ବଢୁଛି ଆମେରିକା ଇରାନ୍‌ ତିକ୍ତତା – ତେବେ ଯୁଦ୍ଧ ହେବନାହିଁ ବୋଲି ଦାବି କଲେ ଟ୍ରମ୍ପ

Published By : Prameya-News7 Bureau | January 04, 2020 IST

ନ୍ୟୁୟର୍କ ୦୪।୦୧ - ପୁଣି ଇରାନ ସେନାଙ୍କ ଉପରେ ଆମେରିକାର ବୋମାମାଡ଼। ଆଜି ଆମେରିକୀୟ ସେନା ଆକ୍ରମଣରେ ୬ ଇରାନୀ ସୈନ୍ୟ ଖଲାସ୍। ଗୋଟିଏ ପଟେ ଆମେରିକାର ଏକତରଫା ଆକ୍ରମଣ କୁ ନେଇ ମଧ୍ୟ ପ୍ରାଚ୍ୟରେ ଅସ୍ଥିରତା ଚାଲିଥିବା ବେଳେ ଇରାନ ସିଧାସଳଖ ଏହାର ପ୍ରତି ଜବାବ ଦେବ ନା ପଡୋଶୀ ରାଷ୍ଟ୍ର ଯେଉଁମାନେ ଆମେରିକାକୁ ସମର୍ଥନ କରୁଛନ୍ତି ସେମାନଙ୍କ ଉପରେ ରାଗ ସୁଝାଇବ ତାକୁ ନେଇ ଚାଲିଛି ଛକାପଞ୍ଝା। ସେପଟେ ଇରାନୀ କୁଦସ୍ ସେନାର ମୁଖ୍ୟ କମାଣ୍ଡର କାସିମ ସୁଲେଇମାନୀଙ୍କୁ ହତ୍ୟା ଘଟଣାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଚିତ ପଦକ୍ଷେପ ବୋଲି ଘୋଷଣା କରିଛନ୍ତି ।…

{"id":206893,"sizeSlug":"large"}

ଇରାନୀ କୁଦସ୍ ସେନାର ମୁଖ୍ୟ କମାଣ୍ଡର କାସିମ ସୁଲେଇମାନୀ ଥିଲା ବିଶ୍ବର ସବୁଠୁ ବଡ ଆତଙ୍କବାଦୀ । ଦିଲ୍ଲୀରୁ ଲଣ୍ଡନ ପର୍ଯ୍ୟନ୍ତ ଆତଙ୍କବାଦୀ ହମଲାରେ ଥିଲା ସୁଲେଇମାନୀର ହାତ। କୁଦସ୍ ସେନାର ମୁଖ୍ୟ କମାଣ୍ଡର କାସିମ ସୁଲେମାନୀକୁ ଆମେରିକା ସୈନ୍ୟ ହତ୍ୟା କରିବା ପରେ ଏଭଳି ବଡ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଦିଲ୍ଲୀର କେଉଁ ଆତଙ୍କବାଦୀ ଆକ୍ରମଣରେ ସୁଲେଇମାନୀର ହାତ ଅଛି ତାହା ସ୍ପଷ୍ଟ ହୋଇନାହିଁ ।ତେବେ ୨୦୧୨ରେ ଭାରତ ଗସ୍ତରେ ଥିବା ଇସ୍ରାଏଲର ଜଣେ ବରିଷ୍ଠ ଅଧିକାରୀଙ୍କ କାର ଉପରେ ହୋଇଥିବା ଆକ୍ରମଣକୁ ଟ୍ରମ୍ପ ଉଲ୍ଲେଖ କରିଥିବା କୁହାଯାଉଛି । ସେପଟେ ବାଗଦାଦରେ ଥିବା ଇରାନୀ ସୈନ୍ୟଙ୍କ ଉପରେ ଆମେରିକା ଆଜି ପୁଣିଥରେ ବୋମାମାଡ଼ କରିଛି ।ଏଥିରେ ୬  ଜଣ ଇରାନୀ ସୈନ୍ୟ ପ୍ରାଣ ହରାଇଛନ୍ତି। ଏହାକୁ ନେଇ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବାଦଲ ଘନେଇଲାଣି ।ତେବେ ଟ୍ରମ୍ପ କହିଛନ୍ତି ଯୁଦ୍ଧ ହେବାର ଆଶଙ୍କା ନାହିଁ ।…

{"id":206894,"sizeSlug":"large"}

ଟ୍ରମ୍ପଙ୍କ ଯୁକ୍ତି ସୁଲେଇମାନୀ ଶତାଧିକ ଆମେରିକୀୟଙ୍କୁ ହତ୍ୟାକରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ। ଗତ ୨୦ ବର୍ଷ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ଅସ୍ଥିରତା ଲାଗିରହିଛି ସେଥିରେ ସୁଲେମାନୀଙ୍କର ବଡ଼ ହାତ ଥିଲା। ତେବେ ଟ୍ରମ୍ପଙ୍କ ଦାବିକୁ ଇରାନ ହଜମ କରିପାରୁ ନାହିଁ। ଏହାର କଡା ଜବାବ ଦେବାକୁ ଇରାନ ସଜବାଜ ହେଉଥିବା ସୂଚନା ମିଳିଲାଣି । କୂଟନୀତିଜ୍ଞମାନେ ଆଶଙ୍କା କରୁଛନ୍ତି ଯେ ଆଗକୁ ଆଉ ଦୁଇ ଦେଶ ଭିତରେ ବୁଝମଣା ହେବାର ନାହିଁ । ଯୁଦ୍ଧ ହେଲେ ବିଶ୍ବ ଅର୍ଥନୀତି ଉପରେ ଏହାର ଜୋର୍ ପ୍ରଭାବ ପଡିବ। ଇରାନ ଉପରେ ଅଶୋଧିତ ତୈଳ ପାଇଁ ନିର୍ଭରଶୀଳ ଭାରତ ପାଇଁ ସମସ୍ୟା ବଢ଼ିଯିବ ।ଏତିକି ବେଳେ ଆମେରିକା ମଧ୍ୟପ୍ରାଚ୍ୟକୁ ଆହୁରି ୩ ହଜାର ସୈନ୍ୟ ପଠାଇଛି ।…

ସୁଲେଇମାନୀର ମୃତ୍ୟୁ ପରେ ଇରାନରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରୁଷ, ତୁର୍କୀ ସମେତ ଅନେକ ଦେଶ ଓ ଜାତିସଂଘ ଆମେରିକାର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.