ଇରାନ-ଇସ୍ରାଏଲ୍ ଯୁଦ୍ଧ ! ଜାଣନ୍ତୁ କିଏ ଅଧିକ ଶକ୍ତିଶାଳୀ, କେଉଁ ଦେଶ ପାଖରେ ରହିଛି ଅଧିକ ମିସାଇଲ୍ ?

Published By : Prameya-News7 Bureau | April 14, 2024 IST

ନୂଆଦିଲ୍ଲୀ: ମହାଯୁଦ୍ଧ ମୁହାଁଉଛି ମଧ୍ୟପ୍ରାଚ୍ୟ । ଇସ୍ରାଏଲ-ମହାସ୍ ଯୁଦ୍ଧ ମଧ୍ୟରେ ଇସ୍ରାଏଲ୍-ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ସିରିଆରେ ଥିବା ଇରାନ ଦୂତାବାସ ଉପରେ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଛି । ଶନିବାର ବିଳମ୍ବିତ ରାତିରେ ଇରାନ, ଇସ୍ରାଏଲ୍ ସୈନ୍ୟ ଠିକଣାକୁ ଟାର୍ଗେଟ୍ କରିଛି । ପ୍ରାୟ ୩ଶହରୁ ଅଧିକ ମିସାଇଲ୍ ମାଡ଼ କରିବା  ସହିତ ଡ୍ରୋନ୍ ଦ୍ବାରା ଆକ୍ରମଣ କରିଛି । ଏଥିରେ ଇସ୍ରାଏଲର କିଛି ସୈନ୍ୟ ଆଡ୍ଡା ଧ୍ବଂସ ହୋଇଛି । ସେପଟେ ଏହାର ଜବାବ ଦିଆଯିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଜରୁରୀକାଳୀନ କ୍ୟାବିନେଟ୍ ବୈଠକ ଡାକି କହିଛନ୍ତି ।    

ତେବେ ଇସ୍ରାଏଲ ଓ ଇରାନ ମଧ୍ୟରେ କିଏ ଅଧିକ ଶକ୍ତିଶାଳୀ ? କାହାର ଅସ୍ତ୍ରଶସ୍ତ୍ର କ୍ଷମତା କେତେ ବେଶୀ । ବିଶ୍ବର ୧୪୫ଟି ଶକ୍ତିଶାଳୀ ଦେଶ ମଧ୍ୟରେ ଇରାନ ୧୪ତମ ସ୍ଥାନରେ ଆସୁଛି । ମାତ୍ର ମିଲିଟାରୀ ଶକ୍ତି ମାମଲାରେ ଇସ୍ରାଏଲ୍ ୧୭ତମ ସ୍ଥାନରେ ରହିଛି । ଜନସଂଖ୍ୟାକୁ ହିସାବକୁ ନେଲେ ଇରାନରେ ୮.୭୫ କୋଟିରୁ ଅଧିକ ଲୋକ ରହୁଛନ୍ତି । ହେଲେ ଇସ୍ରାଏଲର ଜନସଂଖ୍ୟା ମାତ୍ର ୯୦ ଲକ୍ଷରୁ ସାମାନ୍ୟ ଅଧିକ । ଇରାନରେ ମିଲଟାରୀ ସର୍ଭିସରେ କାମ କରୁଥିବା ସୈନ୍ୟଙ୍କ ସଂଖ୍ୟା  ୪.୧୧ କୋଟି । ସେହିପରି ଇସ୍ରାଏଲରେ ମାତ୍ର ୩୧.୫୬ ସୈନ୍ୟ ରହିଛନ୍ତି । 

ଇରାନ ମୋଟ୍ ସୈନ୍ୟ ସଂଖ୍ୟା ୧୧.୮୦ କୋଟି ହୋଇଥିବା ବେଳେ ଇସ୍ରାଏଲର ୬.୭୦ ଲକ୍ଷ ସୈନ୍ୟ ରହିଛନ୍ତି । ଇରାନ ନିକଟରେ ଅକ୍ଟି ସୈନ୍ୟ ୬.୧୦ ଲକ୍ଷ ରହିଛନ୍ତି । ଏହିପରି ଇସ୍ରାଏଲ ପାଖରେ  ମାତ୍ର ୧.୭୦ ଲକ୍ଷ ରହିଛନ୍ତି । ସେହିପରି ଇରାନ ପ୍ରତିରକ୍ଷା ବିଭାଗରେ ୩.୫୦ ରିଜର୍ଭ ସୈନ୍ୟ ରହିଛନ୍ତି । ମାତ୍ର ଏବାବଦରେ ଇରାନ ଠାରୁ ଆଗରେ ରହିଛି ଇସ୍ରାଏଲ୍ । ଜେରୁଜେଲମ  ପାଖରେ  ୪.୬୫ ଲକ୍ଷ ରିଜର୍ଭ ସୈନ୍ୟ ରହିଛନ୍ତି ।    

