ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୟାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଆମେରିକା-ଇସ୍ରାଏଲ ସମରାଭ୍ୟାସ; ଜବାବରେ ଶକ୍ତି ଦେଖାଇଲା ଇରାନ, ଅଣ୍ଡରଗ୍ରାଉଣ୍ଡରେ ସଜାଇ ରଖିଛି ଭୟଙ୍କର ଅସ୍ତ୍ରଶସ୍ତ୍ର

8/02/2023 at 9:01 PM

ତେହରାନ: ଇରାନ ସହ ଉଭୟ ଇସ୍ରାଏଲ ଓ ଆମେରିକାର ଶତ୍ରୁତା ରହିଛି। ବର୍ତ୍ତମାନ ଉଭୟ ଦେଶ ମିଳିତ ଭାବେ ସମରାଭ୍ୟାସ କରୁଛନ୍ତି। ଆମେରିକା ଲୁଚିଛପି କେତେବେଳେ ଇରାନର ଅସ୍ତ୍ରଠିକଣା ଉପରେ ଆକ୍ରମଣ କରିପାରେ। ଏଣୁ ଏହାର ସୁରକ୍ଷା ପାଇଁ ଅଣ୍ଡରଗ୍ରାଉଣ୍ଡ ବ୍ୟବସ୍ଥା କରିଛି ଇରାନ।

ପାହାଡ଼ ତଳେ ଏହାର ବ୍ୟବସ୍ଥା କରାଯାଇଛି। ଯେଉଁଠି ରହିଛି ଅତ୍ୟାଧୁନିକ ଫାଇଟର ଜ୍ୟାଟ୍ ସହ ମାରକ କ୍ଷମତା ସମ୍ପନ୍ନ ଡ୍ରୋନ୍। ଏହି ସୁଡ଼ଙ୍ଗ ଏମିତି ହୋଇଛି ଯେ ଯଦି ଆମେରିକା ବୋମା ପିଙ୍ଗିବ ତେବେ ସୁଡ଼ଙ୍ଗ ଭିତରେ ଥିବା ଫାଇଟର ଜେଟ୍‌ ଓ ଡ୍ରୋନ୍ କ୍ଷତିଗ୍ରସ୍ତ ହେବ ନାହିଁ।

ଇରାନ ମିଡିଆ ଏନେଇ ଖବର ପ୍ରକାଶ କରିଛି। ତା ସହିତ ପୂରା ବେସ୍‌ମେଣ୍ଟର ଚିତ୍ର ଏହି ରିପୋର୍ଟିଂରେ ଦେଖାଯାଇଛି। ଏହାର ନାମ ଇଗଲ-୪୪ ଦିଆଯାଇଥିବା ବେଳେ ସୁଡ଼ଙ୍ଗଟି କେଉଁ ସ୍ଥାନରେ ସେ ବିଷୟରେ କିଛି କୁହାଯାଇ ନାହିଁ। କେବଳ ଫାଇଟର ଜେଟ୍ ନୁହେଁ ନୌସୈନା ପାଇଁ ମଧ୍ୟ ଇରାନ ପ୍ରସ୍ତୁତ ଥିବା ମିଡିଆ ରିପୋର୍ଟିଂରେ ଜଣାପଡ଼ିଛି।

   Related Posts