Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଇନଷ୍ଟାଗ୍ରାମ ପୋଷ୍ଟରେ ହିଜାବ ଖୋଲି ଭିଡିଓ ପୋଷ୍ଟ କରିବାରୁ ଗିରଫ ହେଲେ ଇରାନର ଲୋକପ୍ରିୟ ଅଭିନେତ୍ରୀ

21/11/2022 at 7:51 AM

ତେହରାନ: ଭିଡିଓରେ ସର୍ବସାଧାରଣରେ ହିଜାବ ଖୋଲି ଗିରଫ ହେଲେ ଇରାନର ଲୋକପ୍ରିୟ ଅଭିନେତ୍ରୀ ହେଙ୍ଗାମେହ ଗାଜିଆନୀ। ରବିବାର ଇରାନ ଗଣମାଧ୍ୟମ ଏହି ଖବର ପ୍ରକାଶ ପାଇଛି। ସୂଚନା ଅନୁସାରେ ଇରାନରେ ଦୀର୍ଘ ଦୁଇ ମାସ ହେଲା ହିଜାବ ବିରୋଧୀ ଆନ୍ଦୋଳନ ଜାରି ରହିଛି।

ଠିକ୍ ଭାବରେ ହିଜାବ ପିନ୍ଧି ନଥିବାରୁ ୨୨ ବର୍ଷୀୟା କୁର୍ଦ୍ଦିଶ ଯୁବତୀ ମାସା ଅମିନୀଙ୍କୁ ଗିରଫ କରିଥିଲା ଇରାନ ମୋରାଲିଟି ପୁଲିସ। ଗୋଟିଏ ଦିନରେ ଜେଲ୍‌ରେ ଅମିନୀଙ୍କ ମୃତ୍ୟୁ ହୋଇଥିଲା। ଏହା ବିରୋଧରେ ଦୁଇ ମାସ ହେଲା ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଜାରି ରହିଛି।

ଇରାନ ସରକାର କିନ୍ତୁ ଏହି ଆନ୍ଦୋଳନକୁ ହିଂସାର ରୂପ ଦେବା ସହ ଏଥିରେ ପାଶ୍ଚାତ୍ୟ ଦେଶରେ ଷଡ଼ଯନ୍ତ୍ର ରହିଛି ବୋଲି କହୁଛି। ଏହି ଆଳରେ ସେନା ଲଗାଇ ପ୍ରଦର୍ଶନକୁ ଦମନ କରିବାକୁ ଚାହୁଁଛନ୍ତି ଇରାନ ସରକାର। ଏଥିପାଇଁ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଉଛି।

ଗିରଫ ହୋଇଥିବା ୫୨ ବର୍ଷୀୟା ଅଭିନେତ୍ରୀଙ୍କ ନାଁରେ ମଧ୍ୟ ହିଂସା ଉସ୍‌କାଇବା ଅଭିଯୋଗ ହୋଇଥିଲା। ଏଥିପାଇଁ ନ୍ୟାୟପାଳିକାଙ୍କ ପକ୍ଷରୁ ତାଙ୍କୁ ହାଜର ହେବାକୁ ସମନ କରାଯାଇଥିଲା। ଏହାର ହିଜାବ ଖୋଲି ସେ ଏକ ଭିଡିଓ ରେକର୍ଡ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ।।

ଏଥିରେ କ୍ୟାପସନ ଦେଇ ସେ ଲେଖିଥିଲେ “ଏହା ମୋର ଶେଷ ପୋଷ୍ଟ ହୋଇପାରେ। କାରଣ ଏହାପର ଠାରୁ ମୋ ସହ କଣ ହେବା ମୁଁ ଭଲଭାବରେ ଜାଣିଛି। କିନ୍ତୁ ମୋର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ମୁଁ ଇରାନ ଲୋକ ସହିତ ରହିବି।”  ଶନିବାର ବିଳମ୍ବିତ ରାତିରେ ଏହି ପୋଷ୍ଟ କରିଥିଲେ ଗାଜିଆନୀ।

ଭିଡିଓରେ ତାଙ୍କ ମୁହଁରେ କୌଣସି ହିଜାବ ନଥିଲା। ସେ ଖୋଲା ମୁଣ୍ଡରେ କ୍ୟାମେରା ସାମ୍ନାରେ ମୁକୁଳା କେଶକୁ ରିବନରେ ବାନ୍ଧୁଥିଲେ। କ୍ୟାମେରାକୁ ପଛ କରି କେଶ ବାନ୍ଧୁଥିବାର ଦୃଶ୍ୟ ରେକର୍ଡ କରିଥିଲେ। ଇରାନରେ ଏକ ସପିଂମଲ୍‌ ସାଇଟ୍‌ରେ ଏହି ଭିଡିଓକୁ ରେକର୍ଡ କରି ଇନଷ୍ଟାରେ ପୋଷ୍ଟ କରିଥିଲେ।

ଗତ ସପ୍ତାହରେ ସେ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ କରି ଇରାନ ସରକାରଙ୍କୁ ଶିଶୁ ହତ୍ୟାକାରୀ ବୋଲି କହିବା ସହିତ ସରକାର ଦେଶରେ ୫୦ରୁ ଅଧିକ ଶିଶୁଙ୍କୁ ହତ୍ୟା କଲେଣି ବୋଲି ସେ ଦାବି କରିଥିଲେ। ମିଜାନ ଅନ୍‌ଲାଇନ୍‌ ମିଡିଆର ଖବର ଅନୁସାରେ ଇରାନ୍‌ରେ ଯେଉଁ ୮ ଜଣ ସୋସିଆଲ୍‌ ମିଡିଆରେ ହିଂସା ଉଦ୍ରେକକାରୀ ପୋଷ୍ଟ କରୁଛନ୍ତି ସେମାନଙ୍କ ମଧ୍ୟରୁ ଗାଜିଆନୀ ଜଣେ। ତାଙ୍କୁ ମଧ୍ୟ ଏଥିପାଇଁ ସମନ କରାଯାଇଥିଲା।

ଏହି ତାଲିକାରେ ତେହରାନ ଫୁଟବଲ ଟିମ୍ ପର୍ସେପୋଲିସ ଏଫସିର କୋଚ୍‌ ୟାହ୍ୟା ଗୋଲମହମ୍ମଦୀଙ୍କ ନାଁ ବି ରହିଛି। ହିଜାବ ବିରୋଧୀ ଆନ୍ଦୋଳନରେ ଇରାନର ଜାତୀୟ ଖେଳାଳିମାନେ ନିରବ ରହିବାରୁ ଗୋଲମହମ୍ମଦୀ ସେମାନଙ୍କୁ କଡ଼ା ସମାଲୋଚନା କରିଥିଲେ।

ଗାଜିଆନୀଙ୍କ ସମେତ ଇରାନ ଅନେକ ଅଭିନେତା ଅଭିନେତ୍ରୀ ଯଥା ମିତ୍ରା ହଜ୍ଜାର, ବରନ କୋସୋରୀ, ତରନେହ ଅଲିଦୋସ୍ତୀ ସମନ କରାଯାଇଛି। ଏହା ପୂର୍ବରୁ ଆନ୍ଦୋଳନକୁ ସମର୍ଥନ କରି ଇରାନର କ୍ଷାତନାମା ନିର୍ଦ୍ଦେଶକ ମହମ୍ମଦ ରାଉସୋଲୋଫ ଓ ଜାଫର ପନାହୀଙ୍କୁ ଡିଟେନସନ ରାଖାଯାଉଛି।

   Related Posts