ଇରାନ ପ୍ରତିରକ୍ଷା ବାହିନୀରେ ୨.୨୦ ଲକ୍ଷ ଅର୍ଦ୍ଧସାମରିକ ବଳ ରହଥିବା ବେଳେ ଇସ୍ରାଏଲ ପାଖରେ ମାତ୍ର ୩୫ ହଜାର ରହିଛି । ଇରାନ ନିକଟରେ ୪୨ ହଜାର ବାୟୁସେନା କର୍ମଚାରୀ ରହିଛନ୍ତି । ମାତ୍ର ବାୟୁସେନା ବାବଦରେ ଇସ୍ରାଏଲ ଇରାନକୁ ପଛରେ ପକାଇ ଦେଇଛି । ଇରାନର ୧୮,୫୦୦ ନୌ-ସୈନିକ୍ ରହିଥିବା ବେଳେ ଇସ୍ରାଏଲର ୧୯,୫୦୦ ନୌସେନା ରହିଛନ୍ତି ।

 ଇରାନ ବାୟୁସେନାରେ  ୫୫୧ ଯୁଦ୍ଧ ବିମାନ ରହିଛି । ଏଥିମଧ୍ୟରୁ ୩୫୮ଟି ଆକ୍ଟିଭ୍ ମୋଡରେ ରହିଛି । ସେହିପରି ଇସ୍ରାଏଲ୍ ପାଖରେ ୬୧୨ ରିଜର୍ଭ ଏବଂ  ୪୯୦ ଆକ୍ଟିଭ୍ ଏୟାରକ୍ରାଫ୍ଟ ରହିଛି । ଇରାନ ପ୍ରତିରକ୍ଷା ବାହିନୀରେ  ୧୮୬ଟି ଫାଇଟର ଜେଟ୍ ରହିଛି । ଏଥିରୁ ୧୨୧ଟି ହମଲା ପାଇଁ ସବୁବେଳେ ପ୍ରସ୍ତୁତ ରହିଛି । ମାତ୍ର ଇସ୍ରାଏଲ ପାଖରେ ୨୪୧ଟି ଫାଇଟର୍ ଜେଟ୍ ରହିଥିବା ବେଳେ ଏଥିରୁ ୧୯୩ ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି ।ସେହିପରି ଇରାନ ନିକଟରେ 56ଟି ଡ୍ରୋନ ରହିଥିବା ବେଳେ ୧୫୫ଟି ଏୟାରକ୍ରାଫ୍ଟ ଡ୍ରୋନ ରହିଛି । 

ଇରାନର ମୋଟ୍ ୧୯୯୬ଟି ଯୁଦ୍ଧ ଟ୍ୟାଙ୍କ ରହିଛି । ଯେଉଁଥିରେ ୧୩୯୭ଟି ଏବେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି । ସେହିପରି ଇସ୍ରାଏଲ ପାଖରେ ୧୩୭୦ଟି ଟ୍ୟାଙ୍କ ରହିଥିବା ବେଳେ ଏଥିରୁ ୧୦୯୬ଟି ଆକ୍ଟଭେଟ୍ ହୋଇ ରହିଛି । ଯଦି ସେଲଫ୍ ପ୍ରୋପଲେଡ୍ ଆର୍ଟିଲାରୀକୁ ହିସାବକୁ ନିଆଯାଏ, ତେବେ ଏଥିରେ ଇସ୍ରାଏଲ ଆଗରେ ରହିଛି । ଜେରୁଜେଲମ ପାଖରେ ୬୫୦ଟି ଆର୍ଟିଲାରୀ ରହିଥିବା ବେଳେ ଏଥିରୁ ୫୪୦ଟି ଆକ୍ଟିଭ୍ ହୋଇଅଛି । ଇରାନ ପାଖରେ ୫୮୦ ଆର୍ଟିଲାରୀ ରହିଥିବା ବେଳେ ୪୦୬ଟି ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି । 

  • Drone Attack
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.