ଇରାନର ମହିଳା ରେଫରି ମ୍ୟାଚ୍ ବେଳେ ପିନ୍ଧି ନଥିଲେ ହିଜାବ : ମିଳିଲା ଜୀବନରୁ ମାରିଦେବାକୁ ଧମକ

Published By : Prameya-News7 Bureau | January 18, 2020 IST

ଶାଙ୍ଘାଇ ୧୮/୧: ଇରାନର ଜଣେ ମହିଳା ରେଫରୀ ହିଜାବ ନ ପିନ୍ଧିବା ଯୋଗୁଁ ଅଡ଼ୁଆରେ ପଡ଼ିଯାଇଛନ୍ତି। ୩୨ବର୍ଷ ବୟସ୍କା ଶୋହରେହ ବୟାତ ନାମ୍ନୀ ଏହି ମହିଳା ଶାଙ୍ଘାଇରେ ଚାଲିଥିବା ମହିଳା ବିଶ୍ବ ଚାମ୍ପିଅନଶିପରେ ରେଫରୀ ଥିଲେ। ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ୍ ହୋଇଛି। ଏଥିରେ ସେ ମ୍ୟାଚ୍ ସମୟରେ ହିଜାବ ନ ପିନ୍ଧି ଛିଡ଼ା ହୋଇଛନ୍ତି। ଇରାନରେ ହିଜାବ ନ ପିନ୍ଧିବା ମହିଳାଙ୍କ ପାଇଁ ଅପରାଧ। ଏପରି ପରିସ୍ଥିତିରେ ତାଙ୍କର ଏକ ଫଟୋ ସାମନାକୁ ଆସିବା ପରେ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଗାଳି ଗୁଲଜ କରିଛନ୍ତି। ଏହା ସହିତ ଲୋକେ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଉଛନ୍ତି। ଇରାନ ଫେରିବାବେଳେ ଶୋହରେହ ବୟାତଙ୍କୁ ଗିରଫ ହେବାର ଡର ଘାରିଛି।

{"id":212885,"sizeSlug":"large"}

ଇରାନର ମିଡିଆରେ କୁହାଯାଉଛି ଯେ ସରକାରଙ୍କୁ ବିରୋଧ କରି ସେ ଏପରି କରିଛନ୍ତି। ଇରାନର ଚେସ୍ ଫେଡେରେସନ ବୟାତଙ୍କୁ କ୍ଷମା ମାଗିବା ପାଇଁ ଚାପ ପ୍ରୟୋଗ କରିଛି,କିନ୍ତୁ ବୟାତ କ୍ଷମା ମାଗିବାକୁ ପ୍ରସ୍ତୁତ ନୁହଁନ୍ତି। ସେ କହିଛନ୍ତି ଲୋକେ ଯାହା ପିନ୍ଧିବାକୁ ପସନ୍ଦ କରନ୍ତି ତାଙ୍କୁ ତାହା ପିନ୍ଧିବା ଉଚିତ୍। ବିବିସି ସହ କଥାବାର୍ତ୍ତାରେ ବୟାତ କହିଛନ୍ତି ଯେ ହିଜାବ ନ ପିନ୍ଧିବା ଯୋଗୁଁ ଅନେକ ଲୋକ ଇରାନର ଜେଲରେ ବନ୍ଦୀ ଅଛନ୍ତି। ଏହା ମଧ୍ୟ ହୋଇପାରେ ଯେ ସେ ତାଙ୍କ ପାଇଁ ସାମନାକୁ ଆସନ୍ତୁ।

{"id":212886,"sizeSlug":"large"}

 ଆନ୍ତର୍ଜାତୀୟ ଚେସ୍ ଫେଡେରେସନ୍ ମଧ୍ୟ ଏବେ ଯାଏଁ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ବୋଧ ହୁଏ ତାଙ୍କ ମୁତାବକ ବୟାତ ତାଙ୍କ ହିସାବରେ କୌଣସି ନିୟମ ଭାଙ୍ଗି ନାହାନ୍ତି। ବୟାତ ଇରାନରେ ତାଙ୍କ ଫେଡେରେସନକୁ ଚିଠି ଲେଖିଛନ୍ତି ଯେ ତାଙ୍କୁ ଦେଶ ଫେରିବା ବେଳେ ସୁରକ୍ଷା ଗ୍ୟାରେଣ୍ଟି ଦିଆଯାଉ,କିନ୍ତୁ ଫେଡେରେସନ ତରଫରୁ ଏବେ ଯାଏଁ କିଛି କୁହାଯାଇ ନାହିଁ।

{"id":212887,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.