କୁ ମାରିଦେଉଛି।

ବର୍ତ୍ତମାନ ସୁଧା ଏହି ଘଟଣାରେ ୩୨୮ ଲୋକଙ୍କ ମୃତ୍ୟୁ ହେଲାଣି। ସେହିପରି ୧୪,୮୨୫ ଲୋକ ଗିରଫ ହୋଇସାରିଲେଣି। ଇରାନରେ ହିଜାବ ଆନ୍ଦୋଳନ ଦୀର୍ଘ ୫୪ ଦିନ ହେଲା ଜାରି ରହିଛି। ଏକ ଗ୍ରୁପର୍ ଏହି ଆନ୍ଦୋଳନକୁ ପରିଚାଳନା କରୁଛି ବୋଲି  ଇରାନ ମାନବାଧିକାର କମିଶନ ସୂଚନା ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.