ସୁପ୍ରିମ ଲିଡରଙ୍କ ସମ୍ମାନରେ ଗୀତ ଗାଇଲେନି ଛାତ୍ରୀ, ପିଟି ମାରିଦେଲେ ସୁରକ୍ଷାକର୍ମୀ

Published By : Prameya-News7 Bureau | October 20, 2022 IST

ତେହରାନ ୨୦/୧୦: ସର୍ବୋଚ୍ଚ ନେତାଙ୍କ ସମ୍ମାନରେ ସଙ୍ଗୀତ ନଗାଇବାରୁ ହେବାକୁ ପଡ଼ିଲା ସୁରକ୍ଷାକର୍ମୀଙ୍କ ରୋଷର ଶିକାର । ଗୀତ ନଗାଇବାରୁ ଜଣେ ୧୬ ବର୍ଷୀୟ ଇରାନୀ ଝିଅଙ୍କୁ ପିଟିଲେ ସୁରକ୍ଷାକର୍ମୀ । ଫଳରେ ଉକ୍ତ ଯୁବତୀଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଇରାନରୁ । ଯେଉଁଠାରେ ସର୍ବୋଚ୍ଚ ନେତା ସୁପ୍ରିମ ଲିଡର ଅଲୀ ଖାମନେଇଙ୍କ ସମ୍ମାନରେ ସଙ୍ଗୀତ ଗାଇବାକୁ ମନା କରିବାରୁ ସୁରକ୍ଷା କର୍ମୀମାନେ ଜଣେ ସ୍କୁଲ ଛାତ୍ରୀଙ୍କୁ ନିର୍ମମ ଭାବରେ ପିଟିଥଲେ । ଯେଉଁଥିରେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଖାଲି ସେତିକି ନୁହେଁ ଯୁବତୀଙ୍କ ସହପାଠୀଙ୍କୁ ମଧ୍ୟ ସୁରକ୍ଷାକର୍ମୀ ପିଟିଥିବା ନେଇ କୁହାଯାଉଛି।

ଘଟଣା ଇରାନର ଆରଦାବିଲ୍ ସହରରେ ଦେଖିବାକୁ ମିଳିଥିଲା । ଏଠାରେ ଥିବା ସାହିଦ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ ସୁରକ୍ଷାକର୍ମୀ । ଆଉ ଏହି ସମୟରେ ସେମାନେ ସ୍କୁଲର ପଢ଼ୁଥିବା ଛାତ୍ରୀଙ୍କୁ ଇରାନର ସୁପ୍ରିମ ଲିଡରଙ୍କ ସମ୍ମାନରେ ସଙ୍ଗୀତ ଗାଇବାକୁ କହିଥିଲେ। ୧୬ ବର୍ଷୀୟ ଆସ୍ରା ପାନାହୀ ଏବଂ ଅନ୍ୟ ଛାତ୍ରୀମାନେ ଗାଇବାକୁ ବିରୋଧ କରିଥିଲେ । ଯାହାପରେ ସେମାନଙ୍କୁ ପିଟିଥିଲେ ସୁରକ୍ଷାକର୍ମୀ। ଏକ ରିପୋର୍ଟ ଅନୁଯାୟୀ ବୁଧବାର ଉକ୍ତ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ତେବେ ଇରାନର ଅଧିକାରୀମାନେ ଆସ୍ରାଙ୍କ ମୃତ୍ୟୁ କଥାକୁ ଅଗ୍ରାହ୍ୟ କରିଥିବାବେଳେ। ତାଙ୍କର ସମ୍ପର୍କୀୟ ହୃଦଘାତରେ ଆସ୍ରାଙ୍କ ମୃତ୍ୟୁ ହୋଇଥିବା କଥା କହିଛନ୍ତି।

ସୂଚନାଯୋଗ୍ୟ , ଗତମାସରେ ଇରାନରେ ସରକାର ବିରୋଧୀ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ଜଣେ ୨୨ ବର୍ଷୀୟ ଯୁବତୀଙ୍କ  ହାଜତ ମୃତ୍ୟୁପରେ ଏହି ଆନ୍ଦୋଳନ ଦେଖିବାକୁ ମିଳିଥିଲା। ତାଙ୍କୁ ଏକ ହ୍ୟାଣ୍ଡ୍ ସ୍କାଫ୍ର ଭୁଲ୍ ଢ଼ଙ୍ଗରେ ପିନ୍ଧିଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ଏହାକୁ ନେଇ ଆନ୍ଦୋଳନ ତୀବ୍ର ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.