ନୂଆଦିଲ୍ଲୀ: ଭାରତରେ ଗ୍ରୀଷ୍ମର ପ୍ରାରମ୍ଭରୁ ଆରମ୍ଭ ହୁଏ ଗରମର ପ୍ରକୋପ । କେଉଁଠି ୪୫ ଡିଗ୍ରୀ ତ ପୁଣି ୪୮ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଟପିଯାଏ ତାପମାତ୍ରା । ୪୫ ଡିଗ୍ରୀ ଅତିକ୍ରମ କରିବା ମାତ୍ର ହିଟ୍ ଇଣ୍ଡେକ୍ସ ୫୦ ପାର୍ ହୋଇଥାଏ । ଆଉ ଭୀଷଣ ଗରମ ଅନୁଭୂତ ହୋଇଥାଏ । ଏଭଳି ସ୍ଥିତି ଘରୁ ବାହାରିବା ମୁସ୍କିଲ୍ ହୋଇଯାଏ । ତୁରନ୍ତ ଅଂଶୁଘାତ ସତର୍କତା ଜାରି କରିଥାନ୍ତି ସରକାର । ତେବେ ଥରେ ଭାବନ୍ତୁ ଯେଉଁ ସ୍ଥାନରେ ତାପମାତ୍ରା ସବୁ ରେକର୍ଡକୁ ପାର୍ କରୁଥିବ । ଭୀଷଣରୁ ଅତି ଭୀଷଣ ଗରମ ଅନୁଭୂତ ହେଇଥିବ । ସେଠାରେ ଜୀବନ ସତ୍ତା କିପରି ଚାଳୁଥିବା, ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହଁ ଆଜ୍ଞା ସ୍ଥାନ ବି ପୃଥିବୀ ପୃଷ୍ଠରେ ରହିଛି । ଯାହା ଭୂ-ପୃଷ୍ଠର ସର୍ବୋଚ୍ଚ ତାପମାତ୍ରା ଠାରୁ ବି ଅଧିକ । ଦକ୍ଷିଣ ଇରାନରେ ଏକ ସ୍ଥାନର ତାପମାତ୍ରା ପୃଥିବୀର ସବୁ ରେକର୍ଡକୁ ପାର୍ କରିଛି । ହିଟ୍ ଇଣ୍ଡେକ୍ସ ପାରଦ ୮୨.୨ ଡିଗ୍ରୀ ସେଲସିୟସ ଛୁଇଁଥିବା କୁହାଯାଇଛି ।
ଏହି ସର୍ବୋଚ୍ଚ ତାପମାତ୍ରାକୁ ଡେୟରଷ୍ଚାନ ବିମାନବନ୍ଦରର ପାଣିପାଗ କେନ୍ଦ୍ର ରେକର୍ଡ କରିଛି । ଏଠାରେ ବାୟୁ ତାପମାତ୍ରା ୩୮.୯ ଡିଗ୍ରୀ ରହିଥିବା ବେଳେ ବାୟୁର ଆର୍ଦ୍ରତା ୮୫ ପ୍ରତିଶତ ରହିଛି । ଅଦ୍ଭୂଦପୂର୍ବ ଭାବେ ହିଟ୍ ଇଣ୍ଡେକ୍ସ ଏହାକୁ ରେକର୍ଡ କରିଛି । ଯାହା ପୃଥିବୀରେ ଏପର୍ଯ୍ୟନ୍ତ ରେକର୍ଡ ହୋଇଥିବା ସର୍ବାଧିକ ତାପମାତ୍ରା ଠାରୁ ବି ଅଧିକ । ଆମେରିକା ପାଣିପାଗ ବିଜ୍ଞାନୀ କାଲିନ୍ ମୈକାର୍ଥୀ ସୋସିଆଲ୍ ମିଡିଆରେ ପୋଷ୍ଟ କରି କହିଛନ୍ତି, ତଥ୍ୟକୁ ନେଇ ଯାଞ୍ଚ ଜରୁରୀ । ସତ୍ୟତା ଜାଣିବା ପାଇଁ ପାଣିପାଦ ବିଭାଗ ପକ୍ଷରୁ ରେକର୍ଡ ହୋଇଥିବା ତାପମାତ୍ରାର ଯାଞ୍ଚ ହେବାର ଆବଶ୍ୟକତା ରହିଛି । ଯଦି ଏହାର ସଠିକ୍, ତେବେ ପୂର୍ବ ରେକର୍ଡକୁ ଇରାନର ତାପମାତ୍ରା ପାର୍ କରିଛି ମାନି ନିଆଯିବ । ଜଳବାୟୁ ବୈଜ୍ଞାନିକ କହିଛନ୍ତି, ଗ୍ଲୋବାଲ ଓ୍ବାର୍ମିଂ କାରଣରୁ ଭୀଷଣ ଗରମ ଏବଂ ଅତ୍ୟଧିକ ତାପମାତ୍ରା ଅନୁଭୂତ ଘଟଣାମାନ ସାମ୍ନାକୁ ଆସୁଛି ।
ଇରାନ ପାଣିପାଗ ବିଜ୍ଞାନ ସଂଗଠନ ଅଗଷ୍ଟ ୩୧ ତାରିଖରୁ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବା ନେଇ ଆଶା ରଖିଥିଲେ । ଇରାନ ଏବଂ ପଡୋଶୀ ଦେଶର ଅଧକାରୀମାନେ ଭୀଷଣ ଗରମକୁ ନେଇ ସତର୍କତା ଜାରି କରିଥିଲେ ଏବଂ ଗରମରୁ ସୃଷ୍ଟି ହେଉଥିବା ରୋଗ ପ୍ରତି ସାବଧାନ ରହିବାକୁ ପରାମର୍ଶ ଦେଇଥିଲେ । ଚଳିତ ସପ୍ତାହରେ ଉତ୍ତାପ ଦ୍ରୁତଗତରେ ବଢ଼ିବାର କାରଣ ହେଉଛି, ଇରାନ ଏବଂ ଇରାକର ତାପମାତ୍ରା ପ୍ରାୟ ୫୦ ଡିଗ୍ରୀ ପାର୍ କରିଛି ।